ତ୍ରିକୋଣୀୟ ପ୍ରେମରୁ ହତ୍ୟା ମାମଲାରେ ତନାଘନା, ପ୍ରେମିକା ଲିଜାର ଘର ସିଲ୍ କଲା ପୋଲିସ

ତ୍ରିକୋଣୀୟ-ପ୍ରେମରୁ-ହତ୍ୟା-ମାମଲାରେ-ତନାଘନା,-ପ୍ରେମିକା-ଲିଜାର-ଘର-ସିଲ୍-କଲା-ପୋଲିସ

ତ୍ରିକୋଣୀୟ ପ୍ରେମରୁ ହତ୍ୟା ମାମଲାରେ ତନାଘନା, ପ୍ରେମିକା ଲିଜାର ଘର ସିଲ୍ କଲା ପୋଲିସ

Published By: Kirti – Prameya-News7 Bureau | February 10, 2026 09:17 AM

NEWS7

seal

ଭୁବନେଶ୍ୱର ୧୦।୦୨ : ତ୍ରିକୋଣୀୟ ପ୍ରେମ ପାଇଁ ଟ୍ୟାକ୍ସି ଡ୍ରାଇଭର ଦେବବ୍ରତ ପ୍ରଧାନଙ୍କୁ ହତ୍ୟା ମାମଲାରେ ତନାଘନା। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦେବବ୍ରତଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ଘଟଣାରେ ପ୍ରେମିକା ଲିଜା କାଣ୍ଡିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଏ ଖବର ବି ପଢନ୍ତୁ:- ନୂଆ ପ୍ରେମ ଜାଣିଦେଲା ପୂର୍ବତନ ପ୍ରେମିକ… ରାସ୍ତାରୁ ସଫା କରିଦେଲା ପ୍ରେମିକା

ସେହିପରି ଲିଜା ଏବଂ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ ଦିନେଶଙ୍କୁ ମୁହାଁମୁହିଁ ଜେରା କରାଯିବ। ପଚରାଉଚରା ବେଳେ ବାରମ୍ବାର ବୟାନ ବଦଳାଉଛି ଲିଜା। ସତ ଜାଣିବାକୁ ୧୮୦ BNSS ଧାରାରେ ବୟାନ ରେକର୍ଡ ସହ CDR ଯାଞ୍ଚ୍ କରୁଛି ପୋଲିସ। ସିନିୟର୍ ଲେଡି ଇନ୍ସପେକ୍ଟର କରିବେ ବୟାନ ରେକର୍ଡ। ଲିଜା ରହୁଥିବା ଘର ସିଲ୍ ହୋଇଥିବା ବେଳେ ଅଧିକ ତଥ୍ୟ ପାଇଁ ଲିଜାଙ୍କ ପାର୍ଲରର ତଲାସୀ ଚଢ଼ାଉ କରିଛି ପୋଲିସ। ଗତ ୮ତାରିଖ ବିଳମ୍ବିତ ରାତିରେ ଗାଡି ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା।

ଏ ଖବର ବି ପଢନ୍ତୁ:- Jatra Controversy : ଆଜି ହୋଇପାରିବ ତ ଶେଷ ଦେଖା ? କମିଟି ପକ୍ଷରୁ ନାଣ୍ଡୁ ବାବୁ, ସାଇ ଏବଂ ପାୟଲ ନାଁରେ ଏତଲା

Scroll to Top