ନକଲି କ୍ଷୀର ଫ୍ୟାକ୍ଟ୍ରି ସିଲ୍ : ମିଶାଯାଉଥିଲା ୟୁରିଆ ଏବଂ ଲୁଗାସଫା ସର୍ଫ, ୫ ବର୍ଷ ଧରି ଚାଲିଥିଲା କାରନାମା

ନକଲି-କ୍ଷୀର-ଫ୍ୟାକ୍ଟ୍ରି-ସିଲ୍-:-ମିଶାଯାଉଥିଲା-ୟୁରିଆ-ଏବଂ-ଲୁଗାସଫା-ସର୍ଫ,-୫-ବର୍ଷ-ଧରି-ଚାଲିଥିଲା-କାରନାମା

ଅହମ୍ମଦାବାଦ, ୧୦|୦୨ :କ୍ଷୀରରେ ବିଷ । ତିଆରି କରାଯାଉଥିଲା ନକଲି କ୍ଷୀର । ବର୍ଷେ କି ଦୁଇ ବର୍ଷ ନୁହେଁ । ୫ ବର୍ଷ ହେଲା ତିଆରି ହେଉଥିଲା ସିନ୍ଥେଟିକ୍ ମିଶା ଦୁଗ୍ଧ । ହେଲେ ବେଶି ସମୟ ଚାଲିଲାନି ଚାଲ୍ । ରେଡ୍ କଲା ପୋଲିସ ଏବଂ ଖାଦ୍ୟ ନିରାପତ୍ତା ବିଭାଗ । ଏପରି କିଛି ଘଟଣା ସାମ୍ନାକୁ ଆସିଛି ଗୁଜରାଟର ଏକ କାରଖାନାରେ ।

ରିପୋର୍ଟ ଅନୁସାରେ. ଫେବ୍ରୁଆରୀ ୮ ତାରିଖରେ ଗୁଜରାଟର ଫୁଡ୍ ସେଫ୍ଟି ବିଭାଗକୁ ନକଲି କ୍ଷୀର ପ୍ରସ୍ତୁତ ନେଇ ଖବର ମିଳିଥିଲା । ଏହାପରେ ସବରକନ୍ତା ଜିଲ୍ଲାରେ ଥିବା ଏକ କାରଖାନାରେ ଅଧିକାରୀ ଏବଂ ପୋଲିସ ମିଳିତ ଭାବେ ଚଢଉ କରିଥିଲେ । ଏହି କାରଖାନାରୁ ଆଖପାଖ ଅଞ୍ଚଳରୁ ଦୁଗ୍ଧ ରପ୍ତାନୀ କରାଯାଉଥିଲା ।

ଚଢଉ ବେଳେ ଅଧିକାରୀମାନେ ଜଣିବାକୁ ପାଇଥିଲେ ଯେ, ବେଆଇନ ଭାବେ ଦୁଗ୍ଧ ତିଆରି କରାଯାଉଥିଲା । ସିନ୍ଥେଟିକ୍ କ୍ଷୀର ତିଆରି ପାଇଁ ଅଳ୍ପ ପରିମାଣର ଅସଲି କ୍ଷୀର ସହ ବିପୁଳ ପରିମାଣର ୟୁରିଆ ଏବଂ ଲୁଗାସଫା ସର୍ଫର ମିଶ୍ରଣ ହେଉଥିଲା । ଅଧିକାରୀଙ୍କ କହିବାନୁସାରେ, କାରଖାନାର କର୍ମଚାରୀ କ୍ଷୀରରେ କିଛି ଖାସ୍ ରସାୟନ ପଦାର୍ଥ ମିଶାଉଥିଲେ । ଯାହା ରଙ୍ଗରୁ ଧଳା କରିବା ସହ ବହଳିଆ ହେବାରେ ସାହାଯ୍ୟ କରୁଥିଲା । ଏସବୁ ରସାୟନିକ ସାମଗ୍ରୀ ମଧ୍ୟରେ ଲୁଗାସଫା ସର୍ଫ, ୟୁରିଆ, କଷ୍ଟିକ୍ ସୋଡଡା, ରିଫାଇନ୍ସ ପାମ୍ ତୈଳ ଏବଂ କିଛି ଧରା ରଙ୍ଗ ରହିଛି ।

#Gujarat A major joint raid in Himatnagar, Gujarat, has shut down a dairy unit producing milk from Urea and Palm Oil. The raid was conducted by Food Safety Dept. Gujarat. Investigation into the supply chain is underway. #FSSAIAction #FSSAIinStates #FSSAIAction pic.twitter.com/YIIFaHn1jT

— FSSAI (@fssaiindia) February 8, 2026

ତଦନ୍ତରେ ଆହୁରି ଜଣାପଡିଛି ଯେ, ୧୭୦୦ରୁ ୧୮୦୦ ଲିଟରର କ୍ଷୀର ତିଆରି ପାଇଁ ମାତ୍ର ୩୦୦ ଲିଟରର ଅସଲି କ୍ଷୀର ରହୁଥିଲା । ଏହାପରେ ଏଥିରେ କେମିକାଲ, ସାର ଏବଂ ପାଣି ମିଶାଇ ଏହାକୁ ୧୮୦୦ ଲିଟର କରାଯାଉଥିଲା । ଖାଦ୍ୟ ନିରାପତ୍ତା ଏବଂ ସୁରକ୍ଷା ସଂସ୍ଥା ଏଫଏସଏସଆଇ ଏନେଇ ଏକ୍ସରେ ପୋଷ୍ଟ ମଧ୍ୟ କରିଛି ।

ଏହି ଖବରଟି ପଢନ୍ତୁ… କାନାଡାରେ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା, କାର୍ ପାର୍କିଂ ବେଳେ ଗୁଳିମାଡ଼

ଚଢଉ ବେଳେ କ’ଣ ମିଳିଲା

ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସହ ସ୍ଥାନୀୟ କ୍ରାଇମ୍ ବ୍ରାଞ୍ଚ୍ ଚଢଉ ବେଳେ ୭୧ ଲକ୍ଷ ଟଙ୍କାର କେମିକାଲ, ୧୯୬୨ ଲିଟରର କ୍ଷୀର ଏବଂ ୧୦୦ ଲିଟରର ଅପମିଶ୍ରିତ କ୍ଷୀର ଜବତ କରିଛନ୍ତି । ଘଟଣା ପରେ କାରଖାନାକୁ ତୁରନ୍ତ ସିଲ୍ କରିଦିଆଯାଇଛି । ସମସ୍ତ ନମୂନାକୁ ଲ୍ୟାବ୍ ପଠାଯାଇଛି । ତେବେ କାରଖାନାର ନାଁ ଏବଂ ମାଲିକଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ ।

Scroll to Top