ଇନ୍ଧନ ସ୍ରୋତକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କଲା ଭାରତ, ଜାରି ରହିବ କି ଋଷିଆରୁ ତୈଳ ଯୋଗାଣ?
ବିଦେଶ ମନ୍ତ୍ରାଳୟ ଶନିବାର ଋଷିଆ ତୈଳ ଆମଦାନୀକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି।ବିଦେଶ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ ଭାରତର ଉର୍ଜା ସ୍ରୋତରେ ବିବିଧତା ଆଣିବା ଆମ ରଣନୀତିର ମୂଳ ଆଧାର।
Published By: Biswanath – Prameya-News7 Bureau | February 07, 2026 08:02 PM
NEWS7
ନୂଆଦିଲ୍ଲୀ ୭।୨: ବିଦେଶ ମନ୍ତ୍ରାଳୟ ଶନିବାର ଋଷିଆ ତୈଳ ଆମଦାନୀକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏଥିରେ ଇନ୍ଧନ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ବୋଲି କୁହାଯାଇଛି। ବିଦେଶ ମନ୍ତ୍ରାଳୟ ଏକ ବୟାନରେ କହିଛି ଯେ ଭାରତର ଉର୍ଜା ସ୍ରୋତରେ ବିବିଧତା ଆଣିବା ଆମ ରଣନୀତିର ମୂଳ ଆଧାର। ମନ୍ତ୍ରାଳୟ କହିଛି ଯେ ଯେଉଁ ପର୍ଯ୍ୟନ୍ତ ଉର୍ଜା ସ୍ରୋତ ସମ୍ପର୍କିତ ପ୍ରଶ୍ନ ଉଠୁଛି ୧.୪ ବିଲିୟନ ଭାରତୀୟଙ୍କ ଉର୍ଜା ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଅନେକ ଅବସରରେ କୁହାଯାଇଛି। ଏଣୁ ଭାରତ ଏ ପର୍ଯ୍ୟନ୍ତ ଯାହା ବି ପଦକ୍ଷେପ ନେଇଛି ଏ କଥାକୁ ଧ୍ୟାନରେ ରଖି ନେଇଛି ଓ ଆଗକୁ ମଧ୍ୟ ନେବ।
ଏହି ଘଟଣାକ୍ରମ ନୂଆଦିଲ୍ଲୀ ଏବଂ ୱାସିଂଟନ ଦ୍ୱାରା ନିକଟରେ ଘୋଷିତ ବାଣିଜ୍ୟ ବୁଝାମଣାକୁ ରେଖାଙ୍କିତ କରି ଜାରି କରାଯାଇଥିବା ମିଳିତ ବୟାନ ପରେ ଆସିଛି। ଏହି ବୟାନ ଅନୁସାରେ ଆମେରିକାକୁ ପ୍ରବେଶ କରୁଥିବା ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ଆଗକୁ ୫୦%ରୁ ହ୍ରାସ ହୋଇ ୧୮% ହୋଇଯିବ। ତେବେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ବୁଝାମଣାର ଅନ୍ତରୀଣ ଢାଞ୍ଚା ଘୋଷଣା ପରେ ଭାରତ ଋଷିୟାରୁ ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ ତୈଳ ଆମଦାନୀ କରିବନି ବୋଲି ସଂକଳ୍ପ କରିଥିବା ହ୍ୱାଇଟ୍ ହାଉସ୍ କହିଛି।
ଏହା ବି ପଢନ୍ତୁ :-india-us trade deal: ଏହିସବୁ ସାମଗ୍ରୀ ଉପରେ ଶୁଳ୍କ ଲଗାଇବନି ଆମେରିକା ?




