ସମ୍ବଲପୁର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟ ବା ଭିସୁଟ୍ ପାଇଁ ଲାଗୁ ହେଲା ନୂଆ ଡ୍ରେସ୍ କୋଡ୍ । ଏନେଇ କୁଳପତିଙ୍କ ନିର୍ଦ୍ଦେଶ କ୍ରମେ କୁଳସଚିବ ବିଜ୍ଞପ୍ତି ଜାରି କରିଛନ୍ତି ।
Credit: OTV
ୟୁନିଫର୍ମ ଫିନ୍ଧିବେ ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ
ବୁର୍ଲା ଭିସୁଟରେ ଛାତ୍ରଛାତ୍ରୀ ପିନ୍ଧିବେ ୟୁନିଫର୍ମ । ଛାତ୍ରଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ ଓ ସାର୍ଟ ରହିବ। ଛାତ୍ରୀମାନେ ଫର୍ମାଲ ପାଣ୍ଟ ଓ ଶାର୍ଟ କିମ୍ବା ଶାଲୱର କମିଜ ସହିତ ୱେଷ୍ଟ କୋଟ ବ୍ୟବସ୍ଥା କରାଯାଇଛି । ଏହାର ରଙ୍ଗ ନେଭି ବ୍ଲୁ ରହିବ। ତେବେ ସୁରକ୍ଷା ଦୃଷ୍ଟିରୁ ଛାତ୍ରୀଙ୍କୁ ଦୁପଟା ପରିଧାନକୁ ଅନୁମତି ଦିଆଯାଇ ନାହିଁ । ଯେହେତୁ ଇଂଜିିନିୟରିଂ ଛାତ୍ରୀ ବିଭିନ୍ନ ୱାର୍କସପରେ ପ୍ରାକ୍ଟିକାଲ କରିଥାନ୍ତି, ତେଣୁ କୌଣସି ମେସିନ ସଂସ୍ପର୍ଶରେ ଆସି ଦୁପଟା ଭିତରକୁ ପଶି ଯିବାର ଆଶଙ୍କା ରହିଛି। ଏଭଳି ଅଘଟଣକୁ ଏଡାଇବା ପାଇଁ ଦୁପଟାକୁ ବାରଣ କରାଯାଇଛି ବୋଲି କହିଛନ୍ତି କର୍ତ୍ତୃପକ୍ଷ। ଡ୍ରେସକୋଡ ଲାଗୁ ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତା ରହିବା ସହିତ ପୋଷାକଗତ ପ୍ରାର୍ଥକ୍ୟ ରହିବ ନାହିଁ । ଏଥିସହ ୟୁନିଫର୍ମ ଛାତ୍ରଛାତ୍ରୀଙ୍କ ମନରେ ଏକ ସକାରାତ୍ମକ ପ୍ରଭାବ ପକାଇବ, ପିଲାଙ୍କୁ ଅଧିକ ସ୍ମାର୍ଟ କରିବ ବୋଲି କହିଛନ୍ତି କୁଳପତି ।
ଚଳିତ ଶିକ୍ଷା ବର୍ଷରୁ ନୁଆ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ଡ୍ରେସ କୋଡ ଲାଗୁ ହେବ । ନୂଆ ବ୍ୟାଚ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧି କ୍ଲାସ କରିବେ। ଆସନ୍ତା ୪ ବର୍ଷ ମଧ୍ୟରେ, ସବୁ ଛାତ୍ର ଛାତ୍ରୀ ନିର୍ଦ୍ଧାରିତ ୟୁନିଫର୍ମ ପିନ୍ଧିବେ। ଅଧିକାଂଶ ଛାତ୍ରଛାତ୍ରୀ ଏହାକୁ ସ୍ୱାଗତ କରିଛନ୍ତି ।
ଅନ୍ୟ ବର୍ଷର ସିନିୟର ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତା ମୁଳକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ। ଏ ନେଇ ଭିସୁଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ନୂଆ ଡ୍ରେସକୋଡ ଆପଣେଇବାକୁ କୁହାଯାଇଛି।





