୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ, ପାଇଲଟଙ୍କ ସମେତ ୯ ଅଧିକାରୀଙ୍କୁ ବୀରଚକ୍ର ସମ୍ମାନ
Credit: OTV
୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ
୭୯ ତମ ସ୍ୱାଧୀନତା ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଘୋଷଣା ହୋଇଛି ସମ୍ମାନ ଜନକ ସାମରିକ ପୁରସ୍କାର ବୀରଚକ୍ର ସମ୍ମାନ । ଚଳିତ ଥର ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ । ଭାରତୀୟ ବାୟୁସେନାର ପାଇଲଟଙ୍କ ସମେତ ୯ ଅଧିକାରୀଙ୍କୁ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବ । ବିଶେଷ କରି ‘ଅପରେସନ ସିନ୍ଦୂର’ରେ ସାହସିକତା ପାଇଁ । ଯେଉଁମାନେ ବୀରତା ପ୍ରଦର୍ଶନ କରିଛନ୍ତି ସେମାନେ ଏହି ସମ୍ମାନରେ ସମ୍ମାନିତ ହେବେ । ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନର ମୁରିଦ୍ କେ ଓ ବାହାୱଲପୁର ଆତଙ୍କୀ ଆଡ୍ଡା ଧ୍ବଂସ ପାଇଁ ସମ୍ମାନିତ ହେବ । ସେହିଭଳି ୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍ ଏୟାର୍ ଭାଇସ୍ ମାର୍ଶଲ୍ ଯୋଶେଫ୍ ସୁରେଶ, ଏଭିଏମ୍ ପ୍ରଜୁଆଲ୍ ସିଂ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍ । ସେହିଭଳି ଏୟାର୍ କମାଣ୍ଡର ଅଶୋକ ରାଜ୍ ଠାକୁର ମଧ୍ୟ ପାଇବେ ଯୁଦ୍ଧସେବା ମେଡାଲ୍ ।
ପହଲଗାମ୍ ନରସଂହାରର ବଦଲା ନେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ମେ ୬-୭ରେ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅପରେସନ ଆତଙ୍କବାଦ ଓ ଆତଙ୍କବାଦୀ ପ୍ରତିଷ୍ଠାନ ଓ ସେମାନଙ୍କ ପୃଷ୍ଠପୋଷକଙ୍କ ବିରୋଧରେ ବୋଲି ଭାରତ ବାରମ୍ବାର କହି ଆସୁଛି । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଅଧିକାରୀ ଏବଂ ସରକାରଙ୍କ ପକ୍ଷରୁ ବାରମ୍ବାର ବିଭିନ୍ନ ମଞ୍ଚରେ ପ୍ରକାଶ କରାଯାଇଛି ।
Also Read
- Reported by:
- SIBANANDA ROUT





