ଧର୍ମଘଟରେ ବସିଲେ କର୍ମଚାରୀ, ବଲାଙ୍ଗୀରରେ ଠପହେଲା ବ୍ୟାଙ୍କ ସେବା

ଧର୍ମଘଟରେ-ବସିଲେ-କର୍ମଚାରୀ,-ବଲାଙ୍ଗୀରରେ-ଠପହେଲା-ବ୍ୟାଙ୍କ-ସେବା

ବଲାଙ୍ଗୀର: ବ୍ୟାଙ୍କରେ ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ବ୍ୟାଙ୍କ କର୍ମଚାରୀ। ଦେଶବ୍ୟାପୀ ଚାଲିଥିବା ଏହି ଧର୍ମଘଟର ପ୍ରଭାବ ବଲାଙ୍ଗୀରରେ ମଧ୍ୟ ପଡ଼ିଛି। ଏନେଇ ଆଜି ବଲାଙ୍ଗୀରରେ ସମସ୍ତ ବ୍ୟାଙ୍କ କାମ ଠପ ହୋଇଯାଇଛି। 

ଡିଜିଟାଲ ଯୁଗରେ ମୋବାଇଲ ଏବଂ ଇଣ୍ଟରନେଟ ମାଧ୍ୟମରେ ଅନେକ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ଅଛି। ଲୋକଙ୍କ ବ୍ୟାଙ୍କ ଉପରେ ନିର୍ଭରଶୀଳତା ବି କମିଛି। ଅନ୍ୟପଟେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI), LIC, କର୍ପୋରେଟ ସେକ୍ଟରର MNC ଏବଂ IT କ୍ଷେତ୍ର ଭଳି ଅନେକ ଆର୍ଥିକ ସଂସ୍ଥା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି, ଯାହା ଉତ୍ତମ କାମ–ଜୀବନ ସମତୁଳନ ପାଇଁ ଆବଶ୍ୟକ। ୨୦୧୫ ମସିହାରୁ ୫ ଦିନିଆ ବ୍ୟାଙ୍କିଙ୍ଗ ପ୍ରଣାଳୀ ପାଇଁ ଦାବି କରୁଛନ୍ତି ବ୍ୟାଙ୍କ କର୍ମଚାରୀ। ହେଲେ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରି ନାହିଁ। ଏହି ଦାବିକୁ IBA ଦ୍ୱାରା ପୂର୍ବରୁ ସମ୍ମତି ପାଇଥିଲେ ମଧ୍ୟ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ଅପେକ୍ଷାରତ ଅଛି।

ଏହି ପ୍ରସଙ୍ଗରେ UFBU (ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ) ସାରା ଭାରତରେ ମାନ୍ୟତାପ୍ରାପ୍ତ ବ୍ୟାଙ୍କ ହଡତାଲ ଗୋଟିଏ ଦିନ ହଡ଼ତାଳ ଡାକର ଦେଇଥିଲେ। ଏହି ହଡ଼ତାଳରେ ୧୦ ଲକ୍ଷରୁ ଅଧିକ ବ୍ୟାଙ୍କ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି। ଯାହାକି ବଲାଙ୍ଗୀରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିକିଛି ବନ୍ଦ ହୋଇଛି ସମସ୍ତ ବ୍ୟାଙ୍କ। ତେବେ ଗତ ୪ ଦିନ ଛୁଟି ରହିଥିଲା। ତା ସହ ଆଜି ବ୍ୟାଙ୍କ ବନ୍ଦ ଓ ଆସନ୍ତାକାଲି ଚାଷୀ ଆନ୍ଦୋଳନ ପାଇଁ ବନ୍ଦ ଡାକରା ଦେଇଛନ୍ତି। ୬ ଦିନ ଧରି ବ୍ୟଙ୍କ ବନ୍ଦ ଯୋଗୁଁ ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି ଲୋକ।

Scroll to Top