ମାଲକାନଗିରି ୧୪।୮: ଆତ୍ମସମର୍ପଣ କଲେ ୬ ମାଓବାଦୀ । ତେଲେଙ୍ଗାନା ଭଦ୍ରାଦ୍ରି କୋତ୍ତାଗୂଡେମ ଜିଲ୍ଲା ପୋଲିସ ନିକଟରେ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ACM ସଦସ୍ୟ, ୨ ଜଣ ପାର୍ଟି ମେମ୍ବର ଓ ୩ ଜଣ ମିଲିସିଆ ସଦସ୍ୟ ରହିଛନ୍ତି । ନକ୍ସଲବାଦର ହିଂସା ରାସ୍ତା ଛାଡି ଏମାନେ ପରିବାର ସଦସ୍ୟଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭଦ୍ରାଦ୍ରି କୋତ୍ତାଗୂଡେମ ଏସପି ଓ ସିଆରପିଏଫ କମାଣ୍ଡେଣ୍ଟ ଉପସ୍ଥିତରେ ଆତ୍ମସମର୍ପଣ କରିଛନ୍ତି । ତେଲେଙ୍ଗାନାର ଭଦ୍ରାଦ୍ରିକୋତ୍ତାଗୂଡେମ ପୋଲିସ ଦ୍ୱାରା ପରିଚାଳିତ “ଅପରେସନ୍ ଚେୟୁଥା” କାର୍ଯ୍ୟକ୍ରମ ଅଧୀନରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପାଇଁ ନିଆଯାଉଥିବା କଲ୍ୟାଣକାରୀ ପଦକ୍ଷେପ ଏବଂ ଆଦିବାସୀ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାର ବିକାଶ ବିଷୟରେ ସୂଚନା ପାଇବା ପରେ ସେମାନେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ 25 ହଜାର ଟଙ୍କାର ପ୍ରୋତ୍ସାହନ ରାଶିର ସହାୟତା ପ୍ରଦାନ କରାଯାଇଛି ।
ସେପଟେ ଛତିଶଗଡ ବିଜାପୁର ଜିଲ୍ଲାରେ ବଡ଼ ଧରଣର ମାଓ ବିରୋଧୀ ଅପରେସନ । ପାମେଡ ଥାନା ଅର୍ନ୍ତଗତ ଉଦତାମଲ୍ଲା ଜଙ୍ଗଲ ଭିତରେ ଥିବା ମାଓବାଦୀଙ୍କ ସହିଦ ସ୍ତମ୍ଭ ଭାଙ୍ଗିଲେ ସୁରକ୍ଷା କର୍ମୀ । ଏହାସହ ତାରେମ ଅଞ୍ଚଳର କୋମଟପାଲି ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତ ଜବାନ । ଭର୍ମର ବନ୍ଧୁକ, ବିଜିଏଲ ରାଉଣ୍ଡ, ବିସ୍ଫୋରକ ସାମଗ୍ରୀ, ପ୍ରେସର କୁକର, ସା ବ୍ଲେଡ୍, ସ୍ପିକର ସମେତ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । CRPF କୋବ୍ରା ବାହିନୀ ଓ DRG ଜବାନଙ୍କ ମିଳିତ ଅପରେସନ ବେଳେ ମାଓବାଦୀଙ୍କୁ ବଡ଼ ଝଟ୍କା ଲାଗିଛି ।
You Can Read:
ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା : ୫୦ ଫୁଟର ତ୍ରିରଙ୍ଗା ଧରି ସହର ପରିକ୍ରମା କଲେ ଛାତ୍ରଛାତ୍ରୀ




