ଫକ୍ସ ସ୍ପୋର୍ଟ୍ସରୁ ବହିଷ୍କାର ଏବଂ ବିବାଦୀୟ ମାମଲାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଜୟ ଟେଲର, ଜାଣନ୍ତୁ କ’ଣ କହିଲେ…

ଫକ୍ସ-ସ୍ପୋର୍ଟ୍ସରୁ-ବହିଷ୍କାର-ଏବଂ-ବିବାଦୀୟ-ମାମଲାକୁ-ନେଇ-ପ୍ରଥମଥର-ମୁହଁ-ଖୋଲିଲେ-ଜୟ-ଟେଲର,-ଜାଣନ୍ତୁ-କ’ଣ-କହିଲେ…

ନୂଆଦିଲ୍ଲୀ ୧୪।୦୮: ଫକ୍ସ ସ୍ପୋର୍ଟ୍ସର ପୂର୍ବତନ ଅଧିକାରୀ ଜୟ ଟେଲର।  ବର୍ଷ ଆରମ୍ଭରୁ ଏକ ବିବାଦୀୟ ମାମଲାରେ ଫସିଥିଲେ ଜୟ ଟେଲର । କିଛି ଦିନ ପୂର୍ବରୁ ଫକ୍ସ ସ୍ପୋର୍ଟସ୍‌ର ପୂର୍ବ କାର୍ଯ୍ୟନିର୍ବାହୀ ଜୟ ଟେଲର ‘ହଟ୍ ମାଇକ୍ସ ୱିଥ୍ ବିଲି ବୁଶ୍’ ଶୋ’ରେ ନଜର ଆସିଥିଲେ।ଏହି ଶୋ’ରେ ଫକ୍ସ ସ୍ପୋର୍ଟସରୁ ବହିଷ୍କାର ହେବାର କାରଣ ଓ ତାଙ୍କ ବିରୋଧରେ ହୋଇଥିବା ମାମଲା ବିଷୟରେ ଖୁଲାସା କରିଛନ୍ତି।

ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ନେଇ ଜୟ ଟେଲର କହିଛନ୍ତି  “ଏହା ଏବେ ବି ଏକ ଆଇନଗତ ମାମଲା, ତେଣୁ ମୁଁ ଏହା ଉପରେ ମନ୍ତବ୍ୟ ଦେଇପାରିବି ନାହିଁ । ତେବେ ସେ ତାଙ୍କ ମାମଲା ଏବଂ ଫକ୍ସ ସ୍ପୋର୍ଟସରୁ ବହିଷ୍କାର ହେବା ନେଇ କୌଣସି ସାମଞ୍ଜସ୍ୟ ନଥିବା କହିଥିଲେ । 

ପୂର୍ବତନ ଫକ୍ସ ସ୍ପୋର୍ଟସ୍ କାର୍ଯ୍ୟନିର୍ବାହୀ କହିଛନ୍ତି କି, “ମୁଁ କହିବି ଯେ ସେହି ପରିସ୍ଥିତି ଏବଂ ସେହି ମାମଲା FS1ରେ ହୋଇଥିବା ପରିବର୍ତ୍ତନ ସହିତ କୌଣସି ସମ୍ପର୍କ ନଥିଲା । ମୁଁ କହିବାକୁ ଚାହୁଁଛି ଯେ ସମସ୍ତେ ଏହାକୁ ଦେଖିପାରିବେ ଏବଂ ବୁଝିପାରିବେ ଯେ ପରିବର୍ତ୍ତନ କ’ଣ ଥିଲା ଏବଂ କାହିଁକି ତିନୋଟି ଶୋ’ର ପ୍ରସାରଣ ବନ୍ଦ କରାଯାଇଥିଲା।”

ଖବର ଅନୁଯାୟୀ ଚଳିତବର୍ଷ ଆରମ୍ଭରେ ଜୟ ଟେଲର, ଚାର୍ଲି ଡିକ୍ସନ ଏବଂ ଇମାନୁଏଲ ଆଚୋଙ୍କ ବିରୋଧରେ ସଙ୍ଗୀନ ମାମାଲ ରୁଜୁ କରାଯାଇଥିଲା। ପୂର୍ବତନ ଫକ୍ସ ସ୍ପୋର୍ଟସ୍ କର୍ମଚାରୀ ନୌଶୀନ ଫରାଜୀ ସେମାନଙ୍କ ବିରୁଦ୍ଧରେ ଯୌନ ଅସଦାଚରଣ ଏତଲା ଦାୟର କରିଥିଲେ। ମାମଲା ଅନୁଯାୟୀ ନୌଶୀନ୍ ଫରାଜି ଚାର୍ଲି ଡିକ୍ସନଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ସେ କହିଥିଲେ କି ଚାର୍ଲି ଡିକ୍ସନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ତାଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। 

ଏହାପରେ ନୌଶୀନ ଜୟ ଟେଲରଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ଟେଲର ତାଙ୍କୁ ଏନେଇ ଅଭିଯୋଗ ନକରିବାକୁ କହିଥିଲେ । ତେବେ ଜୟ ଟେଲର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରି ଆସୁଛନ୍ତି। ଯଦିଓ ଜୟ ଟେଲରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି, ତଥାପି ମାମଲା ସମ୍ପର୍କରେ କୌଣସି ସୂଚନା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ।

Scroll to Top