ପ୍ରଥମେ ଧନଶ୍ରୀ, ପରେ ମହଭାଶ…ଏବେ କାହା ପ୍ରେମ ଉବୁଟୁବୁ ଚହଲ, ଫଟୋ ଭାଇରାଲ

ପ୍ରଥମେ-ଧନଶ୍ରୀ,-ପରେ-ମହଭାଶ…ଏବେ-କାହା-ପ୍ରେମ-ଉବୁଟୁବୁ-ଚହଲ,-ଫଟୋ-ଭାଇରାଲ

ମୁମ୍ଵାଇ ୨୬।୦୧; ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ । ପ୍ରାୟତଃ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ପୁଣି ଥରେ ଲାଇମ ଲାଇଟ୍‌ ଆସିଛନ୍ତି। ତାହା ପୁଣି ଆଉ ଏକ ମିଷ୍ଟ୍ରି ଗର୍ଲ ପାଇଁ । ସେ ଆଉ କେହି ନୁହଁନ୍ତି ବିଗ ବସ ୧୩ ଫେମ୍ ଶେଫାଲି ବାଗାଙ୍କ ସହିତ ଦେଖିବାକୁ ମିଳିଥିଲା।

ନିକଟରେ ଦୁହିଁଙ୍କୁ ଡିନର ପରେ ରେଷ୍ଟୁରାଣ୍ଟ ବାହାରେ ଏକାଠି ନଜର ଆସିଥିଲେ। ଯାହାର ଏକ ଝଲକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଚହଲ ଏକ କଳା ସାର୍ଟ ଏବଂ ବ୍ଲୁ ଫେଡ ଜିନ୍ସ ପିନ୍ଧିଥିବା ବେଳେ ଶେଫାଲି ବାଗା ଏକ କଳା ବଡିକନ ଡ୍ରେସ ପିନ୍ଧିଥିଲେ। ଏହି ଫଟୋ ନିଶ୍ଚିତ ଭାବରେ ସୋସିଆଲ ମିଡିଆ ୟୁଜର୍ସଙ୍କ ଗସିପ୍‌ଙ୍କୁ ଖୋରାକ ଯୋଗାଇ ଥିଲା। ଏହି ଡିନର ଏପରି ସମୟରେ ହୋଇଛି ଯେତେବେଳେ ଚହଲ ଏବଂ ଆରଜେ ମହଭାଶଙ୍କୁ ନେଇ ଖବର ପ୍ରସାରିତ ହେଉଛି। କୁହାଯାଉଛି କି ଦୁହେଁ ଆଉ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରୁନାହାଁନ୍ତି। ଏହା ମଧ୍ୟ କୁହାଯାଉଛି ଯେ ସେମାନେ ସେମାନଙ୍କ ସମ୍ପର୍କ ଶେଷ କରିଛନ୍ତି।

ବର୍ତ୍ତମାନଚହଲ କିମ୍ବା ମହଭାଶ କେହି ଅନଫଲୋ ଉପରେ ପ୍ରତିକ୍ରିୟା ଦେଇନାହାଁନ୍ତି। ତଥାପି, ସୋସିଆଲ ମିଡିଆରେ ପ୍ରସାରିତ ସ୍କ୍ରିନସଟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେମାନେ ପରସ୍ପରର ଫଲୋଇଂ ତାଲିକାରେ ନାହାନ୍ତି। ଏସବୁ ମଧ୍ୟରେ, ଶେଫାଲି ବଗାଙ୍କ ସହିତ ଡିନର ପରେ ଚହଲଙ୍କ ଉପସ୍ଥିତି ଦୃଷ୍ଟି ଆକର୍ଷଣ କରିଛି।

Scroll to Top