ପଦ୍ମ ପୁରସ୍କାର ରାଜନୀତି, ପଲିଟିକ୍ସରେ ଏବେ ପଦ୍ମ… ନେତା କହିଲେ ସବୁଠି ଭୋଟ୍ ରାଜନୀତି ଚାଲ୍

ପଦ୍ମ-ପୁରସ୍କାର-ରାଜନୀତି,-ପଲିଟିକ୍ସରେ-ଏବେ-ପଦ୍ମ…-ନେତା-କହିଲେ-ସବୁଠି-ଭୋଟ୍-ରାଜନୀତି-ଚାଲ୍

ନୂଆଦିଲ୍ଲୀ,|୧: ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତଳିତ ବର୍ଷ ଜାନୁଆରୀ୨୫ତାରିଖରେ୧୩୧ଜଣଙ୍କୁ ଏହି ସମ୍ମାନ ଦେବା ପାଇଁ ସରକାର ଘୋଷଣାକରିଛନ୍ତି । ଏଥିରେଟି ପଦ୍ମ ବିଭୂଷଣ ଥିବା ବେଳେ୧୩ଟି ପଦ୍ମ ଭୂଷଣ ଏବଂ୧୧୩ଟି ପଦ୍ମଶ୍ରୀ ରହିଛି । ତେବେ ସରକାରଙ୍କ ଘୋଷଣା ପରେ ରାଜନୀତି ଜୋର୍ ଧରିଛି । ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ପାଇଁ ଅଧିକ ପୁରସ୍କାର ଘୋଷଣା କରଯାଇଥିବା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ଅଭିଯୋଗ କରିଛନ୍ତି ।

କାର୍ତ୍ତୀ କହିଛନ୍ତି ଯେ, ସରକାର ପଦ୍ମ ପୁରସ୍କାର ବିଜେତାଙ୍କ ଚୟନକୁ ସହଜ କରିଦେଇଛନ୍ତି । ଏବେ କେବଳ ନିର୍ବାଚନ ହେବାକୁ ଥିବା ରାଜ୍ୟର ଲୋକଙ୍କୁ ବାଛିବାକୁ ପଡିବ । ଯଦି ସାରା ଦେଶରେ ଗୋଟିଏ ଦିନରେ ନିର୍ବାଚନ ହେବ ତାହାଲେ ପଦ୍ମ ପୁରସ୍କାର ଚୟନ ପ୍ରକ୍ରିୟା ଜଟିଳ ହେବ ବୋଲି ସେ ବ୍ୟଙ୍ଗ କରିଛନ୍ତି ।

If there was One Nation One Election, it would be so complicated for the Government to choose Padma Award recipients! Now it’s so much simpler, just choose persons from poll bound states. #PadmaAwards2026

— Karti P Chidambaram (@KartiPC) January 25, 2026

ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ, ଏବେ ଭାରତରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ହେଉନି । ନହଲେ ସରକାର ସହଜରେ ପଦ୍ମ ପୁରସ୍କାର ବିଜେତାଙ୍କୁ ଚୟନ କରିପାରନ୍ତେ ନାହିଁ । ଏବେ କେବଳ ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଫୋକସ କରାଯାଉଛି ।

କେଉଁ ରାଜ୍ୟକୁ କେତେ ପୁରସ୍କାର ?

ନିର୍ବାଚନ ହେବାକୁ ଥିବା ରାଜ୍ୟ ଯେପରିକି କେରଳ, ତାମିଲନାଡୁ, ପଶ୍ଚିମବଙ୍ଗକୁ ଅଧିକ ପୁରସ୍କାର ମିଳିଛି । କେରଳକୁଟି, ତାମିଲନାଡୁକୁ୧୩ଟି ଏବଂ ପଶ୍ଚିମବଙ୍ଗର୧୧ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷଟି ପଦ୍ମ ବିଭୂଷଣରୁଜଣ କେରଳର ଅଟନ୍ତି ।

Scroll to Top