ଭାରତର ଶାଣିତ ବୋଲିଂ, ୧୫୩ ରନରେ ଅଟକିଲା କିଓ୍ଵି ଟିମ୍; ବୁମରାଙ୍କୁ ୩ ଓ୍ଵିକେଟ୍

ଭାରତର-ଶାଣିତ-ବୋଲିଂ,-୧୫୩-ରନରେ-ଅଟକିଲା-କିଓ୍ଵି-ଟିମ୍;-ବୁମରାଙ୍କୁ-୩-ଓ୍ଵିକେଟ୍

ଗୌହାଟୀ: ଗୌହାଟୀରେ ଆଜି ଖେଳା ଯାଉଛି ଭାରତ ବନାମ ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୧୫୩ ରନ କରି ପାରିଛି। ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଯୋଗୁଁ ଦଳ ବଡ଼ ସ୍କୋର କରି ପାରିନାହିଁ। ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ୧୫୪ ରନର ବିଜୟ ଲକ୍ଷ୍ୟ ରହିଛି। ଗ୍ଲେନ ଫିଲିପ୍ସ ସର୍ବାଧିକ ୪୮ ରନ କରିଥିବା ବେଳେ ମାର୍କ ଚପମ୍ୟାନ ୩୨ ରନ ଓ ଅଧିନାୟକ ମିଚେଲ୍ ସାଣ୍ଟନର ୨୭ ରନ କରିଛନ୍ତି। ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ ଓ୍ଵିକେଟ୍ ନେଇଛନ୍ତି। ରବି ବିଷ୍ଣୋଇ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ମିଳିଛି।

ପ୍ରଥମେ ବ୍ୟାଟିଂ କରିଥିବା  ନ୍ୟୁଜିଲାଣ୍ଡର ଆରମ୍ଭ ନିରାଶଜନକ ଥିଲା। ଡେଭନ କନଓ୍ଵେ ଖରାପ ଫର୍ମ ବଜାୟ ରଖି ଏକ ରନ କରି ଆଉଟ୍ ହୋଇଥିଲେ। ୧୩ ରନ ସ୍କୋରରେ ରଚିନ ରବୀନ୍ଦ୍ରନ(୪ ରନ) ପାଭିଲିୟନ ଫେରିଥିଲେ। ଟିମ୍ ସେଇଫର୍ଟ(୧୧ ରନ) ବୁମରାଙ୍କ ବୋଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଏହା ପରେ ଗ୍ଲେନ ଫିଲିପ୍ସ ଓ ମାର୍କ ଚପମ୍ୟାନ ଇନିଂସ

ଏହି ଯୋଡ଼ି ଭାଙ୍ଗିବା ପରେ ନ୍ୟୁଜିଲାଣ୍ଡ ପୁଣି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଭାରତୀୟ ବୋଲର ଶାଣିତ ବୋଲିଂ କରି କିଓ୍ଵି ବ୍ୟାଟରଙ୍କୁ ହାତ ଖୋଲିବାକୁ ଦେଇ ନ ଥିଲେ। ଗ୍ଲେନ ଫିଲିପ୍ସ ୪୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଡାରିଲ ମିଚେଲ୍ ୧୪ ରନ କରିଥିଲେ। ଅଧିନାୟକ ମିଚେଲ୍ ସାଣ୍ଟନର ୨୭ ରନ କରିବାରୁ ନ୍ୟୁଜିଲାଣ୍ଡ ୯ ଓ୍ଵିକେଟ୍ ହରାଇ ୧୫୩ ରନ କରି ପାରିଥିଲା।

ଭାରତ ପକ୍ଷରୁ ସଫଳ ବୋଲର ଭାବେ ଯଶପ୍ରୀତ ବୁମରା ୧୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ରବି ବିଷ୍ଣୋଇ ୧୮ ରନ ଦେଇ ୨ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

Scroll to Top