ମୁମ୍ବାଇ : ଭାରତ ସରକାର ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ଘୋଷଣା କରନ୍ତି। ଚଳିତ ବର୍ଷ ମଧ୍ୟ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପୁରସ୍କାର ଘୋଷଣା କରାଯାଇଛି। ଅନେକ କଳାକାର ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। ସେମାନଙ୍କ କାର୍ଯ୍ୟକୁ ସମ୍ମାନିତ କରିବା ପାଇଁ ଦେଶର ସର୍ବୋଚ୍ଚ ସମ୍ମାନ ଦେବାକୁ ଘୋଷଣା ହୋଇଛି। କଳା କ୍ଷେତ୍ରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଗାୟିକା ଅଲକା ୟାଗନିକ, ଅଭିନେତା ଆର. ମାଧବନ, ଦକ୍ଷିଣ ସୁପରଷ୍ଟାର ମାମୁଟି ଏବଂ ଦିବଂଗତ ସୁପରଷ୍ଟାର ଧର୍ମେନ୍ଦ୍ର ଅଛନ୍ତି। ଆସନ୍ତୁ ଜାଣିବା ଏହି ବର୍ଷ ଭାରତର ସର୍ବୋଚ୍ଚ ସମ୍ମାନ କାହାକୁ ମିଳିବ?
ଧର୍ମେନ୍ଦ୍ରଙ୍କୁ ପଦ୍ମ ବିଭୂଷଣ
ପ୍ରଥମେ, ହିନ୍ଦୀ ସିନେମାର ଅନ୍ୟତମ ପ୍ରମୁଖ ଏବଂ ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ଧର୍ମେନ୍ଦ୍ର 24 ନଭେମ୍ବର 2025 ରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପରଲୋକ ସିନେମା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଯାହା କେବେ ପୂରଣ ହୋଇପାରିବ ନାହିଁ। ଧର୍ମେନ୍ଦ୍ରଙ୍କ ବ୍ୟତୀତ, ବିଶ୍ୱ ପ୍ରସିଦ୍ଧ ଭାରତୀୟ ଶାସ୍ତ୍ରୀୟ ଭାୟୋଲିନ୍ ବାଦକ ଡକ୍ଟର ଏନ. ରାଜମ ମଧ୍ୟ ପଦ୍ମ ବିଭୂଷଣ ପାଇବେ।
କାହାକୁ ପଦ୍ମ ଭୂଷଣ ମିଳିଛି?
ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର୍ ଅଳକା ୟାଗନିକ, ଦକ୍ଷିଣ ସୁପରଷ୍ଟାର ମାମୁଟି ଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ଭାରତର ଆଡ୍ ମ୍ୟାନ୍ ଭାବେ ପରିଚିତ ପୀୟୁଷ ପାଣ୍ଡେଙ୍କୁ ମରଣୋତ୍ତର ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ଅଭିନେତା ଆର. ମାଧବନଙ୍କୁ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିଏ।
କିଏ କ’ଣ ପାଇଲେ? ନଜର ପକାଇବା ସମ୍ପୂର୍ଣ୍ଣ ତାଲିକା ଉପରେ
ପଦ୍ମବିଭୂଷଣ ସମ୍ମାନ-
ଧର୍ମେନ୍ଦ୍ର ସିଂ ଦେଓଲ (ମରୋଣତ୍ତର ସମ୍ମାନ)
ଡକ୍ଟର ଏନ ରାଜମ୍ – ଜଣାଶୁଣା ବାଦ୍ୟଯନ୍ତ୍ରକାରୀ
ପଦ୍ମ ଭୂଷଣ ସମ୍ମାନ-
ଅଲକା ୟାଗନିକ୍ (ପ୍ରସିଦ୍ଧ ଗାୟୀକ)
ମାମୁଟି (ସାଉଥ୍ ଅଭିନେତା)
ପୀୟୁଷ ପାଣ୍ଡେ (ଆଡମାନ୍) (ମରୋଣତ୍ତର ସମ୍ମାନ)
ପଦ୍ମଶ୍ରୀ ସମ୍ମାନ-
ଅନିଲ କୁମାର ରସ୍ତୋଗୀ (ଅଭିନେତା)
ଅରବିନ୍ଦ ବିଦ୍ୟା (ଅଭିନେତା)
ଭାରତ ସିଂ ଭାରତୀ (ଗାୟକ)
ଭିକଲିୟା ଲାଡକ୍ୟା ଧିଣ୍ଡା (ତାରପା ବାଦକ)
ବିଶ୍ୱା ବନ୍ଧୁ (ଲୋକ ନୃତ୍ୟ)
ଦୀପିକା ରେଡ୍ଡୀ (ନୃତ୍ୟଶିଳ୍ପୀ / କୋରିଓଗ୍ରାଫର)
ଗଡ୍ଡେ ବାବୁ ରାଜେନ୍ଦ୍ର ପ୍ରସାଦ (ତେଲୁଗୁ ଅଭିନେତା)
ଗଫରୁଦ୍ଦିନ ମେୱାଟୀ ଯୋଗୀ (ରାଜସ୍ଥାନୀ ବାଦ୍ୟଯନ୍ତ୍ର ଭପଙ୍ଗ ବାଦକ)
ଗରିମେଲା ବାଲାକ୍ରିଷ୍ଣା ପ୍ରସାଦ (କମ୍ପୋଜର) (ମରୋଣତ୍ତର)
ଗାୟତ୍ରୀ ବାଲାସୁବ୍ରମଣ୍ୟମ୍ ଏବଂ ରଂଜନୀ ବାଲାସୁବ୍ରମଣ୍ୟମ୍ (ଯୋଡି – ଗାୟକ ଏବଂ ବାଦ୍ୟକାର)
କୁମାର ବୋଷ (ସଂଗୀତଜ୍ଞ / କମ୍ପୋଜର)
ମୁରଲୀ ମୋହନ (ଅଭିନେତା ଏବଂ ନିର୍ମାତା)
ପୋଖଲିଆ ଲୋକଥେପି (ଗାୟକ)
ପ୍ରୋସେନଜିତ୍ ଚାଟାର୍ଜୀ (ଅଭିନେତା ଏବଂ ନିର୍ମାତା)
ଆର କୃଷ୍ଣନ୍ (ଚଳଚ୍ଚିତ୍ର ନିର୍ଦ୍ଦେଶକ) (ମରୋଣତ୍ତର)
ରଘୁବୀର ତୁକାରାମ ଖେଡକର (ତମଶା କଳାକାର)
ସାନଗୁସାଙ୍ଗ ଏସ୍ ପୋଙ୍ଗେନର୍ (ଫୋଲ୍କ ଡ୍ରାମା)
ସତୀଶ ଶାହା (ମରୋଣତ୍ତର)
ସିମାଞ୍ଚଳ ପାତ୍ର (ଲୋକ କଳାକାର, ଥିଏଟର ଏବଂ କଳା)
ତାଗା ରାମ ଭିଲ (ଲୋକ ଗାୟକ)
ତରୁଣ ଭଟ୍ଟାଚାର୍ଯ୍ୟ (ସଂଗୀତଜ୍ଞ)
ତୃପ୍ତି ମୁଖାର୍ଜୀ (ଭୋକାଲିଷ୍ଟ)
ଥିରୁଭାରୁର ବକ୍ତାବତସଲାମ (ସଂଗୀତକାର)
ୟୁମନାମ୍ ଯାତ୍ରା ସିଂ (ଗୀତ) ଏବଂ ନାତା ଚୋଲୋମ୍ (ନୃତ୍ୟ)
୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ । ମୋଟ ୧୩୧ ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା, ୬ ବିଦେଶୀ ଓ ୧୬ ଜଣଙ୍କୁ ମରଣୋତ୍ତର ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ସୂଚୀରେ ସାହିତ୍ୟ, ଶିକ୍ଷା, ସମାଜସେବା, ଚିକିତ୍ସା, କଳା ଓ ଜନକଲ୍ୟାଣ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ରହିଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଯୋଗଦାନ ପାଇଁ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ରହିଛି । ଏହି ପୁରସ୍କାର କଳା, ସମାଜସେବା, ଶିଳ୍ପ, ବିଜ୍ଞାନ, ଚିକିତ୍ସା, କ୍ରୀଡା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯାଏ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଏ ।




