ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍ ଚେର ଖୋଜୁଛି କ୍ରାଇମବ୍ରାଞ୍ଚ STF। ସାରା ରାଜ୍ୟରେ ୨ ଦିନ ହେଲା ଚାଲିଛି ମାରାଥନ ରେଡ୍ । ସରକାରଙ୍କ ନିର୍ଦେଶ ପରେ ଆକ୍ସନ ମୋଡ଼ରେ STF
Credit: OTV
‘ନିଶା’ ରୋକିବାକୁ ବଡ଼ ରେଡ୍
ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍ ଚେର ଖୋଜୁଛି କ୍ରାଇମବ୍ରାଞ୍ଚ STF। ସାରା ରାଜ୍ୟରେ ୨ ଦିନ ହେଲା ଚାଲିଛି ମାରାଥନ ରେଡ୍ । ସରକାରଙ୍କ ନିର୍ଦେଶ ପରେ ଆକ୍ସନ ମୋଡ଼ରେ STF। ମାରିଜୁଆନା ଓ ସିନ୍ଥେଟିକ ଡ୍ରଗ୍ସ କାରବାର ନେଇ ରାଜ୍ୟ ବାହାର ପୁଲିସ ସହ ଯୋଗାଯୋଗ କରିଛି କ୍ରାଇମବ୍ରାଞ୍ଚ । ସମସ୍ତ ଜିଲ୍ଲା ଏସପିଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ । ଡିଜିପି ଓ ଡିଜିପି କ୍ରାଇମଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ସ୍ପେଶାଲ ଅପରେସନ I
ବିଭିନ୍ନ ଖଟି, ଦୋକାନ, ବସ୍ତିରେ ମୁତୟନ ହୋଇଛନ୍ତି ସାଦା ପୋଷାକଧାରୀ ପୁଲିସ I ରାଜ୍ୟରେ ବଢ଼ି ଚାଲିଥିବା ନିଶା କାରବାରକୁ ରୋକିବାକୁ ନିଆଯାଉଛି କଡ଼ା ପଦକ୍ଷେପ । NCB, DRI ସହ ଯୋଗାଯୋଗରେ ରହିଛି ରାଜ୍ୟ STF I ତେବେ ଦୀର୍ଘ ୧୫ ଦିନ ହେଲା ଚଢ଼ାଉ ଜାରି ରହିଥିବା କହିଛନ୍ତି STF ଏସପି I
Also Read
- Reported by:
- CHANDAN PAIKRAY





