ପ୍ରତି ମାସରେ ପିଏମ୍ ସୂର୍ଯ୍ୟଘର ଯୋଜନାର ହେବ ସମୀକ୍ଷା, ସଚେତନତା ପାଇଁ ଲୋକଙ୍କୁ ବଣ୍ଟାଯିବ ଲିଫଲେଟ୍ ଓ ପାମ୍ପଲେଟ୍
Published By : Prameya-News7 Bureau | August 14, 2025 IST

ଭୁବନେଶ୍ବର ୧୪।୮: ପିଏମ୍ ସୂର୍ଯ୍ୟଘର ଯୋଜନାକୁ ନେଇ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ । ସେ କହିଛନ୍ତି ଯୋଜନାକୁ ନେଇ ଆହୁରି ଅଧିକ ସଚେତନ କରାଯିବ । ବିଲ୍ କଲେକ୍ସନ କରୁଥିବା କର୍ମଚାରୀଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ସହ ଲିଫ୍ଲେଟ୍ ଓ ପାମ୍ପ୍ଲେଟ୍ ବଣ୍ଟାଯିବ ପାଇଁ କୁହାଯାଇଛି । ଅନଲାଇନ ଜରିଆରେ ଯେଉଁମାନେ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନୀ ମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ବି ନିର୍ଦ୍ଦେଶ ଦିଆଯାଇଛି ।
ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପିଏମ୍ ସୂର୍ଯ୍ୟଘର ଯୋଜନାରେ ଓଡ଼ିଶାର ପ୍ରୋଗ୍ରେସ୍ ସ୍ଲୋ ଅଛି । ସେଥିପାଇଁ ନିଷ୍ପତ୍ତି ନିଆଯାଇଛି ଏଣିକି ପ୍ରତି ମାସରେ ରିଭ୍ୟୁ କରାଯିବ । ଯୋଜନାର ଅଗ୍ରଗତିକୁ ନେଇ ବିତରଣ କମ୍ପାନୀଙ୍କ ସହ ବୈଠକ ହେବ । କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍ ସୂର୍ଯ୍ୟଘର ଯୋଜନାରେ ୩ ଲକ୍ଷ ଟାର୍ଗେଟ୍ ଦିଆଯାଇଥିଲା । କିନ୍ତୁ ଓଡ଼ିଶାରେ ଏହା ଧିମେଇ ଯାଇଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୨୦ ହଜାର ସଂଯୋଗ ଦିଆଯାଇ ପାରିଛି । ତେଣୁ ନିଷ୍ପତ୍ତି ହୋଇଛି ଆସିଥିବା ୧ ଲକ୍ଷ ୮୦ ହଜାର ଆବେଦନକୁ ରେଗୁଲାର ମିନିଟରିଂ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
You Can Read:
ଶିକ୍ଷାନୁଷ୍ଠାନରେ ପୋଲିସର ସଚେତନତା, ଆଇନର ବିଭିନ୍ନ ଦିଗ ଉପରେ ଅବଗତ କରାଇଲେ ଏସ୍ଡିପିଓ
ସମ୍ବନ୍ଧିତ ଖବର







