ପିପିଲିରେ ମହିଳା ପୋଡ଼ିଯିବା ଘଟଣାରେ ଅତିରିକ୍ତ ଏସପିଙ୍କ ବଡ଼ ସୂଚନା। ପାରିବାରିକ କଳହ ନଥିଲା, ଋଣ ଚାପରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଓ କିରାସିନି ବୋତଲ ଜବତ ହୋଇଛି ।
Credit: OTV
ଋଣ ଚାପରୁ ଆତ୍ମହତ୍ୟା ଉଦ୍ୟମ!
ପିପିଲିରେ ମହିଳା ପୋଡ଼ିଯିବା ଘଟଣାରେ ଅତିରିକ୍ତ ଏସପିଙ୍କ ବଡ଼ ସୂଚନା। ପାରିବାରିକ କଳହ ନଥିଲା, ଋଣ ଚାପରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଓ କିରାସିନି ବୋତଲ ଜବତ ହୋଇଛି । ମିଳିଥିବା ସୁଇସାଇଡ୍ ନୋଟ୍ କୁ ଯାଞ୍ଚ ପାଇଁ ପଠାଯାଇଛି। ପାଖରେ ଥିବା ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି। ମହିଳାଙ୍କ ଶରୀରର ୯୦% ପୋଡ଼ିଛି, ସେ ଏବେ ଭେଣ୍ଟିଲେଟରେ ରହିଛନ୍ତି ।
ଏପଟେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବ ପୋଲିସ। ଏ ନେଇ ପିପିଲି ଏସଡିପିଓ, ପୀଡ଼ିତା ଚିକିତ୍ସିତ ହେଉଥିବା ଭୁବନେଶ୍ବର ଏମ୍ସକୁ ଯାଇଥିବା ସୂଚନା ମିଳିଛି। ଗତକାଲି ଘଟଣା ପରେ ରାତିରେ ମଧ୍ୟ ମେଡିକାଲରେ ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଉଦ୍ୟମ କରିଥିଲା ପୋଲିସ। କିନ୍ତୁ ପୀଡ଼ିତା କଥା କହିବା ସ୍ଥିତିରେ ନଥିବାରୁ ପୋଲିସ ବୟାନ ରେକର୍ଡ ନକରି ଫେରି ଆସିଥିଲା। ଗତକାଲି ଘଟଣା ଘଟିଥିବା ପିପିଲି ଥାନା ଜୟପୁରକୁ ଯାଇ ମହିଳା ଜଣକ କେଉଁ ପରିସ୍ଥିତିରେ ପୋଡ଼ିଗଲେ, ତାର ଛାନଭିନ୍ କରିଛି ପୋଲିସ ଟିମ୍।
ସେପଟେ ପିପିଲିରେ ନିଆଁରେ ପୋଡି ହୋଇ ଏମ୍ସରେ ଚିକିତ୍ସା ହେଉଥିବା ଗୁରୁତର ମହିଳାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ ସଦସ୍ୟା I ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଅଛି , ମହିଳାଙ୍କ ବାପା ଓ ସ୍ବାମୀଙ୍କୁ ପଚରାଉଚରା କରାଯାଇଛି। ପାରିବାରିକ କଳହ ନଥିବା କହିଛନ୍ତି I ବର୍ତ୍ତମାନ ମହିଳାଙ୍କୁ ଏମ୍ସ ଭୁବନେଶ୍ଵରର ଟ୍ରୋମା କେୟାର ରେଡ ଜୋନ ଆଇସିୟୁରେ ଚିକିତ୍ସିତ କରାଯାଉଛି । ମହିଳାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିବାରୁ ବୟାନ ରେକର୍ଡ କରାଯାଇପାରିନାହିଁ । ବର୍ଣ୍ଣ ୱାଡ୍ ଆଇସିୟୁ ପାଇଁ ବେଡ ମିଳୁନଥିବାରୁ ଡାକ୍ତରଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ର।





