କଟକ ନରସିଂହପୁର ବ୍ଲକ ଅଲରା ପଂଚାୟତ ଜେନାସାହିରେ ମେଣ୍ଢା ମଡ଼କ। ଅଜଣା ରୋଗରେ ୧୫ ଦିନରେ ୧୪ ମେଣ୍ଢାଙ୍କ ଜୀବନ ଯାଇଥିବା ଅଭିଯୋଗ
Credit: OTV
ଅଲରା ଜେନାସାହିରେ ମେଣ୍ଢା ମଡ଼କ
କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଲରା ପଂଚାୟତ ଜେନାସାହିରେ ମେଣ୍ଢା ମଡ଼କ। ଅଜଣା ରୋଗରେ ୧୫ ଦିନରେ ୧୪ ମେଣ୍ଢାଙ୍କ ଜୀବନ ଯାଇଥିବା ଅଭିଯୋଗ । ଗତକାଲି କେବଳ ଦିନକରେ ୫ ମେଣ୍ଢା ମରିଥିବା ଅଭିଯୋଗ କରିଛନ୍ତି ଚାଷୀ। ହଠାତ ମେଣ୍ଢା ମାନଙ୍କ ନାକରୁ ପାଣି ବାହାରିବା ସହ ଦେହ ଫଳିଯାଉଥିବା ଦେଖିବାକୁ ମିଳିଛି ।
ପ୍ରଶାସନିକ ସ୍ତରରରେ ମେଣ୍ଢା ମୃତ୍ୟୁର କାରଣ ଖୋଜିବା ସହ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ସେପଟେ ପ୍ରାଣୀବିଭାଗ ପକ୍ଷରୁ ଆକ୍ରାନ୍ତ ମେଣ୍ଢା ମାନଙ୍କ ମଳ ନମୁନା ସଂଗ୍ରହ କରିବା ସହ ଚିକିତ୍ସା ସେବା ଯୋଗାଇଦିଆଯାଇଛି । କୃମି ଜନିତ ରୋଗରେ ମେଣ୍ଢାମାନେ ଆକ୍ରାନ୍ତ ଥିବା ପ୍ରାଣୀ ଚିକିତ୍ସକ କହିଛନ୍ତି ।
୧୪ ଟି ମେଣ୍ଢା ଙ୍କର ମୂଲ୍ୟ ପ୍ରାୟ ୮୦ ରୁ ୯୦ ହଜାର ଟଙ୍କା ହେବ । ରୋଗର କାରଣ ସ୍ପଷ୍ଟ ଜଣାପଡୁନଥିବା ବେଳେ ଜଣେ ଚାଷୀଙ୍କର ଏତେ ସଂଖ୍ୟକ ମେଣ୍ଡା ମୃତ୍ୟୁ ଆର୍ଥକ ସ୍ଥିତି ଦୋହଲାଇ ଦେଇଛି। ପ୍ରଶାସନିକ ସ୍ତରରେ ମେଣ୍ଢା ମୃତ୍ୟୁର ପ୍ରକୃତ କାରଣ ଖୋଜି ବାହାର କରିବା ସହ ଆର୍ଥିକ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।





