ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ନବୀନ ନିବାସରେ ବସିବ ରାଜନୈତିକ ବ୍ୟାପାର କମିଟି
ଆଜି ବିଜୁ ଜନତା ଦଳର ବଡ଼ ବୈଠକ ବସୁଛି । ସନ୍ଧ୍ୟା ୫ଟାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ।
Published By: Prativa – Prameya-News7 Bureau | January 22, 2026 11:38 AM
NEWS7
ଭୁବନେଶ୍ୱର ୨୨/୦୧: ଆଜି ବିଜୁ ଜନତା ଦଳର ବଡ଼ ବୈଠକ ବସୁଛି । ସନ୍ଧ୍ୟା ୫ଟାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ପ୍ରଶ୍ନ ଉଠୁଛି, କଣ ହେବ ଆଲୋଚନା ? ଦୁଇ ଜଣଙ୍କ ଆକ୍ସନ ପରେ କାହା ଉପରେ ହେବ କି କାର୍ଯ୍ୟାନୁଷ୍ଠାନ ?
ଏସବୁ ଦିଗ ଉପରେ ନଜର ରହିବ । ବିଜେଡିର ସବୁଠାରୁ ଶକ୍ତିଶାଳୀ କମିଟି ହେଉଛି ରାଜନୈତିକ ବ୍ୟାପାର କମିଟି । ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ନିଲମ୍ବନ ପରେ ଏହି ବୈଠକ ବସୁଥିବାରୁ ବୈଠକରେ କଣ ଆଲୋଚନା ହେବ ତାହାରି ଉପରେ ସମସ୍ତଙ୍କ ନଜର ରହିବ ।




