ଭାଙ୍ଗିଗଲା ପୁଣି ଚହଲଙ୍କ ହୃଦୟ , ଇନଷ୍ଟାଗ୍ରାମ୍‌ରେ ପରସ୍ପରକୁ ଅନଫଲୋ କଲେ ୟୁଜବେନ୍ଦ୍ର ଚହଲ ଏବଂ ଆରଜେ ମହଭାଶ

ଭାଙ୍ଗିଗଲା-ପୁଣି-ଚହଲଙ୍କ-ହୃଦୟ-,-ଇନଷ୍ଟାଗ୍ରାମ୍‌ରେ-ପରସ୍ପରକୁ-ଅନଫଲୋ-କଲେ-ୟୁଜବେନ୍ଦ୍ର-ଚହଲ-ଏବଂ-ଆରଜେ-ମହଭାଶ

ନୂଆଦିଲ୍ଲୀ ୨୨।୦୧; ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ତାଙ୍କର ଉତ୍କୃଷ୍ଟ ବୋଲିଂ ପାଇଁ ଜଣାଶୁଣା। ସେ ତାଙ୍କ ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଏଥର ୟୁଜବେନ୍ଦ୍ର ଚହଲ ପୁଣି ଥରେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଲାଇମ୍ ଲାଇଟକୁ ଆସିଛନ୍ତି । ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।

ୟୁଜବେନ୍ଦ୍ର ଚହଲ ୨୦୨୦ ମସିହାରେ କୋରିଓଗ୍ରାଫର ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଧନଶ୍ରୀ ବର୍ମାଙ୍କୁ ବିବାହ କରିଥିଲେ। କିନ୍ତୁ, ୨୦୨୫ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା। ଯାହା ପରେ ସେମାନେ ଅଲଗା ହୋଇଯାଇଥିଲେ। କିନ୍ତୁ, ପରବର୍ତ୍ତୀ ସମୟରେ ତାଙ୍କର ନାଁ ଆରଜେ ମହଭାଶଙ୍କ ସହ ଯୋଡା ହୋଇଥିଲା।

ପ୍ରକୃତରେ, ଧନଶ୍ରୀ ବର୍ମାଙ୍କ ଠାରୁ ଛାଡପତ୍ର ପରେ, ୟୁଜବେନ୍ଦ୍ର ଚହଲଙ୍କୁ ଅନେକ ଥର ଆରଜେ ମହଭାଶଙ୍କ ସହିତ ଦେଖାଯାଇଥିଲା। ଯାହା ଡେଟିଂ ଗୁଜବ ଆହୁରି ଖୋରାକ ଯୋଗାଇ ଥିଲା। ଏକ ପଡକାଷ୍ଟରେ ଚହଲ କହିଥିଲେ ଯେ ମହଭାଶ କେବଳ ଜଣେ ବନ୍ଧୁ ଏବଂ କଷ୍ଟକର ସମୟରେ ତାଙ୍କ ସହିତ ଥିଲେ।

ସବୁଠାରୁ ବଡ କଥା ସେମାନେ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଛନ୍ତି। ପ୍ରଶଂସକମାନେ ଲକ୍ଷ୍ୟ କରିଛନ୍ତି ଯେ ସେମାନଙ୍କ ମଧ୍ୟରୁ କେହି ଆଉ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରୁନାହାଁନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଖୁବ୍ ବଢିଯାଇଛି କି କାହିଁକି ଏହା ଘଟିଲା ।

ପ୍ରଶଂସକମାନେ ଭାବୁଛନ୍ତି ଯେ, କିଛି ସମୟ ପୂର୍ବରୁ ସେମାନେ ଏକାଠି ନଜର ଆସିଥିଲେ ଏବଂ ପରସ୍ପରକୁ ଭଲ ବନ୍ଧୁ ବୋଲି କହୁଥିଲେ, କିନ୍ତୁ ଏବେ ସେମାନେ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି। ତେବେ, କ’ଣ ସେମାନଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଯାଇଛି ।

୨୦୨୫ ମସିହାର ICC ଚାମ୍ପିଅନ୍ସ ଟ୍ରଫି ସମୟରେ ୟୁଜବେନ୍ଦ୍ର ଚହଲ ଏବଂ ଆରଜେ ମହଭାଶଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ମଧ୍ୟରେ ସମ୍ପର୍କର ଗୁଜବ ଆହୁରି ତୀବ୍ର ହୋଇଥିଲା। ସେମାନଙ୍କର ଏକାଠି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ୟୁଜଭେନ୍ଦ୍ର ଚହଲ ଏବଂ ଆରଜେ ମହଭାଶ ଉଭୟ ଅନଫଲୋଇଂ ଉପରେ କୌଣସି କମେଣ୍ଟ ଦେଇନାହାଁନ୍ତି। ପ୍ରଶଂସକମାନେ ସ୍ପଷ୍ଟୀକରଣ ଏବଂ ଏ ବିଷୟରେ କୌଣସି ସୂଚନା ପାଇଁ ଅପେକ୍ଷା କରିଛନ୍ତି। ଉଭୟ ପୂର୍ବରୁ ସମ୍ପର୍କରେ ଥିବା କଥାକୁ ଅସ୍ୱୀକାର କରିଛନ୍ତି।

Scroll to Top