ସୁପ୍ରିମକୋର୍ଟଙ୍କ 11 ତାରିଖର ନିର୍ଦ୍ଦେଶ ପରେ ଏବେ ଦେଶର ବିଭିନ୍ନ ରାଜ୍ୟର ସହରାଞ୍ଚଳରେ ଥିବା ବୁଲା କୁକୁରଙ୍କ ସମ୍ପର୍କରେ ନିଷ୍ପତ୍ତି ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିଭିନ୍ନ ରାଜ୍ୟ ସରକାର ଓ ସହରାଞ୍ଚଳ ପ୍ରଶାସନ। କାଳେ ଓଡ଼ିଶାରେ ଏଭଳି କିଛି ପଦକ୍ଷେପ ଲାଗୁ ହେବ କି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଦିଲ୍ଲୀ ଏନସିଆର ଅଞ୍ଚଳରୁ ବିଦା ହେବେ ସବୁ ବୁଲା କୁକୁର ? ନା ପୂର୍ବଭଳି ଜାତୀୟ ରାଜଧାନୀର ଜନବସତିରେ ମୁକ୍ତ ବିଚରଣର ମିଳିବ ଅଧିକାର ? ଦୁଇ ଦିନ ତଳେ ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ପରେ ଏବେ ଏହି ରାୟର ପୁନର୍ବିଚାର ପାଇଁ ରାଜି ହୋଇଛନ୍ତି ସର୍ବୋଚ୍ଚ ନ୍ୟୟାଳୟ।
ସୁପ୍ରିମକୋର୍ଟଙ୍କ ଏ ରାୟକୁ ବିଭିନ୍ନ ସ୍ତରରେ ନାପସନ୍ଦ ପରେ ଜଣେ ଆଇନଜୀବୀ ଏ ରାୟର ପୁନର୍ବିଚାର ପାଇଁ ପୁଣି ସୁପ୍ରିମକୋର୍ଟ ଯାଇଥିଲେ। ଆଉ 2024ରେ ସମାନ ପ୍ରସଙ୍ଗରେ, ବୁଲା କୁକୁରଙ୍କ ପ୍ରତି ଦୟା ଦେଖାଇବାକୁ ସର୍ବୋଚ୍ଚ କୋର୍ଟ ଦେଇଥିବା ରାୟ କଥା ଉଲ୍ଲେଖ କରିଥିଲେ। ଯାହାକୁ ଗ୍ରହଣ କରି ପ୍ରଧାନ ବିଚାରପତି ବି.ଆର. ଗବାଇ ଗତ 11 ତାରିଖରେ ଆସିଥିବା ନିର୍ଦ୍ଦେଶର ପୁନର୍ବିଚାର ପାଇଁ ସମ୍ମତ୍ତି ଜଣାଇଛନ୍ତି। ଯାହାକୁ ନେଇ ଖୁସି ହୋଇଛନ୍ତି ପଶୁ ପ୍ରେମୀ।…
Also Read
ଏପଟେ ସୁପ୍ରିମକୋର୍ଟଙ୍କ 11 ତାରିଖର ନିର୍ଦ୍ଦେଶ ପରେ ଏବେ ଦେଶର ବିଭିନ୍ନ ରାଜ୍ୟର ସହରାଞ୍ଚଳରେ ଥିବା ବୁଲା କୁକୁରଙ୍କ ସମ୍ପର୍କରେ ନିଷ୍ପତ୍ତି ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିଭିନ୍ନ ରାଜ୍ୟ ସରକାର ଓ ସହରାଞ୍ଚଳ ପ୍ରଶାସନ। କାଳେ ଓଡ଼ିଶାରେ ଏଭଳି କିଛି ପଦକ୍ଷେପ ଲାଗୁ ହେବ କି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କାରଣ 2019ରେ ଶେଷ ପଶୁ ଜନଗଣନା ଅନୁସାରେ, ଓଡ଼ିଶାରେ ବୁଲା କୁକୁରଙ୍କ ସଂଖ୍ୟା ପ୍ରତି 1 ହଜାର ମଣିଷରେ 40। ଏପଟେ କେବଳ ରାଜଧାନୀ ଭୁବନେଶ୍ବରରେ ବୁଲୁଛନ୍ତି ୮୫ ହଜାରରୁ ଅଧିକ ବୁଲା କୁକୁର। ତେବେ ସେମାନଙ୍କ ପାଇଁ ସେଭଳି କୌଣସି ଯୋଜନା ନଥିବା କଥା କହିଛନ୍ତି, ବିଏମସି ମେୟର। ବୁଲା କୁକୁରଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରଣକୁ ମେୟର ସହଜରେ ଗ୍ରହଣ କରିପାରି ନଥିବା ବେଳେ ସେମାନଙ୍କ ବନ୍ଧ୍ୟାକରଣ ଓ ଆଣ୍ଟି ରାବିଜ୍ ଟୀକାକରଣ ଉପରେ ଜୋର ଦିଆଯିବ ବୋଲି କହିଛନ୍ତି।…
ଏଣେ ବୁଲା କୁକୁରଙ୍କୁ ନେଇ ୧୧ ତାରିଖର ରାୟ ଉପରେ ସୁପ୍ରିମକୋର୍ଟଙ୍କ ପୁନର୍ବିଚାର ସଙ୍କେତ ପରେ ବି ଏହାକୁ ନେଇ ଥମିବାର ନାଁ ନେଉନି ତର୍କ ବିତର୍କ। ଆଜି ବି ରାଜ୍ୟର ବିଭିନ୍ନ ସହରାଞ୍ଚଳରୁ କୋର୍ଟଙ୍କ ଏ ନିର୍ଦ୍ଦେଶ ଉପରେ ଆସିବାରେ ଲାଗିଛି ମିଶ୍ର ପ୍ରତିକ୍ରିୟା। ବୁଲା କୁକୁରଙ୍କ ପାଇଁ ଅତିଷ୍ଠ ହୋଇଥିବା ଲୋକେ, ରାୟକୁ ସ୍ବାଗତ କରୁଥିବା ବେଳେ କିଛି ପଶୁପ୍ରେମୀ କିନ୍ତୁ ରାୟକୁ ଗ୍ରହଣ କରି ପାରୁ ନାହାନ୍ତି।…
ଦିଲ୍ଲୀ ପାଇଁ ସୁପ୍ରିମକୋର୍ଟଙ୍କ ରାୟ ପରେ ଗତକାଲି ରାଜସ୍ଥାନ ହାଇକୋର୍ଟ ମଧ୍ୟ ରାଜ୍ୟର ସବୁ ସହରାଞ୍ଚଳରୁ ବୁଲାକୁକୁରଙ୍କ ହଠାଇ ନେବାକୁ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।.




