ବିଶ୍ବର ସବୁଠୁ ଲମ୍ବା ଟ୍ରେନ୍, ଲାଗିଛି ୮ ଇଞ୍ଜିନ୍, ୬୮୨ ବଗି ଓ ୫,୬୪୮ ଚକ…

ବିଶ୍ବର-ସବୁଠୁ-ଲମ୍ବା-ଟ୍ରେନ୍,-ଲାଗିଛି-୮-ଇଞ୍ଜିନ୍,-୬୮୨-ବଗି-ଓ-୫,୬୪୮-ଚକ…

ନୂଆଦିଲ୍ଲୀ ୧୩।୦୮:  ଭାରତୀୟଙ୍କ ପାଇଁ ଟ୍ରେନ୍ ହେଉଛି ଲାଇଫ୍ ଲାଇନ୍ । ଟ୍ରେନ ମାଧ୍ୟମରେ କମ୍ ଖର୍ଚ୍ଚରେ ଅତି ସହଜରେ  ଯିବା ଆସିବା କରନ୍ତି ଲୋକେ । ସମସ୍ତେ ପ୍ରାୟ ଅନେକ ପ୍ରକାର ଟ୍ରେନ୍ ଦେଖିଥିବେ । କିନ୍ତୁ ଜାଣନ୍ତି କି   ଦୁନିଆର ସବୁଠୁ ବଡ଼ ଟ୍ରେନ୍ କେଉଁଠି ଏବଂ ଏହା କେଉଁଠି ଚାଲିଥାଏ  ? 

ଭାରତୀୟ ରେଳବାଇ ଦେଶର ସବୁଠାରୁ ଲମ୍ବା ଟ୍ରେନର ନାଁ ‘ରୁଦ୍ରସ୍ତ୍ର’ । ଏହି ମାଲବାହୀ ଟ୍ରେନର ମୋଟ ଲମ୍ବ ୪.୫ କିଲୋମିଟର ଏବଂ ଏଥିରେ ୩୫୪ଟି ୱାଗନ ଅଛି । ଏହାକୁ ୭ଟି ଇଞ୍ଜିନ ଏକତ୍ର ଟାଣିଥାଏ। ‘ରୁଦ୍ରସ୍ତ୍ର’ ଗଞ୍ଜଖ୍ୱାଜା ଷ୍ଟେସନରୁ ଆରମ୍ଭ ହୋଇ ପ୍ରାୟ ୨୦୦ କିଲୋମିଟର ଦୂର ଗଡ଼ୱା ରୋଡରେ ପହଞ୍ଚିଥିଲା ଏବଂ ୫ ଘଣ୍ଟାରେ ଏହି ଯାତ୍ରା ଅତିକ୍ରମ କରିଥିଲା। 

ତେବେ ବିଶ୍ୱର ସବୁଠାରୁ ଲମ୍ବା ଟ୍ରେନ ହେଉଛି ଅଷ୍ଟ୍ରେଲିଆରେ ଚାଲୁଥିବା ଅଷ୍ଟ୍ରେଲିୟାନ BHP ଲୁହା ପଥର। ଏହା ମଧ୍ୟ ଏକ ମାଲବାହୀ ଟ୍ରେନ। ଏହି ଟ୍ରେନର ଲମ୍ବ ୭.୩ କିଲୋମିଟର । ଏଥିରେ ୬୮୨ଟି କୋଚ୍ ଅଛି । ତଥ୍ୟ ଅନୁଯାୟୀ ଏଥିରେ ୨୨ଟି ଆଇଫିଲ୍ ଟାୱାର ଫିଟ୍ ହୋଇପାରିବ । ଏତେ ଲମ୍ବା ଟ୍ରେନକୁ ଟାଣିବା ପାଇଁ ଏଥିରେ ଲାଗିଛି ୮ଟି ଇଞ୍ଜିନ   ।ଯାହା ଟ୍ରେନକୁ ଏକତ୍ର ଟାଣିଥାଏ। ସମ୍ପୂର୍ଣ୍ଣ ଟ୍ରେନଟିରେ ୫,୬୪୮ ଚକ ଅଛି । ଏହାର ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଲିପିବଦ୍ଧ ହୋଇଛି । 

ଅଷ୍ଟ୍ରେଲିୟ BHP ଲୁହା ପଥର କେବଳ ବିଶ୍ୱର ସବୁଠାରୁ ଲମ୍ବା ଟ୍ରେନ ନୁହେଁ, ବରଂ ଏହା ବିଶ୍ୱର ସବୁଠାରୁ ଓଜନଦାର ଟ୍ରେନ ଏବଂ ଏହାର ଓଜନ ଏକ ଲକ୍ଷ ଟନ୍ ରୁ ଅଧିକ। ଅଷ୍ଟ୍ରେଲିୟ BHP ଲୁହା ପଥର ଟ୍ରେନ ଲୁହା ପଥର ପରିବହନ ପାଇଁ ବ୍ୟବହୃତ ହୁଏ। ସେଥିପାଇଁ ଏହାକୁ BHP ଲୁହା ପଥର ଟ୍ରେନ କୁହାଯାଏ। 

ଏହି ମାଲବାହୀ ଟ୍ରେନ ମୋଟ ୯୯, ୭୪୩ ଟନ୍ ଲୁହା ପଥର ବହନ କରେ।BHP ଏହି ଟ୍ରେନକୁ ୨୧ ଜୁନ୍ ୨୦୦୧ ରେ ଆରମ୍ଭ କରିଥିଲା। ୟାଣ୍ଡି ଖଣିରୁ ଅଷ୍ଟ୍ରେଲିଆର ପୋର୍ଟ ହେଡଲ୍ୟାଣ୍ଡ ପର୍ଯ୍ୟନ୍ତ ଚାଲୁଥିବା ଏହି ଟ୍ରେନ ୨୭୫ କିଲୋମିଟର ଦୂରତା ଅତିକ୍ରମ କରେ, ଯାହା ୧୦ ଘଣ୍ଟା ସମୟ ନିଏ। ଏଥିରେ ସଂଲଗ୍ନ ଇଞ୍ଜିନରେ ବସିଥିବା ଲୋକୋ ପାଇଲଟ୍ ଅନ୍ୟ ୭ଟି ଇଞ୍ଜିନକୁ ଏକକାଳୀନ ନିୟନ୍ତ୍ରଣ କରିପାରିବ, ତେବେ ଏହି ଇଞ୍ଜିନଗୁଡ଼ିକ ଟ୍ରେନର ଲମ୍ବରେ ପ୍ରାୟ ଏକ କିଲୋମିଟର ବ୍ୟବଧାନରେ ସ୍ଥାପିତ ହୋଇଥାଏ।

Scroll to Top