୨୦ ବର୍ଷ ପରେ ଭାରତରେ ହେବ କି କମନଓ୍ବେଲ୍ଥ ଗେମ୍ ? ଏହି ସହର କରିବ ଆୟୋଜନ

୨୦-ବର୍ଷ-ପରେ-ଭାରତରେ-ହେବ-କି-କମନଓ୍ବେଲ୍ଥ-ଗେମ୍-?-ଏହି-ସହର-କରିବ-ଆୟୋଜନ

ନୂଆଦିଲ୍ଲୀ ୧୩।୦୮: ଭାରତ ପୁଣି ଥରେ କମନଓ୍ବେଲ୍ଥ ଗେମ୍ ଆୟୋଜନ କରିବାକୁ ପ୍ରସ୍ତୁତ। ଭାରତୀୟ ଅଲିମ୍ପିକ୍ ସଂଘ (IOA) ବୁଧବାର ଏନେଇ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛି । ୨୦୨୩ରେ ଅହମ୍ମଦାବାଦରେ କମନଓ୍ବେଲ୍ଥ ଗେମ୍ ଆୟୋଜନ କରିବା ପାଇଁ ଅଲିମ୍ପିକ୍ ସଂଘକୁ ପ୍ରସ୍ତାବ ପଠାଯାଇଥିଲା। ବର୍ତ୍ତମାନ ଭାରତକୁ ୩୧ ଅଗଷ୍ଟ ସୁଦ୍ଧା ଚୂଡ଼ାନ୍ତ ବିଡ୍ ପାଇଁ ପ୍ରସ୍ତାବ ଦାଖଲ କରିବାକୁ ପଡିବ।

ଭାରତୀୟ ଅଲିମ୍ପିକ୍ ସଂଘ ଯୁଗ୍ମ ସଚିବ କଲ୍ୟାଣ ଚୌବେ ସ୍ପେଶାଲ୍‌ ଜେନେରାଲ୍‌ ମିଟିଙ୍ଗରେ କହିଛନ୍ତି ଯେ ଭାରତର କମନଓ୍ବେଲ୍ଥ ଗେମ୍ ଆୟୋଜନ ସର୍ବସମ୍ମତି କ୍ରମେ ଅନୁମୋଦନ ପାଇଛି । ଏବେ ଭାରତ ଏଥିପାଇଁ ପୂର୍ଣ୍ଣ ବଳରେ ପ୍ରସ୍ତୁତି କରିବ । 

୨୦୩୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା କମନଓ୍ବେଲ୍ଥ ଗେମ୍ ଗୁଜରାଟର ରାଜଧାନୀ ଅହମ୍ମଦାବାଦରେ ଅନୁଷ୍ଠିତ ହେବ । ଭାରତ ସହିତ କାନାଡା ମଧ୍ୟ ୨୦୩୦ କମନଓ୍ବେଲ୍ଥ ଗେମ୍ ଆୟୋଜନ କରିବାକୁ ଆବେଦନ କରିଥିଲା । କିନ୍ତୁ ଏହି ଦେଶକୁ ବାଦ ଦିଆଯିବା ପରେ ଭାରତର ନାଁ ଏବେ ଚୂଡ଼ାନ୍ତ ହୋଇଛି।

କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ରୋହିତ ରାଜପାଲ କହିଛନ୍ତି ଯେ ସେହି ସମସ୍ତ ଖେଳକୁ ୨୦୩୦ କମନଓ୍ବେଲ୍ଥ ଗେମ୍ରେ ସାମିଲ କରାଯିବ । ଯେଉଁଥିରେ ଆମର ପଦକ ଜିତିବାର ସମ୍ଭାବନା ଅଧିକ । 

ରୋହିତ ରାଜପାଲ ଆହୁରି କହିଛନ୍ତି ଯେ ୨୦୨୬ରେ ଗ୍ଲାସଗୋରେ କମନଓ୍ବେଲ୍ଥ ଗେମ୍ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ହକି, କୁସ୍ତି, ବ୍ୟାଡମିଣ୍ଟନ ଏବଂ ସୁଟିଂ ସାମିଲ କରାଯାଇନାହିଁ । ଆଉ ଏହା ପଛରେ କାରଣ ଦର୍ଶାଯାଇଛି ଯେ ଏଗୁଡ଼ିକର ଦାମ୍‌ ଅଧିକ । 

ରାଜପାଲ କହିଛନ୍ତି ଯେ ଏହି ଟୁର୍ଣ୍ଣାମେଣ୍ଟରେ ଖେଳଗୁଡ଼ିକୁ ୩ଟି ଗ୍ରୁପରେ ରଖାଯାଇଛି। ପ୍ରଥମତଃ, ଯେଉଁ ଖେଳଗୁଡ଼ିକ ସର୍ବଦା ଅନୁଷ୍ଠିତ ହୋଇଆସୁଛି । ଦ୍ୱିତୀୟତଃ, ଯେଉଁଗୁଡ଼ିକୁ ଆୟୋଜକ ଦେଶ ବାଛିପାରିବ। ତୃତୀୟତଃ  ଅତିରିକ୍ତ ଖେଳ, ଯେଉଁଥିରେ ପାରମ୍ପରିକ ଏବଂ ସ୍ୱଦେଶୀ ଖେଳ ଅନ୍ତର୍ଭୁକ୍ତ ହୋଇପାରିବ।

ଭାରତ ୨୦୧୦ରେ ମଧ୍ୟ କମନଓ୍ବେଲ୍ଥ ଗେମ୍ ଆୟୋଜନ କରିଥିଲା । ଏହି ଖେଳଗୁଡ଼ିକ ଦେଶର ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଥିଲା । ଏବେ ୨୦ ବର୍ଷ ପରେ  ଭାରତରେ ପୁଣି ଥରେ କମନଓ୍ବେଲ୍ଥ ଗେମ୍ ଆୟୋଜନ ହେବାକୁ ଯାଉଛି।

Scroll to Top