ଇଡି ରାଡାର୍ରେ ପୂର୍ବତନ ଅଲ୍ରାଉଣ୍ଡର କ୍ରିକେଟର ସୁରେଶ ରାଇନ୍। ବଢ଼ିଲା ତାଙ୍କ ଅଡୁଆ। ତାଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବେଟିଂ ଆପ୍ ମାମଲାରେ ସେ ଫଶିଛନ୍ତି। ଏଥିପାଇଁ ପଚରାପଚରି ପାଇଁ ଦିଲ୍ଲୀ ସ୍ଥିତ ଅଫିସକୁ ତାଙ୍କୁ ଡାକିଛି ଇଡି। ସେଠାରେ ତାଙ୍କୁ ଘନ ଘନ ହେବ ଜେରା। ଗୁଡେଇ ତୁଡେଇ ପ୍ରଶ୍ନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ଭଜ୍ଜି ଓ ଯୁବରାଜଙ୍କ ପରେ ଏବେ ପାଳି ରାଇନାଙ୍କ। ଇଡି ରାଡାର୍ରେ ପୂର୍ବତନ ଅଲ୍ରାଉଣ୍ଡର କ୍ରିକେଟର ସୁରେଶ ରାଇନ୍। ବଢ଼ିଲା ତାଙ୍କ ଅଡୁଆ। ତାଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବେଟିଂ ଆପ୍ ମାମଲାରେ ସେ ଫଶିଛନ୍ତି। ଏଥିପାଇଁ ପଚରାପଚରି ପାଇଁ ଦିଲ୍ଲୀ ସ୍ଥିତ ଅଫିସକୁ ତାଙ୍କୁ ଡାକିଛି ଇଡି। ସେଠାରେ ତାଙ୍କୁ ଘନ ଘନ ହେବ ଜେରା। ଗୁଡେଇ ତୁଡେଇ ପ୍ରଶ୍ନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ବେଟିଂ ଆପ୍ ୱାନଏକ୍ସବେଟ୍ ସହ ରାଇନା ଜଡ଼ିତ ଅଛି। ସେ ଏହାକୁ ପ୍ରମୋଟ କରୁଥିବା ଅଭିଯୋଗରେ ତାଙ୍କୁ ନୋଟିସ୍ ହୋଇଛି । ଏହି ମାମଲାରେ ଇଡ଼ି ସୁରେଶ ରାଇନାଙ୍କ ବୟାନ ରେକର୍ଡ କରିବ । ଗତ ବର୍ଷ ଡିସେମ୍ବରରେ, ବେଟିଂ ଆପ୍ 1xBet ସୁରେଶ ରାଇନାଙ୍କୁ ତାର ବ୍ରାଣ୍ଡ ଆମ୍ବାସାଡର କରିଥିଲା । ବେଟିଂ କମ୍ପାନୀ ସେତେବେଳେ କହିଥିଲା , ସୁରେଶ ରାଇନାଙ୍କ ସହ ଆମର ଏହି ପାର୍ଟନରସିପ୍ ସ୍ପୋର୍ଟ୍ସ ବେଟିଂର ପ୍ରଶଂସକଙ୍କୁ ଦାୟିତ୍ୱର ସହ ବେଟିଂ ପାଇଁ ପ୍ରୋତ୍ସାହିତ କରିବ। ଏଥିପାଇଁ ତାଙ୍କର ଏହି ଭୂମିକାକୁ ରେସପନ୍ସିବଲ ଗେମିଂ ଆମ୍ୱାସାଡରର ନାମ ଦିଆଯାଇଛି। ସେ ଆମ ବ୍ରାଣ୍ଡର ଏହିପରି ପ୍ରଥମ ଆମ୍ୱାସାଡର।
କେନ୍ଦ୍ର ସରକାର ଏହି ଆପ୍କୁ ବ୍ୟାନ କରିଥିଲେ । ଏହା ସତ୍ତ୍ୱେ, ଏହା ଅଲଗା ନାମରେ କାମ କରୁଛନ୍ତି । ଏହି ପ୍ଲାଟଫର୍ମଗୁଡ଼ିକ ଉପରେ ରୋକ ସତ୍ତ୍ୱେ, ସେଲିବ୍ରିଟି ପ୍ରମୋସନ୍ ଯୋଗୁଁ ଏମାନେ ଲୋକପ୍ରିୟତା ହାସଲ କରିଥିଲେ । ଏହି ମାମଲାରେ ସୁରେଶ ରାଇନାଙ୍କ ନାମ ଆସିଛି । ତଦନ୍ତରୁ ଜଣାପଡିଛି ଯେ, ଏହି ଆପ୍ ଜରିଆରେ ୨୦୦ କୋଟି ଟଙ୍କା କାରବାର ହୋଇଛି।
Also Read
ଗତ କିଛି ଦିନରୁ ଅବୈଧ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ବିରୁଦ୍ଧରେ ତଦନ୍ତକୁ ଜୋରଦାର କରିଛି ଇଡି। ଏପରି ବେଟିଂ ପ୍ଲାଟଫର୍ମର ଫିଲ୍ମ ସେଲିବ୍ରିଟି ଓ କ୍ରିକେଟରଙ୍କ ଦ୍ୱାରା କରାଯାଉ ଥିବା ବିଜ୍ଞାପନ ଉପରେ ଧ୍ୟାନ କେନ୍ଦ୍ରିକ କରୁଛି। ନିଷିଦ୍ଧ ବେଟିଂ ପ୍ଲାଟଫର୍ମ 1xBet, FairPlay, Parimatch ଏବଂ Lotus365 ପାଇଁ ବିଜ୍ଞାପନ ସମ୍ପର୍କରେ ଚାଲିଥିବା ତଦନ୍ତର ଏକ ଏକ ଅଂଶ ଭାବରେ, ଇଡି ପୂର୍ବରୁ ପୂର୍ବତନ କ୍ରିକେଟର ହରଭଜନ ସିଂହ ଏବଂ ଯୁବରାଜ ସିଂହଙ୍କ ସହିତ ଅଭିନେତା ସୋନୁ ସୁଦ ଏବଂ ଅଭନେତ୍ରୀ ଉର୍ବଶୀ ରୌତେଲାଙ୍କୁ ପଚରାଉଚରା କରି ସାରିଛି।




