ଅପରେସନ ସିନ୍ଦୂର ପରଠୁ ବିଳିବିଳାଉଥିବା ପାକିସ୍ତାନ ଏବେ ଆମେରିକା ବଳରେ ବଳୀୟାନ୍ ଦେଖାଇହେଉଛି । ଟ୍ରମ୍ପଙ୍କ ସହ ଟାରିଫ୍ ତିକ୍ତତା ଭିତରେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର୍, ତା ପୁଣି ଆମେରିକା ମାଟିରୁ… ଏପରିକି ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ବି ନିଶାନା କରିଛନ୍ତି ମୁନୀର । ଅମ୍ବାନୀଙ୍କ ଜାମନଗର ରିଫାଇନାରୀକୁ ଉଡାଇବାକୁ ଧମକ ଦେଇଛନ୍ତି ।
Credit: OTV
Asim Munir
ଅପରେସନ ସିନ୍ଦୂର ପରଠୁ ବିଳିବିଳାଉଥିବା ପାକିସ୍ତାନ ଏବେ ଆମେରିକା ବଳରେ ବଳୀୟାନ୍ ଦେଖାଇହେଉଛି । ଟ୍ରମ୍ପଙ୍କ ସହ ଟାରିଫ୍ ତିକ୍ତତା ଭିତରେ ଭାରତକୁ ପରମାଣୁ ଆକ୍ରମଣକ ଧମକ ଦେଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର୍, ତା ପୁଣି ଆମେରିକା ମାଟିରୁ… ଏପରିକି ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ବି ନିଶାନା କରିଛନ୍ତି ମୁନୀର ।
ଆମେରିକା ଗସ୍ତରେ ଥିବା ଆସିମ୍ ମୁନୀର୍ ଫ୍ଲୋରିଡାରେ ଏକ ଡିନର୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠି ମୁନୀର ଭାରତ ସହ ଶିଳ୍ପପତି ଅମ୍ବାନୀଙ୍କୁ ବି ଧମକ ଦେଇଥିବା ଜଣାପଡିଛି । ମୁନୀର୍ କହିଥିଲେ, ଭାରତ ସହିତ ଉତ୍ତେଜନା ବେଳେ ପାକିସ୍ତାନ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜର ଜାମନଗର ରିଫାଇନାରୀକୁ ଟାର୍ଗେଟ କରିଥିଲା । ତେଣୁ ଆଗକୁ କିଛି ବି ହୋଇପାରେ । ଅର୍ଥାତ୍ ଯଦି ଭାରତ ଓ ପାକିସ୍ତାନ ଭିତରେ ପୁଣି ସଂଘର୍ଷ ହୁଏ ତାହେଲେ ପାକ୍ ସେନା ଜାମନଗର ରିଫାଇନାରୀକୁ ଉଡାଇଦେବ ବୋଲି ପରୋକ୍ଷରେ ଧମକାଇଥିଲେ ମୁନୀର୍ ।
ଆସିମ୍ ମୁନୀରଙ୍କ ଏକ ଧମକକୁ ଅତି ଗୁରୁତ୍ୱର ସହ ନିଆଯାଉଛି । କାରଣ ଜାମନଗର ରିଫାଇନାରୀ ବିଶ୍ୱର ସବୁଠୁ ବଡ ତୈଳ ରିଫାଏନାରୀ । ଭାରତୀୟ ଅର୍ଥନୀତିରେ ଏହାର ଯୋଗଦାନ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏପରି ସ୍ଥିତିରେ ପାକିସ୍ତାନ ସେନା ମୁଖ୍ୟ ଜାମନଗର ରିଫାଇନାରୀକୁ ଟାର୍ଗେଟ କରିବା ଭାରତ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇପାରେ…





