ପୁରୀରୁ କୋଟପାଡ଼ ଯାଉଥିଲେ ବସ୍, ଅଧାରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି
Published By : Prameya-News7 Bureau | August 13, 2025 IST

ଗୁଣୁପୁର ୧୩।୦୮ : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଆଖୁସିଂ ନିକଟ ଏନ୍ଏଚ୍ ୩୨୬ରେ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଛାନ୍ଭିନ୍ ଆରମ୍ଭ କରିଛି।

ଖବର ଅନୁଯାୟୀ, ପୁରୀରୁ ୪୯ ଜଣ ଯାତ୍ରୀଙ୍କୁ ନେଇ ଏକ OSRTC ବସ୍ କୋଟପାଡ଼ ଯାଉଥିଲା। ଏନ୍ଏଚ୍ ୩୨୬ରେ ଯାଉଥିବା ବେଳେ ହଠାତ୍ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଯାହାଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ। ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାସହିତ ଘଟଣାର ଛାନ୍ଭିନ୍ ଜାରି ରଖିଛି ।
ସମ୍ବନ୍ଧିତ ଖବର







