ଏଣିକି ବ୍ୟବହାର ହେବନି ‘ହରିଜନ’ ଶବ୍ଦ, ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ

ଏଣିକି-ବ୍ୟବହାର-ହେବନି-‘ହରିଜନ’-ଶବ୍ଦ,-‘ଅନୁସୂଚିତ-ଜାତି’-ବ୍ୟବହାର-କରିବାକୁ-ନିର୍ଦ୍ଦେଶ

ଏଣିକି ବ୍ୟବହାର ହେବନି ‘ହରିଜନ’ ଶବ୍ଦ, ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | August 12, 2025 IST

ଭୁବନେଶ୍ବର ୧୨।୮: ଏଣିକି ଆଉ ବ୍ୟବହାର ହେବନି ‘ହରିଜନ’ ଶବ୍ଦ । ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ ଏହି ଶବ୍ଦ । ଜାତିଗତ ପ୍ରମାଣ ପତ୍ରରେ ବି ଏହି ଶବ୍ଦ ରହିବନି । ଏନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । 

ଭାରତୀୟ ସମ୍ବିଧାନର ଧାରା ୩୪୧ ଅନୁଯାୟୀ ଅଧିସୂଚିତ ଅନୁସୂଚିତ ଜାତିର ବ୍ୟକ୍ତିମାନଙ୍କୁ ସୂଚିତ କରିବା ପାଇଁ କେବଳ ସାମ୍ବିଧାନିକ ଶବ୍ଦ ‘ଅନୁସୂଚିତ ଜାତି’ ବ୍ୟବହୃତ ହେବ । ‘ହରିଜନ’ ବଦଳରେ ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେକର୍ଡ ପତ୍ରରେ ‘ଅନୁସୂଚିତ ଜାତି’ ଉଲ୍ଲେଖ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ନିର୍ଦ୍ଦେଶ କଡା କଡ଼ି ପାଳନ ହେବ । 

You Can Read:

ପାରିବାରିକ କଳହରୁ ନାବାଳିକା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ, ମୃତ୍ୟୁ ପୂର୍ବରୁ ରେକର୍ଡ ବୟାନର ଯାଞ୍ଚ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top