ନିୟମିତ ସମୟରେ ହୋଇପାରୁନି ମହାପ୍ରଭୁଙ୍କ ନୀତିକାନ୍ତି, ଶୃଙ୍ଖଳିତ ନୀତିକାନ୍ତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି

ନିୟମିତ-ସମୟରେ-ହୋଇପାରୁନି-ମହାପ୍ରଭୁଙ୍କ-ନୀତିକାନ୍ତି,-ଶୃଙ୍ଖଳିତ-ନୀତିକାନ୍ତି-ପାଇଁ-ତୁରନ୍ତ-ପଦକ୍ଷେପ-ନେବାକୁ-ଦାବି

ନିୟମିତ ସମୟରେ ହୋଇପାରୁନି ମହାପ୍ରଭୁଙ୍କ ନୀତିକାନ୍ତି, ଶୃଙ୍ଖଳିତ ନୀତିକାନ୍ତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି

Published By : Prameya-News7 Bureau | August 12, 2025 IST

ପୁରୀ ୧୨।୮: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ ହେଉଛି ବ୍ୟାପକ ବିଭ୍ରାଟ । ଠାକୁରଙ୍କର ସକାଳ ମଙ୍ଗଳା ଆଳତି ଏବଂ ରାତ୍ର ପହୁଡ଼ ହେବାରେ ବହୁତ ବିଳମ୍ବ ହେଉଛି । କେବଳ ସେତିକି ନୁହେଁ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ନୀତିକାନ୍ତିରେ ଅହେତୁକ ବିଳମ୍ବ ହେତୁ ଅନେକ ନୀତିକୁ ବାଦ୍‌ ଦିଆଯାଇ ଅନ୍ୟ ନୀତି ଗୁଡିକ କରାଯାଉଛି । ଏଣୁ ଶ୍ରୀମନ୍ଦିର ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କଡ଼ା ପଦକ୍ଷେପ ନେବାକୁ ଜଗନ୍ନାଥ ପ୍ରେମୀ ଓ ସେବାୟତ ଦାବି କରିଛନ୍ତି । ଶ୍ରୀମନ୍ଦିରରେ ନୀତିକାନ୍ତିରେ ବିଳମ୍ବ ହେଉଥିବାରୁ ସାଧାରଣ ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଠିକ୍ ସମୟରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଭକ୍ତଙ୍କୁ ଲମ୍ବା ଲାଇନରେ ଠିଆ ହେବାକୁ ପଡୁଛି । ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି କିଭଳି ସୂଚାରୁରୂପେ ହେବ ସେନେଇ ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଭକ୍ତମାନେ କହିଛନ୍ତି ।‌

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଶୃଙ୍ଖଳା ହେବା କିଛି ନୂଆ କଥା ନୁହେଁ । ଅତୀତରେ ମହାପ୍ରଭୁଙ୍କ ସେବା ପୂଜାରେ ଅନେକ ବିଳମ୍ବ ହୋଇଥିବାର ନଜିର ମଧ୍ୟ ରହିଛି । ତେବେ ଶ୍ରୀମନ୍ଦିରରେ ପ୍ରଚଳିତ ଆଇନ ବ୍ୟବସ୍ଥାରେ କୌଣସି କଡ଼ା ଦଣ୍ଡବିଧାନର ବ୍ୟବସ୍ଥା ନଥିବାରୁ କେତେକ ସେବାୟତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ବିଳମ୍ବ କରୁଥିବା ବେଳେ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ଭୟ କରୁନାହାନ୍ତି । ଏଣୁ ଶ୍ରୀମନ୍ଦିରର ପ୍ରଚଳିତ ଆଇନକୁ ପରିବର୍ତ୍ତନ କରି ସରକାର କଡ଼ା ଦଣ୍ଡବିଧାନ ବ୍ୟବସ୍ଥା ଗ୍ରହଣ କଲେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଶୃଙ୍ଖଳା ହେବନାହିଁ ବୋଲି ସେବାୟତ ମତ ରଖିଛନ୍ତି । 

ସେପଟେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହେଉ ନଥିବାବେଳେ କେତେକ ପର୍ବପର୍ବାଣୀରେ ନୀତି ବହୁଳ ଥିବା ହେତୁ କିଛି ନୀତି ବିଳମ୍ବିତ ହେଉଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି । 

You Can Read:

ପାରିବାରିକ କଳହରୁ ନାବାଳିକା ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ, ମୃତ୍ୟୁ ପୂର୍ବରୁ ରେକର୍ଡ ବୟାନର ଯାଞ୍ଚ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top