କାଠଯୋଡ଼ିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ : ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ

କାଠଯୋଡ଼ିରେ-ବୁଡ଼ି-ଦୁଇ-ଛାତ୍ରଙ୍କ-ମୃତ୍ୟୁ-:-ଗାଧୋଇବାକୁ-ଯାଇଥିବା-ବେଳେ-ଅଘଟଣ

କାଠଯୋଡ଼ିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ : ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ

Published By : Prameya-News7 Bureau | August 12, 2025 IST

କଟକ ୧୨।୮: କଟକ କାଠଯୋଡ଼ିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର ସତ୍ତ୍ବେ ବି ବଞ୍ଚିପାରିଲାନି ଜୀବନ ।  ଉଭୟ ନାବାଳକଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଲେ ଶୁଭମ ଦାସ ଓ ମହି ଦାସ । ଏନେଇ ସ୍ଥାନୀୟ ପୁରୀଘାଟ ଥାନା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡ଼ିରେ ଦୁଇ ଛାତ୍ର ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଜଣେ ନାବାଳକ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ । ପାଣିରେ ବୁଡ଼ିବାକୁ ଲାଗିଥିବା ବେଳେ ସାଙ୍ଗରେ ଥିବା ଅନ୍ୟ ନାବାଳକ ଜଣ ତାଙ୍କୁ ବଞ୍ଚାଇବାକୁ ପାଣି ଭିତରେ ପଶି ଯାଇଥିଲେ । ପାଣିର ପ୍ରଖର ସ୍ରୋତରେ ଉଭୟ ଭାସିଯାଇ ନିଖୋଜ ହୋଇଥିଲେ । ଏନେଇ ଅଗ୍ନିଶମ ବାହିନୀ ଏବଂ ପୁରୀଘାଟ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ସେମାନଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

You Can Read:

ସାନ ଭାଇ ସହ ସ୍ତ୍ରୀର ଥିଲା ସମ୍ପର୍କ, ମା’କୁ ମେସେଜ୍‌ରେ ଏମିତି ଲେଖି ଜୀବନ ହାରିଲେ BSF ଯବାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top