ସାନ ଭାଇ ସହ ସ୍ତ୍ରୀର ଥିଲା ସମ୍ପର୍କ, ମା’କୁ ମେସେଜ୍‌ରେ ଏମିତି ଲେଖି ଜୀବନ ହାରିଲେ BSF ଯବାନ

ସାନ-ଭାଇ-ସହ-ସ୍ତ୍ରୀର-ଥିଲା-ସମ୍ପର୍କ,-ମା’କୁ-ମେସେଜ୍‌ରେ-ଏମିତି-ଲେଖି-ଜୀବନ-ହାରିଲେ-bsf-ଯବାନ

Published By : Prameya-News7 Bureau | August 12, 2025 IST

କାମାକ୍ଷାନଗର ୧୨।୮: ସର୍ଭିସ୍ ବନ୍ଧୁକରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ଓଡ଼ିଆ BSF ଯବାନ । ସାନ ଭାଇ ପାଇଁ ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସୁରେଶ ବିଶ୍ୱାଳ । ଜାମ୍ମୁକାଶ୍ମୀରରେ BSF ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ସେ ମା’ଙ୍କୁ ଆତ୍ମହତ୍ୟା କରିବେ ବୋଲି ମେସେଜ କରିଥିଲେ । ତାଙ୍କ ମୃତ୍ୟୁ ପାଇଁ ସାନ ଭାଇ ସୁନୀଲ ଏବଂ ଶ୍ବଶୁର ଘର ଲୋକେ ସମ୍ପୃକ୍ତ ଥିବା ସେ ମେସେଜରେ ଲେଖିଥିଲେ । 

ସୁରେଶଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ସାନ ପୁଅ ସୁନୀଲଙ୍କର ବଡ଼ ବୋହୂ ସହିତ ସମ୍ପର୍କ ରଖିଥିଲେ । ସେ ଏହାକୁ ବାରମ୍ବାର ବାରଣ କରୁଥିଲେ । ମାତ୍ର ସେମାନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ବଢିବାକୁ ଲାଗିଥିଲା । ଏପରିକି ୩ ବର୍ଷ ତଳେ ସାନ ପୁଅ ସୁନୀଲ ମଧ୍ୟ ବିବାହ କରିଥିଲେ । କିନ୍ତୁ ବଡ଼ ବୋହୂଙ୍କ ସହିତ ତାଙ୍କର ସମ୍ପର୍କ ରହିଥିଲା । ଏ ନେଇ ଓଡ଼ିଆ ଯବାନ ସୁରେଶ ସର୍ବଦା ମାନସିକ ଚାପରେ ରହି ଆସୁଥିଲେ । ତାଙ୍କର ୭ ବର୍ଷର କୁନି ଝିଅ ରହିଛି । ସେ ୧୫ ବର୍ଷ ଧରି BSF ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ଛୁଟିରେ ଆସି ଗତ ୧୦ ଦିନ ତଳେ ଘରୁ ଜାମ୍ମୁ କାଶ୍ମୀରକୁ ଫେରିଥିଲେ । BSF ସେଣ୍ଟରରୁ ମୃତ୍ୟୁ ଖବର ଆସିବା ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ସେପଟେ ତାଙ୍କ ମୃତଦେହ ସ୍ୱତନ୍ତ୍ର ବିମାନ ଯୋଗେ ଆସି ପୈତୃକ ଗାଁରେ ପହଞ୍ଚିବ ବୋଲି ସୂଚନା ରହିଛି ।

You Can Read:

ରାହୁଲ ଗାନ୍ଧୀଙ୍କ ପରେ ଓଡ଼ିଶାରେ ଭୋଟ୍ ଚୋରି ହୋଇଥିବା ଅଭିଯୋଗ ଆଣିଲେ ସୋଫିଆ ଫିର୍ଦ୍ଦୋସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top