Hunted Chair:ଭୁଲରେ ବି ବସିବେନି ଏହି ଚେୟାରରେ…ଚାଲିଯାଇପାରେ ଜୀବନ

hunted-chair:ଭୁଲରେ-ବି-ବସିବେନି-ଏହି-ଚେୟାରରେ…ଚାଲିଯାଇପାରେ-ଜୀବନ

ସେବେଠାରୁ ଏହି ଚେୟାର ଉପରେ ବସିବାକୁ କେହି ସାହସ କରିନାହାନ୍ତି। ୧୭୦୪ ମସିହାରେ ଥୋମାସ୍‌‌ ବୁସ୍‌‌ବୀଙ୍କୁ ଫାଶୀ ଦିଆଯାଇଥିଲା । ଫାଶୀ ପାଇବା ପୂର୍ବରୁ ସେ ଚେୟାରକୁ ଅଭିଶାପ ଦେଇଥିଲେ ଯିଏ ଏହା ଉପରେ ବସିବ ତାର ମୃତ୍ୟୁ ହେବ । 

ବିଶ୍ବାସ ନହେଲେ ବି ସତ । ଦୁନିଆରେ ଏମିତି କିଛି ଜିନିଷ କି ସ୍ଥାନ ଅଛି ଯାହା ଅଭିଶପ୍ତ । କୁହାଯାଏ ଯେ, ଏଭଳି ଅଭିଶପ୍ତ ସାମଗ୍ରୀ ତଥା ସ୍ଥାନ ନିକଟକୁ ଯିବା ନିଜ ମୃତ୍ୟୁକୁ ନିମନ୍ତ୍ରଣ ଦେବା ଭଳି ହୋଇଥାଏ। ଯେଉଁଠି ମୃତ୍ୟୁ ସୁନିଶ୍ଚିତ । ଇଂଲଣ୍ଡରେ ରହିଛି ଏକ ଚେୟାର ଯାହା ଦିନେ ମୃତ୍ୟୁର ତାଣ୍ଡବ ରଚିଥିଲା । କିଲର ଚେୟାର ଭାବେ ମଧ୍ୟ ଏହା ଜଣାଶୁଣା । ଭୁଲରେ ବି ଯଦି କେହି ଏହି ଚେୟାରରେ ବସନ୍ତି ତେବେ ତାଙ୍କର ମୃତ୍ୟୁ ହୋଇଯାଏ। ଏହାର ରହସ୍ୟ ଆଜି ଯାଏ ରହସ୍ୟ ହୋଇ ରହିଛି ।

chair chair

ଏହି ଚେୟାର ଥୋମାସ୍‌‌ ବୁସ୍‌‌ବୀ ନାମକ ଜଣେ ବ୍ୟକ୍ତିଙ୍କ ପ୍ରିୟ ଚେୟାର ଥିଲା। କୁହାଯାଏ ଯେ, ଏହି ଚେୟାର ଉପରେ ଆଉ କେହି ବସିବା ଥୋମାସ୍‌‌ ବୁସ୍‌‌ବୀଙ୍କୁ ପସନ୍ଦ ନଥିଲା । ସେ ଏହି ଚେୟାରକୁ ଏତେ ଭଲ ପାଉଥିଲେ କି କାହାକୁ ହତ୍ୟା କରିବାକୁ ପଛାଇନଥିଲେ ।ଥରେ ତାଙ୍କ ଶ୍ୱଶୁର ଏହି ଚେୟାର ଉପରେ ବସିଥିଲେ। ଏହି ଘଟଣା ୧୭୦୨ ମସିହାରେ ଘଟିଥିବା କୁହାଯାଏ। ତାଙ୍କ ଶ୍ୱଶୁର ସେହି ଚେୟାର ଉପରେ ବସିଥିବା ଦେଖି ଥୋମାସ୍‌‌ ବୁସ୍‌‌ବୀ ଏତେ ରାଗି ଯାଇଥିଲେ ଯେ, ସେ ତାଙ୍କ ଶ୍ୱଶୁରଙ୍କୁ ହତ୍ୟା କରି ଦେଇଥିଲେ।

ସେବେଠାରୁ ଏହି ଚେୟାର ଉପରେ ବସିବାକୁ କେହି ସାହସ କରିନାହାନ୍ତି। ୧୭୦୪ ମସିହାରେ ଥୋମାସ୍‌‌ ବୁସ୍‌‌ବୀଙ୍କୁ ଫାଶୀ ଦିଆଯାଇଥିଲା । ଫାଶୀ ପାଇବା ପୂର୍ବରୁ ସେ ଚେୟାରକୁ ଅଭିଶାପ ଦେଇଥିଲେ ଯିଏ ଏହା ଉପରେ ବସିବ ତାର ମୃତ୍ୟୁ ହେବ । 

chair chair

ସେତେବେଳେ ଲୋକମାନେ ଥୋମାସଙ୍କ କଥାକୁ ଲୋକମାନେ ମଜାକ୍ ଭାବିଥିଲେ । କିଛି ଲୋକ ସାହସ କରି ଏହି ଚେୟାରରେ ବସିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ କିଛି ସୈନିକ ଏହି ଚେୟାର ଉପରେ ବସିଥିଲେ । ସେମାନଙ୍କ ଭିତରୁ କେହି ଆଉ ଜୀବିତ ଫେରିନଥିଲେ । କାରଣ କିଛି ବି ହେଉ ଯିଏ ଚେୟାରରେ ବସିଛି ସେ ମରିଛି । 

ଏହି ଚେୟାରଟିକୁ ଅନ୍ୟ ଜାଗାକୁ ନିଆଗଲା ତଥାପି ଅଭିଶାପର ଅନ୍ତ ଘଟିଲାଣି । ଶେଷରେ ଏହାକୁ ଏକ ସଂଗ୍ରହାଳୟର ଛାତରେ ଟାଙ୍ଗି ଦିଆଯାଇଛି । ଫଳରେ କେହି ବି ଏଥିରେ ବସିପାରିବେ ନାହିଁ । ଏହା ସହ ଏହାର ଅଭିଶପ୍ତର କାହାଣୀ ବି ଲେଖିକି ସେଠାରେ ଲଗାଯାଇଛି ।

ଓଟିଭି ହ୍ଵାଟ୍ସଅପ

Scroll to Top