ଗାଡିରେ ରଖୁଥିଲେ ଫରେନ ବ୍ରାଣ୍ଡ ମଦ। ପେଗ ବି ରେଡି ହୋଇ ରହିଛି। ଏହା ଅଭିଯୁକ୍ତ ଥାର ଗାଡି ମାଲିକଙ୍କର ବୋଲି କୁହାଯାଉଛି। ସୁବବେଳେ ଗାଡିରେ ରହୁଥିଲା ଏହି ଭଳି ଭିନ୍ନ ଭିନ୍ନ ବ୍ରାଣ୍ଡର ମଦ। ଆଉ ଦେଖନ୍ତୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏହି ଭିଡିଓକୁ। ଯେଉଁଥିରେ ଟାଇଟଲ ରହିଛି ଡ୍ରିଙ୍କ ଆଣ୍ଡ ଡ୍ରାଇଭ। ଅର୍ଥାତ ମଦ ପିଅ, ମାତାଲ ହୁଅ ଆଉ ଡ୍ରାଇଭ କର।

ଯେତେବେଳେ କମିଶନରେଟ ପୋଲିସ ରାତି ତମାମ ବିଭିନ୍ନ ସ୍ଥାନରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ବିରୋଧରେ ଅଭିଯାନ କରି ଧରପଗଡ କରେ ସେତେବେଳେ ଏ ବାବୁ କିନ୍ତୁ ବେଫିକର ହୋଇ ଡ୍ରିଙ୍କ୍ସ କରି ଗାଡି ଚଳାଇ ମଜା ନିଅନ୍ତି। ଦର୍ଶକବନ୍ଧୁ ଆମେ କହୁଛୁ, ସେହି ଥାର ଗାଡି କଥା ଯାହାକି ପାତ୍ରପଡା ଭି2 ପାଖରେ ଚଢାଇ ଦୁଇଟି ଜୀବନ ନେଇଗଲା। ପ୍ରଥମେ ଝିଅ ଗଲା ପରେ ମା। ଏବେ ଜୀବନ ସହିତ ସଂଘର୍ଷ କରୁଛି କୁନି ପୁଅ।
ଘଟଣାକୁ ନେଇ ଦୁଖରେ ବୁଡିଛନ୍ତି ପାତ୍ରପଡା ଫୁଲେଶ୍ବରୀ ବସ୍ତି ସହିତ ଆଖପାଖ ଅଞ୍ଚଳରେ ଲୋକେ। ତେବେ ଏହାରି ଭିତରେ ପ୍ରଶ୍ନ ଉଠିଛି ଘଟଣାକୁ ନେଇ କାହିଁକି ପୋଲିସ ନୀରବ। କେବଳ ଦୁର୍ଘଟଣା ଘଟାଇଥିବା ଥାର ଗାଡିକୁ ଜବତ କରି ଦାୟିତ୍ବ ସାରି ଦେଲା ହେଲେ ମୁଖ୍ୟ ଅଭିଯୁକ୍ତ ଥାର ମାଲିକ ସୋମନାଥ ବେହେରୋଙ୍କ ପାଖରେ ପହଞ୍ଚି ପାରୁନି। କୁହାଯାଉଛି ଅଭିଯୁକ୍ତଙ୍କ ସହ ପୋଲିସର ବେଶ ଭଲ ସମ୍ପର୍କ ଆଗରୁ ରହିଛି। ଏହି ଦିଗରୁ ପୋଲିସ ଟିକେ ଶିଥିଳ ପଡି ଯାଇଛି କି ? ଆଜି ଯାଏଁ ଅଭିଯୁକ୍ତ ଗିରଫ ନ ହେବା ପଛରେ ଏହା କାରଣ ନୁହେଁ ତ ?
Also Read
ମଣିଷମରା ଥାର ଜବତ ହେଲା ସତ ମାରିଥିବା ଲୋକଟା କିଏ ତାର ଷଖାଜ ଖବର ନାହିଁ। ଦୁର୍ଘଟଣା ପରେ ସିସିଟିଭି ଫୁଟେଜ୍ ଚେକ୍ କରି ସଂପୃକ୍ତ ଥାରକୁ ଗାଡ଼ିକୁ ଜବତ କରିଛି ପୋଲିସ । ହେଲେ ଏ ଗାଡ଼ିକୁ ଚଳାଉଥିଲା କିଏ ? ମାଲିକ ସୋମନାଥ ସେଦିନ ଗାଡିରେ ଥିଲେ କି ? କାହିଁକି ମାଲିକ ଗିରଫ ହେଉନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ପରିବାର ଓ ସମ୍ପର୍କୀୟ।
ପ୍ରତିବାଦରେ ସୋମବାର ପାତ୍ରପଡ଼ାରେ ଏନଏଚ୍ ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକ । ଗାଡ଼ିଟିର ମାଲିକ ଚିହ୍ନଟ ହୋଇଥିବାବେଳେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି । ବେପରୁଆ ଗାଡି ଚାଳନା ପାଇଁ ଗୋଟିଏ ପରିବାର ଛିନଛତର ହୋଇଗଲା ବେଳେ ଖୁଲମଖୁଲା ବୁଲୁଛି ଅଭିଯୁକ୍ତ।