ଭଦ୍ରକରେ ଝୁଲି ପଡ଼ିଲେ ଜଣେ ଯୁକ୍ତ ୩ ଛାତ୍ରୀ; ଘରୋଇ ମେସର ବାଥରୁମରୁ ମୃତଦେହ ଉଦ୍ଧାର
ଭଦ୍ରକ ସହରର ଟାଉନ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଦିନ ଏକ ଘରୋଇ ମେସ୍ର ବାଥରୁମରୁ ଉଦ୍ଧାର ହୋଇଛି।
Credit: OTV
ଛାତ୍ରୀ ଜଣକ ରାକ୍ଷୀ ପୂର୍ଣ୍ଣମୀ ପାଇଁ ନିଜ ଘରକୁ ଯାଇଥିଲେ ଏବଂ ସୋମବାର ଦିନ ଭଦ୍ରକକୁ ଫେରିଥିଲେ। ମଙ୍ଗଳବାର ସକାଳେ ତାଙ୍କ ମୃତଦେହ ମେସ୍ର ବାଥରୁମରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା।
ଭଦ୍ରକରେ ଯୁକ୍ତ ୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏକ ଘରୋଇ ମେସର ବାଥରୁମରୁ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷ ଛାତ୍ରୀ। ତାଙ୍କ ଘର ବାସୁଦେବପୁରରେ ହୋଇଥିବାବେଳେ ରାକ୍ଷୀ ପାଇଁ ଘରକୁ ଯାଇ ଗତକାଲି ଭଦ୍ରକ ଫେରିଥିଲେ। ଆଜି ସକାଳେ କ୍ଲାସ ଯାଇଥିଲେ। ସେଠାରୁ ଫେରି ରୁମରେ ଥିଲେ। ଏମିତି କଣ ହେଲା ଯେ ସେ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ ଜଣା ପଡିନି। ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ଓ ଭଦ୍ରକ ଏସପି ପହଞ୍ଚି ତଦନ୍ତ କରୁଛନ୍ତି।
- Reported by:
- Partha Sarathi nayak





