Mithun Chakraborty: ଆମ ମୁଣ୍ଡ ଖରାପ ହେଲେ ବ୍ରହ୍ମୋସ ଛାଡିଦେବୁ: ପାକିସ୍ତାନକୁ ଖୋଲା ଚେତାବନୀ ଦେଲେ ମିଥୁନ

mithun-chakraborty:-ଆମ-ମୁଣ୍ଡ-ଖରାପ-ହେଲେ-ବ୍ରହ୍ମୋସ-ଛାଡିଦେବୁ:-ପାକିସ୍ତାନକୁ-ଖୋଲା-ଚେତାବନୀ-ଦେଲେ-ମିଥୁନ

ସିନ୍ଧୁ ନଦୀ ଉପରେ ଭାରତ ଯଦି ଡ୍ୟାମ୍ ବନାଏ, ତାହା ପାକିସ୍ତାନର ଜଳ ସୁରକ୍ଷା ପାଇଁ ବିପଦ ଅଟେ ବୋଲି ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ କହିଥିଲେ।

ଅପରେସନ ସିନ୍ଦୁରରେ କଠୋର ପରାଜୟ ପରେ ମଧ୍ୟ ପାକିସ୍ତାନୀ ନେତାମାନେ ଭାରତ ବିରୋଧରେ ବୟାନବାଜୀ ଏବଂ ଧମକ ଦେବାରୁ ବିରତ ହେଉନାହାନ୍ତି। ପ୍ରଥମେ ପାକିସ୍ତାନର ସେନା ମୁଖ୍ୟ ମୁନୀର ପରମାଣୁ ଆକ୍ରମଣର ଧମକ ଦେଇଥିଲେ, ଏବଂ ପରେ ବିଲାୱଲ ଭୁଟ୍ଟୋ ସିନ୍ଧୁ ଜଳ ଚୁକ୍ତିକୁ ନେଇ ମଧ୍ୟ ଭାରତ ବିରୋଧରେ ଯୁଦ୍ଧର ଧମକ ଦେଇଛନ୍ତି। ଯାହା ପରେ ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ସିନ୍ଧୁ ଜଳ ଚୁକ୍ତିରେ ପରିବର୍ତ୍ତନ ସମ୍ପର୍କରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ଚେତାବନୀକୁ କଡା ନିନ୍ଦା କରିଛନ୍ତି।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, “ଯଦି ସେମାନେ ଏଭଳି କଥା ଜାରି ରଖିବେ ତେବେ ଆମେ ଧୈର୍ଯ୍ୟ ହରାଇବୁ, ଏହା ପରେ ଆମେ ଗୋଟିଏ ପରେ ଗୋଟିଏ ବ୍ରହ୍ମୋସ ମିସାଇଲ ଛାଡିବୁ।”

ବ୍ୟଙ୍ଗାତ୍ମକ ଢଙ୍ଗରେ ମିଥୁନ ଆହୁରି କହିଛନ୍ତି, “ଆମେ ମଧ୍ୟ ଏକ ବନ୍ଧ ନିର୍ମାଣ କରିବା ବିଷୟରେ ଚିନ୍ତା କରିଛୁ, ଯେଉଁଠାରେ ୧୪୦ କୋଟି ଲୋକ ପରିସ୍ରା କରିବେ। ତା’ପରେ ଆମେ ବନ୍ଧ ଖୋଲିବୁ, ଆଉ ସୁନାମି ଆସିବ। ମୁଁ ପାକିସ୍ତାନର ଲୋକଙ୍କ ବିରୁଦ୍ଧରେ କିଛି କହୁନାହିଁ। ଏସବୁ ମୁଁ ବିଲାୱଲ ଭୁଟ୍ଟୋଙ୍କୁ କହୁଛି।”

Also Read

ସୂଚନାଯୋଗ୍ୟ, ବିଲାୱଲ ଭୁଟ୍ଟୋ ସିନ୍ଧୁ ନଦୀ ଉପରେ ଏକ ଟିପ୍ପଣୀ ଦେଇଥିଲେ, ସିନ୍ଧୁ ନଦୀ ଉପରେ ଭାରତ ଯଦି ଡ୍ୟାମ୍ ବନାଏ, ତାହା ପାକିସ୍ତାନର ଜଳ ସୁରକ୍ଷା ପାଇଁ ବିପଦ ଅଟେ। ପାକିସ୍ତାନର “ଇତିହାସ, ସଂସ୍କୃତି ଓ ସଭ୍ୟତା” ଉପରେ, ବିଶେଷତଃ ସିନ୍ଧ ଉପରେ ଆକ୍ରମଣ ବୋଲି ଅଭିହିତ କରିଥିଲେ। ଏହା ପ୍ରଥମ ଥର ନୁହେଁ ଯେ ବିଲାୱଲ ପୂର୍ବରୁ ମଧ୍ୟ ଏଭଳି ଚେତାବନୀ ଦେଇଥିଲେ। ଜୁନ୍‌ ମାସରେ ସେ ପାକିସ୍ତାନର ସଂସଦରେ କହିଥିଲେ ଯେ ଯଦି ସିନ୍ଧୁ ଜଳର ଅଂଶ ଦିଆଯାଏ ନାହିଁ, ତେବେ ଦେଶ ଯୁଦ୍ଧକୁ ଓହ୍ଲାଇବ।

ଭାରତ ଏପ୍ରିଲ ମାସରେ ୧୯୬୦ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ଏହା ପୂର୍ବରୁ, ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀର ଭାରତକୁ ପରମାଣୁ ଧମକ ଦେଇ କହିଥିଲେ ଯେ ଅସ୍ତିତ୍ୱ ସଙ୍କଟ ସମୟରେ ଇସଲାମାବାଦ ନିଜର ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ। ଭାରତ ସିନ୍ଧୁ ନଦୀ ଉପରେ ଡ୍ୟାମ୍ ବନାଇଲେ ତାହାକୁ ମିସାଇଲରେ ନଷ୍ଟ କରି ଦିଆଯିବ ବୋଲି ଚେତାବନୀ ଦେଇଥିଲେ।

ଅଧିକ ପଢ଼ନ୍ତୁ: କାଶ୍ମୀର ପଣ୍ଡିତ ହତ୍ୟା ମାମଲା; ୩୫ ବର୍ଷ ପରେ ତଦନ୍ତ ଆରମ୍ଭ, ତଲାସୀ ଜାରି

ଓଟିଭି ହ୍ଵାଟ୍ସଅପ

Scroll to Top