ପୂର୍ବ ଶତ୍ରୁତାରୁ ଦୁଇ ଭାଇଙ୍କ ମଧ୍ୟରେ ବିବାଦ, ମଝିଆ ଭାଇ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଲେ ବଡ ଭାଇ !

ପୂର୍ବ-ଶତ୍ରୁତାରୁ-ଦୁଇ-ଭାଇଙ୍କ-ମଧ୍ୟରେ-ବିବାଦ,-ମଝିଆ-ଭାଇ-ଉପରକୁ-ପେଟ୍ରୋଲ-ବୋମା-ଫିଙ୍ଗିଲେ-ବଡ-ଭାଇ-!

ପୂର୍ବ ଶତ୍ରୁତାରୁ ଦୁଇ ଭାଇଙ୍କ ମଧ୍ୟରେ ବିବାଦ, ମଝିଆ ଭାଇ ଉପରକୁ ପେଟ୍ରୋଲ ବୋମା ଫିଙ୍ଗିଲେ ବଡ ଭାଇ !

Published By : Prameya-News7 Bureau | August 12, 2025 IST

NEWS UPDATE

ଯାଜପୁର ୧୨।୮: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ୟରେ ବିବାଦ । ମଝିଆ ଭାଇ ଉପରକୁ ବଡ ଭାଇ ପେଟ୍ରୋଲ ବୋମା ଫିଙ୍ଗିଥିବା ଅଭିଯୋଗ । ମଝିଆ ଭାଇ ଉତ୍ତମ ଦାସ ବୋମା ମାଡ଼ରେ ଆହତ । ବଡ ଭାଇ ଉଲ୍ଲାସ ବରୀ ଥାନାରେ ଅଟକ । 

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ବରି ଉତ୍ତର ଗାଁର ଉତ୍ତମ ଦାସ ସୋମବାର ବିଳମ୍ବିତ ରାତିରେ ଗେଟ୍‌ରେ ତାଲା ପକାଉଥିଲେ । ସେହି ସମୟରେ ବଡ଼ ଭାଇ ଉଲ୍ଲାସ ଦାସ ଉପର ଘରୁ ତାଙ୍କ ଉପରକୁ ପେଟ୍ରୋଲ ବୋମା ପକାଇଥିଲେ । ଏ ନେଇ  ବରୀ ଥାନାରେ ଅଭିଯୋଗ ହୋଇଛି । ସୌଭାଗ୍ୟ ବଶତଃ ବୋମାଟି ଏକ ଗଛରେ ବାଜି ଫାଟିଥିଲା । ଫଳରେ ଉତ୍ତମ ଅଳ୍ପକେ ଆଘାତ ପ୍ରାପ୍ତ ହୋଇଥିଲେ । ତାଙ୍କୁ ତୁରନ୍ତ ବରୀ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଖବର ପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଡ଼ ଭାଇ ଉଲ୍ଲାସ ଦାସଙ୍କୁ ଥାନାକୁ ନେଇ ଅଟକ ରଖିଛନ୍ତି । ଏ ନେଇ ବରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । 

ତେବେ ଜମିବାଡିକୁ ନେଇ ଭାଇ ମାନଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ସୋମବାର ଏହାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।

You Can Read:

ସଚିବ ସ୍ତରୀୟ ବୈଠକରେ ୧୦ଦିଗ ଉପରେ ଫୋକସ୍ : ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ରହିବ ନଜର, ଫିଲ୍ଡ ଭିଜିଟ୍ କରିବେ ଅଫିସର

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top