ନୂଆଦିଲ୍ଲୀ ୧୨/୦୮: ଦଳ ଛାଡିବେ ସଞ୍ଜୁ ସାମସନ୍ । ରାଜସ୍ଥାନ ରୟାଲ୍ସ ପାଇଁ ଏଥର ଖେଳିବେନି ସେ । ସିଏସ୍କେ ଯାଇପାରନ୍ତି ସାମସନ୍ । ଆଇପିଏଲ୍ ପୂର୍ବରୁ ଏମିତି ଅନେକ ଖବର ପ୍ରବଳ ଚର୍ଚ୍ଚା । ଶୁଣିବାକୁ ଏମିତି ବି ମିଳିଛି କି, ସେ କୁଆଡେ ଟିମ୍ରୁ ରିଲିଜ ହେବାକୁ ଚାହୁଁଛନ୍ତି । ଏବେ ଚର୍ଚ୍ଚା ହେଉଛି କି, ଯେଉଁ ଦଳ ପାଇଁ ଏତେ ମାନ ସମ୍ମାନ ପାଇଲେ ଏବେ ପୁଣି କାହିଁକି ସେହି ଦଳ ଛାଡ଼ିବେ ।
କଣ ଏହା ପଛର ବଡ କାରଣ । ଏମିତି ଅନେକ ପ୍ରଶ୍ନ ପ୍ରଶଂସକଙ୍କ ମନରେ । ତେବେ ଯାହା ଜଣାପଡିଛି ସେ କୁଆଡେ ଟିମ୍ ଛାଡିବା ପଛରେ ଦଳର ଜଣେ ହେବିଓ୍ୱେଟ ଖେଳାଳି । ତେବେ ସେହି ଖେଳାଳି ଜଣକ କିଏ ? କାହା ପାଇଁ ସାମସନ ରାଜସ୍ଥାନ ରୟାଲ୍ସ ଛାଡ଼ିବା ପାଇଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ପୂରା ଘଟଣା ।

ନିଜେ ନିଜର ମନକଥା ଲୋକଲୋଚନକୁ ଆଣିଛନ୍ତି ସଞ୍ଜୁ । ସିଏସକେର ପୂର୍ବତନ କ୍ରିକେଟର ଏସ. ବଦ୍ରିନାଥଙ୍କ ନିଜ ୟ୍ୟୁଟୁବ ଚ୍ୟାନେଲରେ ଏଭଳି କହିଥିବା ଦେଖିବାକୁ ମିଳିଛି । ତାଙ୍କ କହିବା କଥା ସେ ଏବେ ଦଳ ପାଇଁ ଅଲୋଡା । ତାଙ୍କ ସ୍ଥାନରେ ରିଆନ ପରାଗ ସମ୍ଭାଳୁଛନ୍ତି କମାଣ୍ଡ ।
ପୁର୍ବରୁ ୨୦୨୫ ସିଜିନରେ ଆହତ ହୋଇପଡିଥିଲେ ସାମସନ । ତାଙ୍କ ବଦଳରେ ଦଳର ଭାର ସମ୍ଭାଳିଥିଲେ ପରାଗ । କିନ୍ତୁ ପରେ ଫିଟ୍ ହୋଇ ଦଳକୁ ଫେରିଥିଲେ ବି ପରାଗ ଅଧିନାୟକ ପଦ ସମ୍ଭାଳିଥିଲେ । ଯାହା ଫଳରେ କୋଚ୍ ଡ୍ରାଭିଡ୍ଙ୍କ ସହ ତାଙ୍କ ସଂପର୍କ ଭଲ ନଥିବା ଚର୍ଚ୍ଚା ହେଉଥିଲା । ହୁେତ ପରାଗଙ୍କୁ ଅଧିନାୟକ ଦେବା କାରଣରୁ ସାମସନ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ବଦ୍ରିନାଥ କହିଛନ୍ତି ।

ସେପଟେ ସଞ୍ଜୁ ସାମସନ ଚେନ୍ନାଇ ସୁପର କିଙ୍ଗ୍ସ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମ.ଏସ ଧୋନୀଙ୍କ ପରେ ଦଳ ବିକଳ୍ପ ଭାବେ ତାଙ୍କୁ ନେଇପାରେ ବୋଲି ଶୁଣିବାକୁ ମିଳୁଛି । ଏହାସହ ସେ ମଧ୍ୟ ପୂର୍ଣ୍ଣ କାଳିନ ଅଧିନାୟକ ପଦ ସମ୍ଭାଳି ପାରନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆୟୂଷ ମାହାତ୍ରେ, ଋତୁରାଜ ଗାଏକ୍ବାଡ ଏବଂ ବ୍ରାଭିସଙ୍କ ଭଳି ଖେଳାଳି ରହିଥିବାବେଳେ ଚତୁର୍ଥ ସ୍ଥାନରେ ବ୍ୟାଟିଂ ବିକଳ୍ପ ରହିପାରିବେ ସାମସନ ।




