ଅନଲାଇନ୍ ଗେମ୍ ହେଲା କାଳ : ବାରଣ କରିବାରୁ ଜୀବନ ହାରିଦେଲେ ଅଷ୍ଟମ ଶ୍ରେଣୀ ଛାତ୍ର !
Published By : Prameya-News7 Bureau | August 12, 2025 IST

ଜଳେଶ୍ବର ୧୨।୮: ଅନଲାଇନ୍ ଗେମ୍ ହେଲା କାଳ । ନେଇଗଲା ନାବାଳକଙ୍କ ଜୀବନ । ବାଥରୁମ୍ରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀ ଛାତ୍ର । ଅନଲାଇନ୍ ଗେମ୍କୁ ପରିବାର ଲୋକେ ବାରଣ କରିବାରୁ ଏଭଳି ଘଟଣା ଘଟାଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ସିଂଲା ଥାନା ଅଞ୍ଚଳର ଅଷ୍ଟମ ଶ୍ରେଣୀର ଛାତ୍ର ସବୁବେଳେ ଅନଲାଇନ୍ ଗେମ୍ ଖେଳିବା ସହ ମୋବାଇଲ ଦେଖିବାରେ ବ୍ୟସ୍ତ ରହୁଥିଲା । ଏନେଇ ପରିବାର ଲୋକେ ବାରମ୍ବାର ବିରୋଧ କରି ଆସୁଥିଲେ । ତେବେ ମଙ୍ଗଳବାର ସକାଳେ ପାଠ ନପଢି ଗେମ୍ ଖେଳୁଥିବାରୁ ନାବାଳକଙ୍କ ମା’ ବିରକ୍ତି ହୋଇଥିଲେ । ଏଥିରେ ସେ ରାଗିଯାଇ ବାଥରୁମ୍ ଭିତରକୁ ଯାଇ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ । ବାଥରୁମ୍ ଭିତରେ ସେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ । ବହୁ ସମୟ ଧରି ବାଥରୁମ୍ରୁ ନ ବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ । ପରିବାର ଲୋକ ତାଙ୍କୁ ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
You Can Read:
ସମ୍ବନ୍ଧିତ ଖବର







