ଆଇପିଏଲ ଟ୍ରେଡ୍‌ ଗୁଜବ ଉପରେ ନୀରବତା ଭାଙ୍ଗିଲେ ରବିଚନ୍ଦ୍ରନ ଅଶ୍ୱିନ, ସିଏସକେ ଠାରୁ ମାଗିଲେ ସ୍ପଷ୍ଟୀକରଣ

ଆଇପିଏଲ-ଟ୍ରେଡ୍‌-ଗୁଜବ-ଉପରେ-ନୀରବତା-ଭାଙ୍ଗିଲେ-ରବିଚନ୍ଦ୍ରନ-ଅଶ୍ୱିନ,-ସିଏସକେ-ଠାରୁ-ମାଗିଲେ-ସ୍ପଷ୍ଟୀକରଣ

ନୂଆଦିଲ୍ଲୀ ୧୨/୦୮: ଆରମ୍ଭ ହୋଇନି IPL ୨୦୨୬ । ସିଜିନ୍ ପୂର୍ବରୁ ତେଜିଲାଣି ବିବାଦ । ଖାସ୍ କରି ରବିଚନ୍ଦ୍ରନ୍ ଅଶ୍ୱିନ ପ୍ରଥମ ଥର ପାଇଁ ତାଙ୍କ ଟ୍ରେଡ୍‌କୁ ନେଇ ମୁହଁ ଖୋଲିଛନ୍ତି । ଏ ବିଷୟରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) କୁ ସ୍ପଷ୍ଟ ଉତ୍ତର ମାଗିଛନ୍ତି । ୨୦୨୫ ମେଗା ନିଲାମରେ, CSK ଅଶ୍ୱିନଙ୍କୁ ୯.୭୫ କୋଟି ଟଙ୍କାରେ କିଣିଥିଲା । ଯାହା ତାଙ୍କ ପାଇଁ ଏକ ଭାବପ୍ରବଣ ‘ହୋମ୍ କମ୍‌ବ୍ୟାକ୍’ ମୁହୂର୍ତ୍ତ ଥିଲା । କିନ୍ତୁ ଏହି ସିଜିନ୍ ତାଙ୍କ ପାଇଁ ନିରାଶାଜନକ ଥିଲା। 

ଅଶ୍ୱିନ ୯ଟି ମ୍ୟାଚ୍‌ରେ ମାତ୍ର ୭ଟି ୱିକେଟ୍ ନେଇଥିଲେ । ହାରାହାରି ୪୦.୪୩ ଓ ଇକୋନୋମି ଥିଲା ୯.୧୩ । ବ୍ୟାଟ୍ ସହିତ ତାଙ୍କର ଅବଦାନ ମଧ୍ୟ ମାତ୍ର ଥିଲା ୩୩ ରନ୍ । ଏହା ତାଙ୍କ ଆଇପିଏଲ୍ କ୍ୟାରିୟରରେ ପ୍ରଥମ ଥର ଥିଲା ଯେତେବେଳେ ସେ ଗୋଟିଏ ସିଜିନରେ ୧୨ରୁ କମ୍ ମ୍ୟାଚ୍ ଖେଳିଥିଲେ। ସମ୍ପ୍ରତି ରିପୋର୍ଟରେ ଦାବି କରାଯାଇଛି ଯେ ସେ ତାଙ୍କ ଭବିଷ୍ୟତ ବିଷୟରେ ସିଏସକେ ସହିତ କଥା ହୋଇଛନ୍ତି । ସେ ଦଳ ଛାଡିବାକୁ ବିଚାର କରିପାରନ୍ତି।

ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅଶ୍ୱିନ କହିଛନ୍ତି, ‘ଆରଆରରେ ଖେଳୁଥିବା ସମୟରେ, ପ୍ରଥମ ବର୍ଷ ପରେ, ମୁଁ ସିଇଓଙ୍କଠାରୁ ଏକ ଇମେଲ୍ ପାଉଥିଲି । ଯେଉଁଥିରେ ପ୍ରଦର୍ଶନ, ଆଶା ଏବଂ ଚୁକ୍ତି ନବୀକରଣ ବିଷୟରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ସିଜିନ୍ ପରେ, ଖେଳାଳିଙ୍କୁ ଜଣାଇବା ଫ୍ରାଞ୍ଚାଇଜ୍‌ର ଦାୟିତ୍ୱ ଯେ ତାଙ୍କୁ ବଜାୟ ରଖାଯିବ କିମ୍ବା ମୁକ୍ତ କରାଯିବ।

ଜାଣିନି କିଏ କରୁଛି ଗୁଜବ ପ୍ରଚାର:

ଅଶ୍ୱିନ କହିଛନ୍ତି ଯେ ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍ ସହିତ କଥା ହେବାର ଅଧିକାର ଅଛି ଯେ ତାଙ୍କୁ ବଜାୟ ରଖାଯିବ କି ନାହିଁ। ବର୍ତ୍ତମାନ, ତାଙ୍କ ଭବିଷ୍ୟତ ତାଙ୍କ ହାତରେ ନାହିଁ ଏବଂ ଯାହା ଖବର ଚାଲିଛି, ତାହା ଖେଳାଳିମାନଙ୍କଠାରୁ ଆସୁନାହିଁ।

ଅଶ୍ୱିନ କହିଛନ୍ତି, ‘ମୋ ବିଷୟରେ କିମ୍ବା ସଞ୍ଜୁଙ୍କ ବିଷୟରେ ଯେଉଁ ଖବର ଆସୁଛି ତାହା ଖେଳାଳିମାନଙ୍କଠାରୁ ନୁହେଁ । ହୁଏତ ଏହି ଗୁଜବ ଫ୍ରାଞ୍ଚାଇଜ୍ ପକ୍ଷରୁ ଆସୁଛି, କିନ୍ତୁ ମୁଁ ଜାଣିନାହିଁ ଯେ କିଏ ସେଗୁଡ଼ିକୁ ପ୍ରସାର କରୁଛି। ଆଇପିଏଲ ଟ୍ରେଡ୍ ୱିଣ୍ଡୋ ସାଧାରଣତଃ ସିଜିନ୍ ଶେଷ ହେବାର ଗୋଟିଏ ମାସ ପରେ ଖୋଲିଥାଏ । ପରବର୍ତ୍ତୀ ନିଲାମ ପୂର୍ବରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ।

Scroll to Top