Pakistan:ଭାରତକୁ ଡରାଉଥିଲା ଏବେ ସାରା ବିଶ୍ବକୁ ଡରାଉଛି, ପାକିସ୍ତାନ ଦେଉଛି ପରମାଣୁ ଆକ୍ରମଣର ଧମକ

pakistan:ଭାରତକୁ-ଡରାଉଥିଲା-ଏବେ-ସାରା-ବିଶ୍ବକୁ-ଡରାଉଛି,-ପାକିସ୍ତାନ-ଦେଉଛି-ପରମାଣୁ-ଆକ୍ରମଣର-ଧମକ

ଅପରେସନ୍ ସିନ୍ଦୂର ପରେ, ପାକିସ୍ତାନର ସାମରିକ ପ୍ରତିଷ୍ଠା ଉପରେ ଏକ ବଡ଼ ଝଟ୍‌କା ଲାଗିଛି। ଏହା କେବଳ ପାକିସ୍ତାନର ସାମରିକ ବାହିନୀ ନୁହେଁ ବରଂ ଏହାର ଗୁପ୍ତଚର କ୍ଷମତାର ପୋଲ୍ ମଧ୍ୟ ଖୋଲିଦେଇଛି। ଏହି ଅପରେସନର ଭୟରୁ ପାକିସ୍ତାନ ସେନା ଏଯାଏ ମୁକୁଳି ପାରିନାହିଁ।

ଭାରତକୁ ସବୁବେଳେ ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକିସ୍ତାନ ଏବେ ସାରା ବିଶ୍ୱକୁ ଧମକେଇଲାଣି। ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ସାରା ବିଶ୍ୱକୁ ଏମିତି ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଭାରତ ସହିତ ଯୁଦ୍ଧରେ ପାକିସ୍ତାନର ଅସ୍ତିତ୍ୱ ପ୍ରତି ବିପଦ ଆସେ, ତେବେ ଆମେ ଅଧା ବିଶ୍ୱକୁ ଉଡେଇ ଦେବୁ।

ସେ କହିଛନ୍ତି, “ଆମେ ଏକ ପରମାଣୁ ରାଷ୍ଟ୍ର, ଯଦି ଆମେ ଅନୁଭବ କରୁ ଯେ ଆମେ ବୁଡୁଛୁ, ତେବେ ଆମେ ଅଧା ବିଶ୍ୱକୁ ସାଙ୍ଗରେ ନେଇ ଡୁବିବୁ।” ଏଥିରୁ ସ୍ପଷ୍ଟ୍ ଲାଗୁଛି ଯେ ପାକିସ୍ତାନ ପରମାଣୁ ଆକ୍ରମଣର ଧମକ ଦେଉଛି।

ମୁନିର ବର୍ତ୍ତମାନ ଆମେରିକାରେ ଅଛନ୍ତି ଏବଂ ସେ ଡୋନାଲ୍ଡ ଟ୍ରମ୍ପଙ୍କ ରାଜନୈତିକ ଶିବିର ସହିତ ଯୋଗାଯୋଗ କରୁଛନ୍ତି। ଏହି କାରଣରୁ ଏବେ ପ୍ରଶ୍ନ ଉଠୁଛି ଯେ ମୁନିର ବୋଧହୁଏ ଟ୍ରମ୍ପଙ୍କ ଭଳି ନେତାଙ୍କ କୋଳରେ ବସି ନିଜ ପିଠିକୁ ମଜବୁତ୍ ଭାବୁଛନ୍ତି?

Also Read

ତେବେ ବାସ୍ତବ କଥା ଦେଖିବାକୁ ଗଲେ ଅପରେସନ୍ ସିନ୍ଦୂର ପରେ, ପାକିସ୍ତାନର ସାମରିକ ପ୍ରତିଷ୍ଠା ଉପରେ ଏକ ବଡ଼ ଝଟ୍‌କା ଲାଗିଛି। ଏହା କେବଳ ପାକିସ୍ତାନର ସାମରିକ ବାହିନୀ ନୁହେଁ ବରଂ ଏହାର ଗୁପ୍ତଚର କ୍ଷମତାର ପୋଲ୍ ମଧ୍ୟ ଖୋଲିଦେଇଛି। ଏହି ଅପରେସନର ଭୟରୁ ପାକିସ୍ତାନ ସେନା ଏଯାଏ ମୁକୁଳି ପାରିନାହିଁ।

ମୁନିର କହିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତି ବନ୍ଦ କରିଦେଇଛି, ଯେଉଁଥିପାଇଁ ୨.୫ କୋଟି ଲୋକ ଭୋକରେ ମରିପାରନ୍ତି। ତେଣୁ ଏହାକୁ ନେଇ ପାକିସ୍ତାନ ସେନା ମୁଖ୍ୟ ଧମକ ଦେଇ କହିଛନ୍ତି, ଯେତେବେଳେ ଭାରତ ସିନ୍ଧୁ ନଦୀ ଉପରେ ଅଧିକ ବନ୍ଧ ନିର୍ମାଣ କରିବ, ସେତେବେଳେ ସେମାନେ ମିସାଇଲ୍‌ରେ ଏହାକୁ ଧ୍ୱଂସ କରିଦେବେ। ପାକିସ୍ତାନର ଫିଲ୍ଡ ମାର୍ଶାଲ କହିଛନ୍ତି, ସିନ୍ଧୁ ନଦୀ ଭାରତର ପୈତୃକ ସମ୍ପତ୍ତି ନୁହେଁ ଏବଂ ଆମ ପାଖରେ ମିସାଇଲ୍‌ର ବି ଅଭାବ ନାହିଁ।

ତେବେ ଦୁଇ ଦେଶ ମଧ୍ୟରେ ବଢ଼ିଚାଲିଥିବା ତିକ୍ତତା ଭିତରେ ଏହା ସ୍ପଷ୍ଟ ଯେ ଭାରତ କୌଣସି ପରିସ୍ଥିତିରେ ଆଉ ସାଲିସ୍ କରିବ ନାହିଁ। ଏଥର ପାକିସ୍ତାନ ଭାରତ ଉପରକୁ ପତରଟିଏ ପକାଇଲେ, ଭାରତ ଏହାର ଜବାବ ପଥରରେ ଦେବ

ଓଟିଭି ହ୍ଵାଟ୍ସଅପ

Scroll to Top