Asim Munir:ଭାରତ ଭୟରେ ବାଉଳା ପାକିସ୍ତାନ, ମୁନିର କହିଲେ ଆମେ ଏକ ଡମ୍ପ ଟ୍ରକ୍

asim-munir:ଭାରତ-ଭୟରେ-ବାଉଳା-ପାକିସ୍ତାନ,-ମୁନିର-କହିଲେ-ଆମେ-ଏକ-ଡମ୍ପ-ଟ୍ରକ୍

ପାକିସ୍ତାନ ଭାରତକୁ କିପରି କ୍ଷତି ପହଞ୍ଚାଇପାରେ ତାର ଏକ ଉଦାହରଣ ଦେଇଥିଲେ । କହିଥିଲେ ଭାରତ ହେଉଛି ଏକ ଚକଚକିଆ ମର୍ସିଡିଜ, କିନ୍ତୁ ଆମେ ଏକ ଡମ୍ପ ଟ୍ରକ୍ । ଯଦି ଏହି ଟ୍ରକ୍ ସେହି କାର ସହିତ ଧକ୍କା ହୁଏ, ତେବେ କାହାର କ୍ଷତି ହେବ?

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସଂପର୍କ ବିଗିଡିଛି । ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିଛି । ଏଥିପାଇଁ ଅସୀମ ମୁନିର ଭାରତକୁ ଧମକ ଦେଇଛନ୍ତି । କହିଛନ୍ତି ଆମେ ଭାରତ ଦ୍ୱାରା ବନ୍ଧ ନିର୍ମାଣ ପାଇଁ ଅପେକ୍ଷା କରିବୁ ଏବଂ ଯେତେବେଳେ ଭାରତ ବନ୍ଧ ତିଆରି କରିସାରିବ, ଆମେ ୧୦ ଟି କ୍ଷେପଣାସ୍ତ୍ର ମାଡ଼ କରିବୁ । ସିନ୍ଧୁ ନଦୀ ଭାରତର ପାରିବାରିକ ସମ୍ପତ୍ତି ନୁହେଁ, ଆମ ପାଖରେ କ୍ଷେପଣାସ୍ତ୍ରର ଅଭାବ ନାହିଁ ।

ପାକିସ୍ତାନ ଭାରତକୁ କିପରି କ୍ଷତି ପହଞ୍ଚାଇପାରେ ତାର ଏକ ଉଦାହରଣ ଦେଇଥିଲେ । କହିଥିଲେ ଭାରତ ହେଉଛି ଏକ ଚକଚକିଆ ମର୍ସିଡିଜ, କିନ୍ତୁ ଆମେ ଏକ ଡମ୍ପ ଟ୍ରକ୍ । ଯଦି ଏହି ଟ୍ରକ୍ ସେହି କାର ସହିତ ଧକ୍କା ହୁଏ, ତେବେ କାହାର କ୍ଷତି ହେବ? ମୁନିରଙ୍କ ଏହି ମନ୍ତବ୍ୟ ଏବେ ଭାଇରାଲ ହେଉଛି । ଟ୍ରୋଲ ହେଉଛନ୍ତି ମୁନିର । କାରଣ ନିଜ ଦେଶକୁ ସେ ଡମ୍ପ ଟ୍ରକ୍ ସହ ତୁଳନା କରିଛନ୍ତି ।

ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକାରୁ ସାରା ବିଶ୍ୱକୁ ଏମିତି ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଭାରତ ସହିତ ଯୁଦ୍ଧରେ ପାକିସ୍ତାନର ଅସ୍ତିତ୍ୱ ପ୍ରତି ବିପଦ ଆସେ, ତେବେ ଆମେ ଅଧା ବିଶ୍ୱକୁ ଉଡେଇ ଦେବୁ।

Also Read

ସେ କହିଛନ୍ତି, “ଆମେ ଏକ ପରମାଣୁ ରାଷ୍ଟ୍ର, ଯଦି ଆମେ ଅନୁଭବ କରୁ ଯେ ଆମେ ବୁଡୁଛୁ, ତେବେ ଆମେ ଅଧା ବିଶ୍ୱକୁ ସାଙ୍ଗରେ ନେଇ ଡୁବିବୁ।” ଏଥିରୁ ସ୍ପଷ୍ଟ୍ ଲାଗୁଛି ଯେ ପାକିସ୍ତାନ ପରମାଣୁ ଆକ୍ରମଣର ଧମକ ଦେଉଛି।

ଅପରେସନ୍ ସିନ୍ଦୂର ପରେ, ପାକିସ୍ତାନର ସାମରିକ ପ୍ରତିଷ୍ଠା ଉପରେ ଏକ ବଡ଼ ଝଟ୍‌କା ଲାଗିଛି। ଏହା କେବଳ ପାକିସ୍ତାନର ସାମରିକ ବାହିନୀ ନୁହେଁ ବରଂ ଏହାର ଗୁପ୍ତଚର କ୍ଷମତାର ପୋଲ୍ ମଧ୍ୟ ଖୋଲିଦେଇଛି। ଏହି ଅପରେସନର ଭୟରୁ ପାକିସ୍ତାନ ସେନା ଏଯାଏ ମୁକୁଳି ପାରିନାହିଁ।

ଓଟିଭି ହ୍ଵାଟ୍ସଅପ

Scroll to Top