E

e

ଗତ ୮ ତାରିଖରେ କୋମା ଅବସ୍ଥାରେ ଛୁଆକୁ ଶ୍ରୀମନ୍ଦିର ଆଣିଥିଲେ। ମହାପ୍ରଭୁଙ୍କ ଠାରେ ଶରଣ ପରେ ସୁସ୍ଥ ହେଲା ଶିଶୁ। ପୁଣି ରାଜସ୍ଥାନରୁ ପୁରୀକୁ ଧାଇଁ ଆସି କୃତଜ୍ଞତା ଜଣାଇଲେ।

author-image

Lord Jagannath

Lord Jagannath Photograph: (OTV)

ମହାପ୍ରଭୁଙ୍କ ଚମତ୍କାର। ସମର୍ପଣର ଭାବନା ସହିତ ମହାପ୍ରଭୁଙ୍କୁ ଗୁହାରି କଲେ ମହାପ୍ରଭୁ ତାହା ଶୁଣନ୍ତି। ଭକ୍ତର କାମନା ପୂରଣ କରନ୍ତି। ଆଉ ଏହା ନିକଟରେ ଦେଖିବାକୁ ମିଳିଛି ପୁରୀ ସିଂହଦ୍ବାର ସାମନାରେ। ଭକ୍ତର ଡାକ ଶୁଣି ଏକ ଛୋଟ ନିଷ୍ପାପ ଶିଶୁକୁ ନୂଆ ଜୀବନ ଦାନ କରିଛନ୍ତି ।
କୋମାରୁ ଉଠାଇ ଦେଇଛନ୍ତି ମହାପ୍ରଭୁ। ଦୀର୍ଘଦିନ ଧରି କୋମାରେ ଥିବା ଶିଶୁ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି। ଗତ ୮ ତାରିଖରେ ରାଜସ୍ଥାନରୁ କୋମା ଅବସ୍ଥାରେ ଛୁଆକୁ ଶ୍ରୀମନ୍ଦିର ଆଣିଥିଲେ ବାପା ପ୍ରକାଶ ଭୋଇ। ବାଇଶି ପାହାଚ ପାଖେ ପୁଅ ନିଖିଲକୁ ଗଡାଇ ଦେଇଥିଲେ। ମହାପ୍ରଭୁଙ୍କ ଠାରେ ଶରଣ ପଶିବା ପରେ ଏବେ ସାମାନ୍ୟ ସୁସ୍ଥ ହୋଇଛି କୁନି ପୁଅ। 
ପୂର୍ବରୁ ନିସ୍ତେଜ ହୋଇପଡିଥିଲା ଶିଶୁ। ଏବେ ହାତଗୋଡି ହଲାଉଛି। ଆଜି ଛୁଆ ସାମାନ୍ୟ ସୁସ୍ଥ ହେବା ପରେ ସୁଦୂର ରାଜସ୍ଥାନରୁ ଛୁଆକୁ ପୁଣି ଆଣି ଆସିଛନ୍ତି ବାପା। ମହାପ୍ରଭୁଙ୍କୁ କୃତଜ୍ଞତା ଜଣାଇବାକୁ ପୁରୀ ଆସିଛନ୍ତି ପ୍ରକାଶ ଭୋଇ। ଶ୍ରୀମନ୍ଦିର ନିକଟରେ ଛୁଆକୁ ଗଡାଇ ସମର୍ପି ଦେଇଛନ୍ତି।

ଭିଡିଓ ଦେଖନ୍ତୁ:


•    କୋମାରୁ ଉଠାଇଦେଲେ ମହାପ୍ରଭୁ!
•    ଗତ ୮ ତାରିଖରେ କୋମା ଅବସ୍ଥାରେ ଛୁଆକୁ ଶ୍ରୀମନ୍ଦିର ଆଣିଥିଲେ
•    ମହାପ୍ରଭୁଙ୍କ ଠାରେ ଶରଣ ପରେ ସୁସ୍ଥ ହେଲା ଶିଶୁ
•    ପୁଣି ରାଜସ୍ଥାନରୁ ପୁରୀକୁ ଧାଇଁ ଆସିଲେ ମହାପ୍ରଭୁ
•    ମହାପ୍ରଭୁଙ୍କ ପାଖେ ଜଣାଇଲେ କୃତଜ୍ଞତା

Scroll to Top