S

s

ଆଜି ତୃତୀୟ ଦିନରେ ସାଲିଆ ସାହିରେ ଉଚ୍ଛେଦ। ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଉଚ୍ଛେଦ ପ୍ରକ୍ରିୟା। ୨ ଦିନ ହେଲା ଜରିପାଲ ଟାଣି ରାତି କାଟୁଛନ୍ତି ଲୋକେ। ଜାଗା ଦାବିରେ ଖୋଲା ଆକାଶ ତଳେ ରାତି କାଟୁଛନ୍ତି।

author-image

Salia Sahi Eviction

Salia Sahi Eviction Photograph: (OTV)

ଆଜି ତୃତୀୟ ଦିନରେ ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା। ବିଏମସି, ବିଡିଏ ଓ କମିଶନରେଟ ପୋଲିସର ମିଳିତ ସ୍କ୍ୱାର୍ଡ ପକ୍ଷରୁ ଉଚ୍ଛେଦ ଜାରି ରହିଛି। ସେପଟେ କିଛି ସାଲିଆ ସାହି ବାସିନ୍ଦା ନିଜ ଘର ଭଙ୍ଗା ଯିବା ପରେ ଖୋଲା ଆକାଶ ତଳେ ଜରି ପାଲ ଟାଣି ନିଜର ଆସବାପତ୍ର ରାଖି ରାତି କାଟିଛନ୍ତି।

ବିଏମସି ପକ୍ଷରୁ ଯୋଗାଇ ଦିଆଯାଇଥିବା ଟ୍ରାଞ୍ଜିଟ୍ ହାଉସରେ ନ ରହି ସରକାରଙ୍କ ନିକଟରେ ଜାଗା ଦାବି କରି ସାଲିଆ ସାହି ଛାଡ଼ିବୁ ନାହିଁ ବୋଲି କହିଛନ୍ତି। ବିଏମସି ପକ୍ଷରୁ ଯୋଗାଇ ଦିଆ ଯାଇଥିବା ଘରେ ଦୁଇଟା ଜଣରୁ ଅଧିକା ରହିବ ସମ୍ଭବ ନୁହେଁ ବୋଲି ଯୁକ୍ତି ବାଢିବା ସହ ଜାଗା ଦାବି କରି ୨ ଦିନ ହେଲା ଜରିପାଲ ଟାଣି ରାତି କାଟୁଛନ୍ତି।

•    ଆଜି ତୃତୀୟ ଦିନରେ ସାଲିଆ ସାହିରେ ଉଚ୍ଛେଦ
•    ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଉଚ୍ଛେଦ ପ୍ରକ୍ରିୟା
•    ୨ ଦିନ ହେଲା ଜରିପାଲ ଟାଣି ରାତି କାଟୁଛନ୍ତି ଲୋକେ
•    ଜାଗା ଦାବିରେ ଖୋଲା ଆକାଶ ତଳେ ରାତି କାଟୁଛନ୍ତି

Scroll to Top