ସରକାରଙ୍କ ନିଷ୍ପତ୍ତିକୁ ବିରୋଧ, ଆସନ୍ତା ୧ ତାରିଖରୁ ବସ୍ ଧର୍ମଘଟ ଚେତାବନୀ
Published By: Chikun – Prameya-News7 Bureau | November 17, 2025 05:04 PM
NEWS7
କଟକ: ଆସନ୍ତା ୧ ତାରିଖରୁ ବସ୍ ଧର୍ମଘଟ ଚେତାବନୀ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏଭଳି ଚେତାବନୀ ଦେଇଛି। ପୋଲିସକୁ ଗାଡ଼ି କାଗଜପତ୍ର ଯାଞ୍ଚ ପାଇଁ ଏମଭିଆଇ କ୍ଷମତା ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଏଭଳି ଚେତାବନୀ ଦେଇଛି।
ଯଦି ସରକାର ଆସନ୍ତା ୧ ତାରିଖରୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି ତେବେ ଡିସେମ୍ବର ୧ରୁ ସମସ୍ତ ଗାନି ଚଳାଚଳ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ। ବସ୍ ମାଲିକ ସଂଘ ସହ ଟ୍ରକ୍ ମାଲିକ ସଂଘ ଗୁଡ଼ିକ ମଧ୍ୟ ଏହି ଧର୍ମଘଟରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଘରୋଇ ବସ୍ ମାଲିକ ସଂଘର ଏହି ନିଷ୍ପତ୍ତି ସମ୍ପର୍କରେ ସରକାରଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯିବ ବୋଲି ସଂଘ କହିଛି।




