D

d

ଧିରେ ଧିରେ ସୁସ୍ଥ ହେଲେଣି ବଲିଉଡର ହିମ୍ୟାନ୍ ଧର୍ମେନ୍ଦ୍ର । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସିପଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର । ଆମ୍ବୁଲାନସ ଯୋଗେ ନିଜ ଘରକୁ ଯାଇଛନ୍ତି । ନିଜ ଘରେ ଧର୍ମେନ୍ଦ୍ରଙ୍କ ଚିକିତ୍ସା କରାଯିବ ବୋଲି ତାଙ୍କ ପୁଅ ସନ୍ନି ଦେଓଲ କହିଛନ୍ତି ।

author-image

DHARMENDRA-HEALT-CONDITION

DHARMENDRA-HEALT-CONDITION Photograph: (OTV)

ଧିରେ ଧିରେ ସୁସ୍ଥ ହେଲେଣି ବଲିଉଡର ହିମ୍ୟାନ୍ ଧର୍ମେନ୍ଦ୍ର । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସିପଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର । ଆମ୍ବୁଲାନସ ଯୋଗେ ନିଜ ଘରକୁ ଯାଇଛନ୍ତି । ନିଜ ଘରେ ଧର୍ମେନ୍ଦ୍ରଙ୍କ ଚିକିତ୍ସା କରାଯିବ ବୋଲି ତାଙ୍କ ପୁଅ ସନ୍ନି ଦେଓଲ କହିଛନ୍ତି ।

୮୯ ବର୍ଷିୟ ଏହି କଳାକାର ଜଣଙ୍କୁ ଶ୍ବାସଗତ ଅସୁବିଧା ହେବାରୁ  କିଛି ଦିନ ହେବ ହସପିଟାଲରେ ଆଡମିଟ୍ କରାଯାଇଥିଲା କିନ୍ତୁ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ଘରେ ହିଁ ତାଙ୍କର ଟ୍ରିଟମେଣ୍ଟ ଚାଲିବ।  କିନ୍ତୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରର ମିଛ ପ୍ରଚାର ହୋଇଥିଲା ଯାହାକୁ ନେଇ କ୍ଷୁବ୍ଧ ଦେଓଲ ପରିବାର ।  ଧର୍ମେନ୍ଦ୍ରଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ହେମାମାଳିନୀ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଗୁଜବର ଭୁଲ ଖବର ପ୍ରସାର କରୁଥିବ ଗଣମାଧ୍ୟମକୁ ନିନ୍ଦା କରିଛନ୍ତି ।

ସେ କହିଛନ୍ତି ଏଭଳି ଆଚରଣ ଅଶୋଭନୀୟ  ଏବଂ ଦୟାକରି ପରିବାରର ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ।  ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ସେତେବେଳେ ଭାଇରାଲ ହେଲା ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଲେଖକ-ଗୀତିକାର ଜାଭେଦ ଅଖତର ସୋସିଆଲ ମିଡିଆରେ ଭୁଲ ଭାବେ ଏକ ପୋଷ୍ଟ ସେୟାର କଲେ । ଯାହା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।

ଆଉ  ସମସ୍ତେ ନିଜ ନିଜ ସୋସିଆଲ ପେଜରେ ଏହି କଳାକାରଙ୍କୁ ଶ୍ରଦ୍ଧା ଅର୍ପଣ କରିଥିଲେ । ଝିଅ ଇଶା ଦେଓଲ ,ଏହାପରେ ପୋଷ୍ଟ କରିଥିଲେ  ତାଙ୍କ ବାପାଙ୍କ ସ୍ବାସ୍ଥ୍ୟ ଠିକ ଅଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମିଥ୍ୟା ରିପୋର୍ଟକୁ ବି ଖଣ୍ଡନ କରିଥିଲେ। ସେ ସୋସିଆଲ ମିଡିଆରେ ଲେଖିଥିଲେ, ମିଡିଆ ଅତ୍ୟଧିକ ସକ୍ରିୟ ହୋଇ ମିଥ୍ୟା ଖବର ପ୍ରଚାର କରୁଛି। ମୋ ପିତାଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛନ୍ତି ଏବଂ ଆରୋଗ୍ୟ ଲାଭ କରୁଛନ୍ତି। ପରିବାରର ନିକଟବର୍ତ୍ତୀ ସୂତ୍ରରୁ ଜଣାପଡ଼ିଛି ଯେ ଧର୍ମେନ୍ଦ୍ରଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ  ହସପିଟାଲାରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଏବେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। 

ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ଖବର ପରେ ତାଙ୍କ ଘର ଆଗରେ ପ୍ରଶଂସକଙ୍କ ଭିଡ ଜମିଥିଲା । ୩୦୦ରୁ ଅଧିକ ସିନେମାରେ ଅଭିନୟ କରିଥିବା ଧର୍ମେନ୍ଦ୍ର ହିନ୍ଦୀ ସିନେମା ଜଗତର ସବୁଠୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ଏବେ ରିସେଣ୍ଟଲି ‘ରକି ଔର ରାନୀ କି ପ୍ରେମ କହାଣୀ’ ଏବଂ ‘ତେରି ବାତୋଁ ମେଁ ଐସା ଉଲଝା ଜିୟା’ ଫିଲ୍ମରେ ଅଭିନୟ କରିଥିଲେ ଆଉ ଯାହାକୁ ଖୁବ ପସନ୍ଦ କରିଥିଲେ ସିନେପ୍ରେମୀ । 

Scroll to Top