C

c

ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ଉଭୟ ୨୦୨୬ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଯଦିଓ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ କିମ୍ବା ନିର୍ବନ୍ଧ ସଂକ୍ରାନ୍ତରେ ଘୋଷଣା ହୋଇନାହିଁ।

author-image

rashmika

rashmika Photograph: (OTV)

ଅଭିନେତା ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ସାଧାରଣରେ ତାଙ୍କ ସମ୍ପର୍କକୁ ଲୁଚାଇ ରଖନ୍ତି। ଅକ୍ଟୋବରରେ ଏହି ଯୋଡ଼ିର ବିବାହ ସମ୍ବନ୍ଧୀୟ ଖବରଗୁଡ଼ିକ ପ୍ରକାଶ ପାଇଥିଲା। ଯଦିଓ ଉଭୟ ଏହା ଉପରେ ଚୁପ୍ ରହିଥିଲେ। କିନ୍ତୁ ଶେଷରେ ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡାଙ୍କ ଅଫ୍-ସ୍କ୍ରିନ୍ ରୋମାନ୍ସ ଦେଖିବାକୁ ମିଳିଲା।

ରଶ୍ମିକାର ନୂଆ ଫିଲ୍ମ୍ ‘ଦ ଗର୍ଲଫ୍ରେଣ୍ଡ୍’ ବକ୍ସ୍ ଅଫିସ୍‌ରେ ଭଲ ଆୟ କରୁଛି, ଯାହାର କାରଣରୁ ହାଇଦ୍ରବାଦରେ ଫିଲ୍ମ୍‌ର ଏକ ସକ୍ସେସ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ବିଜୟ ଦେବରକୋଣ୍ଡା ମଧ୍ୟ ପହଞ୍ଚିଥିଲେ । ଏହି ଇଭେଣ୍ଟ୍‌ର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବିଜୟ ଦେବରକୋଣ୍ଡା  ରଶ୍ମିକା ମନ୍ଦାନାଙ୍କ ହାତ ଧରି ଚୁମ୍ବନ କରୁଥିବା ଦେଖାଯାଇଛି ।

ଏହା ପ୍ରଥମ ଥର ଯେତେବଳେ ବିଜୟ ଦେବରକୋଣ୍ଡା ରଶ୍ମିକା ମନ୍ଦାନା ପାଇଁ ତାଙ୍କ ପ୍ରେମକୁ ପ୍ରକାଶ କରିଛନ୍ତି। ଏହା ପରେ ରଶ୍ମିକାଙ୍କ ମୁହଁ ଲାଜରେ ଲାଲ ପଡ଼ିଯାଇଥିଲା। ଏହା ସହିତ ତାଙ୍କ ଆଖପାଖରେ ଥିବା ଫଟୋଗ୍ରାଫରମାନେ ଓ ଫ୍ୟାନ୍‌ମାନେ ବହୁତ୍ ଖୁସି ଦେଖାଯାଇଥିଲେ ।

ଭିଡିଓକୁ ଦେଖିବା ପରେ ସୋସିଆଲ୍ ମିଡିଆରେ ଫ୍ୟାନ୍‌ଙ୍କର ଖୁସି କହିଲେ ନସରେ । ଜଣେ ୟୁଜର୍ସ ଲେଖିଛନ୍ତି, ‘ତାଙ୍କର ରିୟଲ୍ ଲାଇଫ୍ ଗର୍ଲଫ୍ରେଣ୍ଡ୍’। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ‘ହାଏ’। 

ଜାତୀୟ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ଉଭୟ ୨୦୨୬ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଯଦିଓ ଉଭୟଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସେମାନଙ୍କର ବିବାହ କିମ୍ବା ନିର୍ବନ୍ଧ ସଂକ୍ରାନ୍ତରେ ଘୋଷଣା ହୋଇନାହିଁ।

ରଶ୍ମିକା ଏବଂ ବିଜୟ ୨୦୧୮ର ହିଟ୍ ଫିଲ୍ମ ଗୀତା ଗୋବିନ୍ଦମ୍ ଏବଂ ୨୦୧୯ର ଡିୟର କମ୍ରେଡ୍ ଫିଲ୍ମରେ ଏକାଠି ଅଭିନୟ କରିବା ପରଠୁ ଚର୍ଚ୍ଚାରେ ରହିଛନ୍ତି । ଏହି ସମୟରେ ସେମାନେ ପରସ୍ପରର ନିକଟତର ହୋଇଥିଲେ ।

ରଶ୍ମିକା ମନ୍ଦାନାଙ୍କ ବୟସ ୨୯ ବର୍ଷ ହୋଇଥିବା ବେଳେ ବିଜୟ ଦେବରକୋଣ୍ଡାଙ୍କ ବୟସ ୩୬ ବର୍ଷ । ବିଜୟ ରଶ୍ମିକାଙ୍କଠାରୁ ସାତ ବର୍ଷ ବଡ଼ ।

Scroll to Top