ନୂଆପଡ଼ାରେ ବିଜେଡି-କଂଗ୍ରେସ ସଫା ହୋଇଯିବ, ବିଜେପି ରେକର୍ଡ ମାର୍ଜିନରେ ଜିତିବ- ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
Published By: Kirti – Prameya-News7 Bureau | November 13, 2025 12:40 PM
NEWS7
ଭୁବନେଶ୍ୱର ୧୩।୧୧ : ଗଣତି ପୂର୍ବରୁ ଯୋଗାଣ ମନ୍ତ୍ରୀଙ୍କ ଦମ୍ଭୋକ୍ତି । ନୂଆପଡ଼ା ଉପନିର୍ବାଚନରେ ଆମେ ୫୦ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିବୁ । ନୂଆପଡ଼ାରେ ବିଜେଡି-କଂଗ୍ରେସ ପୁରା ସଫା ହୋଇଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ।
ଗତ ୧୧ ତାରିଖରେ ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ଲାଗି ମତଦାନ ହୋଇଛି । ଯେଉଁଥିରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିର ସ୍ନେହାଙ୍ଗୀନି ଛୁରିଆ ମୈଦାନରେ ଅଛନ୍ତି। ବିଜେପି ତରଫରୁ ଜୟ ଢୋଲକିଆ ନିର୍ବାଚନ ଲଢୁଛନ୍ତି । ଏବେ ମତଦାନ ସରିଛି, ରେଜଲ୍ଟକୁ ଅପେକ୍ଷା । ଏସବୁ ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନରେ ଆମେ ୫୦ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିବୁ । ନୂଆପଡ଼ାରେ ବିଜେଡି-କଂଗ୍ରେସ ପୁରା ସଫା ହୋଇଯିବ । ବିଜେଡି-କଂଗ୍ରେସ ଲୋକଙ୍କ ସହିତ ନାହାନ୍ତି । ତାହା ଆସନ୍ତାକାଲି ପ୍ରମାଣିତ ହୋଇଯିବ । ନୂଆପଡାରେ ଭାରତୀୟ ଜନତା ପାର୍ଟି ରେକର୍ଡ ମାର୍ଜିନରେ ବିଜୟ ଲାଭ କରିବ ।




