C

c

ଦୁଇ ଯୁବକ ରାହୁଲ ପରୱାନୀ ଓ ସାବା କ୍ୟୁରେସୀ ଧମକ ଦେଇ କୋଟି କୋଟି ଟଙ୍କା ନେଇଯାଇଛନ୍ତି । ଯେତେ ଟଙ୍କା ଦେଲେ ବି ସେମାନେ ଧମକ ଦେଇ ପୁଣି ଟଙ୍କା ମାଗୁଥିଲେ । କହୁଥିଲେ, ଆମ ପାଖରେ ଥିବା ଭିଡିଓ ସର୍କୁଲେଟ୍ କରିଦେବୁ ।

author-image

Blackmail

Blackmail

ବ୍ଲାକମେଲ ଓ ଆତ୍ମହତ୍ୟାର କାହାଣୀ ବା ଖବର ଆପଣ ଅନେକ ପଢ଼ିଥିବେ । କିନ୍ତୁ ଏହି କାହାଣୀ ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେବ । ମଣିଷ ଟଙ୍କା ଲୋଭରେ କିଭଳି ଅମଣିଷ ପାଲଟି ଯାଉଛି । ଏଥିପାଇଁ ଜଣଙ୍କ ଜୀବନ ବି ଚାଲିଯାଉଛି । ଆମେ କହୁଛୁ ଜଣେ ଯୁବ ଚାର୍ଟର୍ଡ ଆକାଉଣ୍ଟାଣ୍ଟଙ୍କ ବିଷୟରେ । ଯିଏକି ବ୍ଲାକମେଲିଂର ଶିକାର ହୋଇ ଜୀବନ ହାରିଦେଲେ । ଆତ୍ମହତ୍ୟା ପୂର୍ବରୁ ସେ ତିନ ପୃଷ୍ଠାର ଏକ ନୋଟ୍ ଛାଡି ଯାଇଥିଲେ। ଏହି ଆତ୍ମହତ୍ୟା ପାଇଁ ସେ ଦୁଇ ଜଣଙ୍କ ନାଁ ଲେଖି ସେମାନେ ଏଥିପାଇଁ ଦାୟୀ ବୋଲି କହିଥିଲେ। ଗୋଟିଏ ପ୍ରାଇଭେଟ୍ ଭିଡିଓ ଲିକ୍ କରିଦେବାର ଧମକ ଦେଇ ଏହି ଦୁଇଜଣ ଯାକ ଗତ ଦେଢ଼ ବର୍ଷ ଭିତରେ ପ୍ରାୟ ୩ କୋଟି ଟଙ୍କା ନେଇଯାଇଥିଲେ ।

ଏହି ୩୨ ବର୍ଷୀୟ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ନୋଟରେ ଲେଖିଥିଲେ, ଦୁଇ ଯୁବକ ରାହୁଲ ପରୱାନୀ ଓ ସାବା କ୍ୟୁରେସୀ ଧମକ ଦେଇ କୋଟି କୋଟି ଟଙ୍କା ନେଇଯାଇଛନ୍ତି । ଯେତେ ଟଙ୍କା ଦେଲେ ବି ସେମାନେ ଧମକ ଦେଇ ପୁଣି ଟଙ୍କା ମାଗୁଥିଲେ । କହୁଥିଲେ, ଆମ ପାଖରେ ଥିବା ଭିଡିଓ ସର୍କୁଲେଟ୍ କରିଦେବୁ । ଷ୍ଟକ ମାର୍କେଟରେ ବିପୁଳ ଟଙ୍କା ରାଜ ଲୀଲା ମୋରେ ନାମକ ଏହି ଚାଟର୍ଡ ଆକାଣ୍ଟାଣ୍ଟ ନିବେଶ କରିଥିଲେ । ଏହା ବାଦ୍ ତାଙ୍କର ଭଲ ରୋଜଗାର ମଧ୍ୟ ଥିଲା । ଏହା ଏହି ଦୁଇ ଯୁବକ ଜାଣିଥିଲେ । ଧମକ କାରଣରୁ କଂପାନୀ ଆକାଉଣ୍ଟରୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର୍ କରିଥିଲେ । ସେମାନେ ଏକ ଲଗଜୁରୀ କାର୍ ମଧ୍ୟ ନେଇଛନ୍ତି ।

ମୋରେଙ୍କ ମାଆ ପୋଲିସକୁ କହିଥିଲେ ଗତ କିଛି ମାସ ହେଲା ତାଙ୍କ ପୁଅ ମାନସିକ ଚାପରେ ଥିଲା । ସୁଇସାଇଡ୍ ନୋଟର ପ୍ରଥମ ପୃଷ୍ଠାରେ ସେ ତାଙ୍କ ମାଆ ଓ ପରିବାରକୁ କ୍ଷମା ମାଗିଛନ୍ତି ଓ ନିଜେ ନିଜର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି । ଦ୍ୱିତୀୟ ପୃଷ୍ଠାରେ ସେ ତାଙ୍କ କଂପାନୀ ବିଷୟରେ ଉଲ୍ଲେଖ କରିଛନ୍ତି । ଯେଉଁ ଜାଲିଆତି ହୋଇଛି ସେଥିପାଇଁ ସେ ନିଜେ ଦାୟୀ ଓ କାହାରି ଉପରେ ଆକ୍ସନ ନେବ ନାହିଁ ବୋଲି ଲେଖିଛନ୍ତି । ତୃତୀୟ ପୃଷ୍ଠାରେ ଏହି ଦୁଇ ଯୁବକଙ୍କ ବିଷୟରେ ଲେଖିଛନ୍ତି । 

ଅଧିକ ପଢ଼ନ୍ତୁ: ନାବାଳିକାଙ୍କୁ ଅପହରଣ ପରେ ଚଳନ୍ତା ଟ୍ରେନରେ ଦୁଷ୍କର୍ମ, ଷ୍ଟେସନରେ ଛାଡି ଦେଲା ଯୁବକ

Scroll to Top