କଲେଜ କ୍ୟାମ୍ପସରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ସସପେଣ୍ଡ୍ ହେଲେ ଅଧ୍ୟାପକ
Published By: Chikun – Prameya-News7 Bureau | November 11, 2025 10:06 PM
NEWS7
ନିଆଳୀ: ଛାତ୍ରୀଙ୍କୁ ଅସଦାଚରଣ କରି ନିଲମ୍ବିତ ହେଲେ କଟକ ଜିଲ୍ଲା ଅଡ଼ଶପୁର ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ। ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଲକ୍ଷ୍ମୀଧର ସାହୁଙ୍କୁ ନିଲମ୍ବନ କଲେ ଉପଜିଲ୍ଲାପାଳ।
ସୂଚନା ଅନୁସାରେ, ଉକ୍ତ ଅଧ୍ୟାପକ ଜଣକ କଲେଜ କ୍ୟାମ୍ପସରେ ଅସଦାଚରଣ କରିଥିବା ନେଇ ଦୁଇ ଛାତ୍ରୀ ଅଧ୍ୟକ୍ଷାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଆଉ ସେମାନଙ୍କ ଅଭିଯୋଗ କ୍ରମେ ଆଇସିସି କମିଟିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଧ୍ୟାକ୍ଷା।
ତଦନ୍ତ ରିପୋର୍ଟକୁ ଶିକ୍ଷା ବିଭାଗ ଓ ପରିଚାଳନା କମିଟି ମୁଖ୍ୟ କଟକ ସଦର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ତେବେ ରିପୋର୍ଟ ପାଇବା ପରେ ଉପ ଜିଲ୍ଲାପାଳ ମଙ୍ଗଳବାର ଅଧ୍ୟାପକ ଲକ୍ଷ୍ମୀଧର ସାହୁଙ୍କୁ ନିଲମ୍ବିତ କରିଛନ୍ତି।




