ସରକାରଙ୍କ ରାଜକୋଷରେ ବଡ଼ ବୃଦ୍ଧି, ଟିକସ୍ ସଂଗ୍ରହ ୭% ବଢି ହେଲା ୧୨.୯୨ ଲକ୍ଷ କୋଟି ଟଙ୍କା

ସରକାରଙ୍କ-ରାଜକୋଷରେ-ବଡ଼-ବୃଦ୍ଧି,-ଟିକସ୍-ସଂଗ୍ରହ-୭%-ବଢି-ହେଲା-୧୨.୯୨-ଲକ୍ଷ-କୋଟି-ଟଙ୍କା

ନୂଆଦିଲ୍ଲୀ: ଦେଶର ଆର୍ଥିକ ମୋର୍ଚ୍ଚାରେ ସରକାରଙ୍କ ପାଇଁ ଏକ ବଡ଼ ଏବଂ ସକାରାତ୍ମକ ଖବର ସାମନାକୁ ଆସିଛି । ସରକାରଙ୍କ ଖଜଣାର ଜବରଦସ୍ତ ବୃଦ୍ଧି ରେକର୍ଡ ହୋଇଛି । ସରକାରଙ୍କ ଡାଟା ଅନୁସାରେ ଦେଶର ଶୁଦ୍ଧ ପ୍ରତ୍ୟକ୍ଷ ଟିକସ (ନେଟ୍ ଡାଇରେକ୍ଟ କଲେକ୍ସନ) ଚଳିତ ଆର୍ଥିକ ବର୍ଷ ୧୦ ନଭେମ୍ୱର ସୁଦ୍ଧା ୭ ପ୍ରତିଶତ ବଢିଛି । ଏହି ଅବଧିରେ ସରକାରଙ୍କ ମୋଟ ଆମଦାନୀ ୧୨.୯୨ ଲକ୍ଷ କୋଟି ଟଙ୍କା ରହିଛି । ଆର୍ଥିକ ମୋର୍ଚ୍ଚାରେ ଏହି ମଜଭୁତି ଦର୍ଶାଉଛୁ ଯେ ଦେଶର ଆର୍ଥିକ ଗତିବିଧି ସଠିକ୍ ଟ୍ରାକରେ ରହିଛି ଓ କମ୍ପାନିଗୁଡ଼ିକ ସହ ସାଧାରଣ ଲୋକଙ୍କ ଆୟ ମଧ୍ୟ ବଢି ଚାଲିଛି ।

ଏହି ଅଭିବୃଦ୍ଧି ପଛରେ ଦୁଇଟି ବଡ଼ କାରଣ ରହିଛି । ପ୍ରଥମ ହେଉଛି କମ୍ପାନିଗୁଡ଼ିକରୁ ମିଳୁଥିବା କର୍ପୋରେଟ୍ ଟ୍ୟାକ୍ସ ବଢିଛି । ଏହା ଗତ ବର୍ଷର ୫.୦୮ ଲକ୍ଷ କୋଟି ଟଙ୍କା ତୁଳନାରେ ବଢି ୫.୩୭ ଲକ୍ଷ କୋଟି ଟଙ୍କା ହୋଇଛି । ସେହିପରି ନନ୍-କର୍ପୋରେଟ୍ ଟିକସ୍, ଯେଉଁଥିରେ ବ୍ୟକ୍ତିଗତ ଆୟକର ଓ ହିନ୍ଦୁ ଅବିଭାଜିତ ପରିବାର (ଏଚୟୁଏପ୍)ର ଟ୍ୟାକ୍ସ ସାମିଲ ରହିଛି, ୬.୬୨ ଲକ୍ଷ କୋଟି ଟଙ୍କାରୁ ବଢି ୭.୧୯ ଲକ୍ଷ କୋଟି ଟଙ୍କା ହୋଇଛି ।

Data on Gross Direct Tax Collections, Refunds and Net Direct Tax Collections for FY 2025-26 as on 10.11.2025 has been released.

The data is available on the national website of Income Tax Department at the following link:https://t.co/PJqfjrYJeL pic.twitter.com/fdJZjDbka5

— Income Tax India (@IncomeTaxIndia) November 11, 2025

ତେବେ ଏହି ପୂରା ଚିତ୍ରର ଏକ କୌତୁହଳର ଦିଗ ଅଛି । ଏଥର ସରକାର ଟିକସ ରିଫଣ୍ଡ ପ୍ରଦାନ କରିବାର ଗତିକୁ ଧୀର କରିଦେଇଛନ୍ତି । ତଥ୍ୟ ଅନୁଯାୟୀ, ଏହି ସମୟ ମଧ୍ୟରେ ୨.୪୨ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ୧୮% କମ । ରିଫଣ୍ଡରେ ଏହି ହ୍ରାସ ସରକାରଙ୍କ ସଂଗ୍ରହକୁ ମଧ୍ୟ ବୃଦ୍ଧି କରିଥିବା ଜଣାପଡ଼ିଛି । ରିଫଣ୍ଡ କାଟିବା ପୂର୍ବରୁ ମୋଟ ସଂଗ୍ରହ ୧୫.୩୫ ଲକ୍ଷ କୋଟି ଥିଲା, ଯାହା ଗତ ବର୍ଷ ତୁଳନାରେ ୨.୧୫% ଅଧିକ । ଷ୍ଟକ୍ ବଜାର ରାଜସ୍ୱ, କିମ୍ବା ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ୍ ଟ୍ୟାକ୍ସ (STT) ଅପରିବର୍ତ୍ତିତ ରହିଛି । ଏହା ୩୫,୯୨୩ କୋଟିରୁ ସାମାନ୍ୟ ହ୍ରାସ ପାଇ ୩୫,୬୮୨ କୋଟିକୁ ପହଞ୍ଚିଛି । ଏହା ବଜାରର ଏକ ନିର୍ଦ୍ଦିଷ୍ଟ ସୀମାରେ କାରବାରର ସଂକେତ ଦେଉଛି ।

Scroll to Top