ଫିଲିପାଇନ୍ସରେ ତାଣ୍ଡବ ରଚିଲା ଟାଇଫୁନ ଟିନୋ; ଏପର୍ଯ୍ୟନ୍ତ ଗଲାଣି ୨୪୧ ଜୀବନ, ୪ ଲକ୍ଷ ଲୋକ ବାସହୀନ

ଫିଲିପାଇନ୍ସରେ-ତାଣ୍ଡବ-ରଚିଲା-ଟାଇଫୁନ-ଟିନୋ;-ଏପର୍ଯ୍ୟନ୍ତ-ଗଲାଣି-୨୪୧-ଜୀବନ,-୪-ଲକ୍ଷ-ଲୋକ-ବାସହୀନ

ନୂଆଦିଲ୍ଲୀ ୦୬।୧୧; ଭୂକମ୍ପର କମ୍ପନ ପରେ ଏବେ ଫିଲିପାଇନ୍ସରେ ତାଣ୍ଡବ ରଚିଲା ଟାଇଫୁନ୍ ଟିନୋ । ଏହାର ପ୍ରଭାବରେ ଝଡ଼ ଏବଂ ବର୍ଷା ହେବାରୁ ଜନଜୀବନ ହନ୍ତସନ୍ତ ହୋଇପଡ଼ିଛି। କୋଟି କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଛି । ଭୂକମ୍ପ ଅନେକଙ୍କ ଘର ଭାଙ୍ଗିଥିବା ବେଳେ ଘୂର୍ଣ୍ଣିଝଡ଼ ଅନେକଙ୍କ ଘର ଉଡ଼ାଇ ନେଇଛି। ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ପବନ ହେବାରୁ ଏକାଧିକ ଘର ଭାଙ୍ଗି ଯାଇଛି। ଏପର୍ଯ୍ୟନ୍ତ ଏହାର ପ୍ରଭାବରେ ୨୪୧ ଜଣଙ୍କ ଜୀବନ ଯାଇସାରିଥିବା ସାମ୍ନାକୁ ଆସିଛି।

ଗୁରୁବାର ଦିନ ପାଣିପାଗ ବିଭାଗ କହିଛି ଯେ, କେନ୍ଦ୍ରୀୟ ଭାଗରେ ସବୁ ଛା‌ରଖାର କରିବା ପରେ ଏହି ଘୂର୍ଣ୍ଣିଝଡ଼ ଭିଏତନାମ ଆଡ଼କୁ ଯାଇ ପୁଣି ଶକ୍ତି ହାସଲ କରିଛି।ଭିଏତନାମର ଜିଆ ଲାଇ ପ୍ରଦେଶରେ ଏବେ ପ୍ରବଳ ବର୍ଷା ଏବଂ  ପବନର ବେଗ ବଢ଼ିବା ନେଇ ସତର୍କ କରାଯାଇଛି। ପ୍ରବଳ ବର୍ଷା ହେବା ଦ୍ବାରା ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇପାରେ ଏବଂ ଚାଷ କାମ ବାଧା ଦେଇପାରେ। ପବନର ବେଗ ଅଧିକ ରହିବାର ଆଶଙ୍କା ଥିବାରୁ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି।

ଚଳିତ ବର୍ଷ ଦେଶର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘୂର୍ଣ୍ଣିଝଡ଼ ଟିନୋର ପ୍ରଭାବରେ ଅତି କମରେ ୨୪୧ଜଣଙ୍କ ମୃତ୍ୟୁ ହେବା ପରେ ଫିଲିପାଇନ୍ସ ରାଷ୍ଟ୍ରପତି ଗୁରୁବାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆସିବାରୁ ମଧ୍ୟାହ୍ନ ସୁଦ୍ଧା ପ୍ରାୟ ଅନେକଙ୍କୁ ସ୍ଥାନାନ୍ତର କରାଯିବ। ମଙ୍ଗଳବାର ଦିନ ଟୋନି ସ୍ଥଳଭାଗ ଛୁଇଁବା ପୂର୍ବରୁ ଫିଲିପାଇନ୍ସର ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

Scroll to Top