ହିନ୍ଦୁଜା ଗ୍ରୁପ ଚେୟାରମ୍ୟାନ୍ ଓ ବ୍ରିଟେନର ଧନୀ ବ୍ୟବସାୟୀ ଜିପି ହିନ୍ଦୁଜାଙ୍କ ପରଲୋକ

ହିନ୍ଦୁଜା-ଗ୍ରୁପ-ଚେୟାରମ୍ୟାନ୍-ଓ-ବ୍ରିଟେନର-ଧନୀ-ବ୍ୟବସାୟୀ-ଜିପି-ହିନ୍ଦୁଜାଙ୍କ-ପରଲୋକ

ହିନ୍ଦୁଜା ଗ୍ରୁପ ଚେୟାରମ୍ୟାନ୍ ଓ ବ୍ରିଟେନର ଧନୀ ବ୍ୟବସାୟୀ ଜିପି ହିନ୍ଦୁଜାଙ୍କ ପରଲୋକ

Published By: Avinash – Prameya-News7 Bureau | November 04, 2025 04:11 PM

NEWS7

Hinduja Group Chairman Gopichand P Hinduja dies
internet

ଲଣ୍ଡନ: ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ୍ ଏବଂ ବ୍ରିଟେନର ସବୁଠାରୁ ଧନୀ ବ୍ୟବସାୟୀଙ୍କ ମଧ୍ୟରେ ଗଣାଯାଉଥିବା ଗୋପୀଚାନ୍ଦ ପି ହିନ୍ଦୁଜାଙ୍କର ପରଲୋକ ହୋଇଛି। ୮୫ ବର୍ଷ ବୟସରେ ଲଣ୍ଡନରେ ତାଙ୍କର ବିୟୋଗ ହୋଇଥିବା ପିଟିଆଇରେ ଖବର ପ୍ରକାଶ ପାଇଛି ବୋଲି ଇକୋନୋମିକ୍ସ ଟାଇମ୍ସ ଖବର ଲେଖିଛି। 
ବ୍ୟବସାୟିକ ମହଲରେ ଜିପିଭାବରେ ପରିଚିତ ହିନ୍ଦୁଜା ଗତ କିଛି ସପ୍ତାହ ଧରି ଅସୁସ୍ଥ ଥିଲେ। ଲଣ୍ଡନର ଏକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପାରିବାରିକ ସୂତ୍ରରୁ ଜଣାପଡ଼ିଛି। ପି.ହିନ୍ଦୁଜାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସୁନୀତା, ପୁଅ ସଞ୍ଜୟ ଏବଂ ଧୀରଜ ଏବଂ ଝିଅ ରୀତା ଅଛନ୍ତି।
ସମ୍ଭ୍ରାନ୍ତ ହିନ୍ଦୁଜା ପରିବାର ଦ୍ୱିତୀୟ ପିଢ଼ିର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିବା ପି ହିନ୍ଦୁଜା, ତାଙ୍କ ବଡ଼ ଭାଇ ଶ୍ରୀଚାନ୍ଦ ହିନ୍ଦୁଜାଙ୍କ ମୃତ୍ୟୁ ପରେ ୨୦୨୩ ମେ ମାସାରେ କମ୍ପାନୀ ବ୍ୟବସାୟର ଦାୟିତ୍ୱ ନିଜ ହାତକୁ ନେଇଥିଲେ। ସେବେଠାରେ ସେ କମ୍ପାନୀର ପରିଚାଳନା କରୁଥିଲେ।

Scroll to Top