ମୁମ୍ୱାଇ : ମାଇଥୋଲଜିକାଲ ଶୋ’ ଗୁଡ଼ିକ ଇଣ୍ଡିଆନ ଅଡିଆନ୍ସଙ୍କ ମଧ୍ୟରେ ସର୍ବଦା ଏକ କ୍ରେଜ୍ ରହିଥିବା ଦେଖିବାକୁ ମିଳିଛି। ବିଶେଷକରି ଯଦି ଏହାର ସବଜେକ୍ଟ ରାମାୟଣ କିମ୍ୱା ମହାଭାରତର କାହାଣୀ ଉପରେ ଆଧାରିତ ଥିବ। ଆପଣଙ୍କୁ ବିଆର ଚୋପ୍ରାଙ୍କ ଏପିକ୍ ମହାଭାରତ ଓ ତାଙ୍କର ଦମଦାର ଚରିତ୍ର ଏବେସୁଦ୍ଧା ମନେଥିବ। ଏହାପରେ ଅନେକ ମେକର୍ସ ମହାଭାରତ ତିଆରି କରିଛନ୍ତି , କିନ୍ତୁ କେହି ବିଆର ଚୋପ୍ରାଙ୍କ ଭିଜନର ସାମ୍ନାରେ ତିଷ୍ଠି ପାରି ନାହାନ୍ତି।
ଏବେ ଓଟିଟି ପ୍ଲାଟଫର୍ମରେ ନୂଆ ଢଙ୍ଗର ମହାଭାରତ ଦର୍ଶକଙ୍କୁ ଦେଖିବାକୁ ମିଳୁଛି। ବିନା ଆକ୍ଟର୍ସ ଓ ମ୍ୟାନପାୱାରରେ ନିର୍ମିତ ଏହି ମହାଭାରତ ଏଆଇ ଦ୍ୱାରା ହୋଇଛି। ଜିଓ ହଟଷ୍ଟାର୍ରେ ଷ୍ଟ୍ରିମ୍ ହେଉଥିବା ଏହି ଶୋ’ର ନାମ ରହିଛି , ମହାଭାରତ –ଏକ ଧର୍ମଯୁଦ୍ଧ। ଏହାକୁ ସଂପୂର୍ଣ୍ଣ ଭାବେ ଏଆଇ ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ନିର୍ମାଣ କରାଯାଇଛି। ଶୋ’ର ରିଲିଜ ହେବା କ୍ଷଣି ନୂଆ ବିବାଦ ମୁଣ୍ଡ ଟେକିଛି। ୟୁଜରମାନେ ଏକ ବ୍ଲଣ୍ଡରକୁ ନୋଟିସ୍ କରିଛନ୍ତି। ଯେଉଁଥିରେ ହସ୍ତିନାପୁରରେ ଆଜିକା ଦିନର ମଡର୍ଣ୍ଣ ଫର୍ଣ୍ଣିଚର ରଖା ହୋଇଥିବା ନଜର ଆସିଛି। ଶୋ’ର ପ୍ରଥମ ଏପିସୋଡ ୨୫ ଅକ୍ଟୋବରରେ ଷ୍ଟ୍ରିମ୍ ହୋଇଥିଲା। ଏଥିରେ ପ୍ରିନ୍ସ ଦେବବ୍ରତ (ଯିଏ ପରେ ଭୀଷ୍ମର ନାମରେ ଜଣାଗଲେ)ଙ୍କର ଜନ୍ମ ଉପରେ ଫୋକସ କରାଯାଇଛି।
ଗୋଟିଏ ସିନ୍ରେ ଦେଖା ଯାଉଛି ମାତା ଗଙ୍ଗା ନବଜାତ ଶିଶୁ ସହ ହସ୍ତିନାପୁର ପ୍ୟାଲେସ୍ର ଏକ କୋଠରୀରେ ଅଛନ୍ତି। ସେହି ଶତାବ୍ଦୀର ଇଣ୍ଟିରିୟରରେ ଘରର ମ୍ୟାଚ୍ କରିବାକୁ ପୂରା ଚେଷ୍ଟା କରାଯାଇଛି। କିନ୍ତୁ ଗୋଟିଏ ସ୍ଥାନରେ ହାରି ଯାଇଛନ୍ତି। ବେଡ୍ ପାଖରେ ଏକ ସାଇଡ୍ ଟେବଲ ରଖାଯାଇଛି। ଯାହା ଉପରେ ଡ୍ରୟର ମଧ୍ୟ ତିଆରି ହୋଇଛି। ପ୍ରାଚୀନକାଳର ସେହି ସମୟର ଏହି ମଡର୍ଣ୍ଣ ଫର୍ଣ୍ଣିଚର ଦେଖି ୟୁଜର ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
କିଛି ସେକେଣ୍ଡର ସିନ୍କୁ ଲୋକେ ତୁରନ୍ତ ନୋଟିସ୍ କରିଛନ୍ତି ଏବଂ ସ୍କ୍ରିନସଟ୍ ନେଇ ଏହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି। ବ୍ୟକ୍ତି ଲେଖିଛନ୍ତି – ଏବେ ସିନ୍ରେ କେବଳ ୱାୟରଲେସ୍ ଚାର୍ଜରର ଆବଶ୍ୟକ। ଆଉ କିଏ ଲେଖିଛନ୍ତି – ବେଡସାଇଡ୍ ଟେବୁଲ ଦେଖି ମୋର ହସ ରୋକି ପାରୁନି। ଜଣେ ବ୍ୟକ୍ତିଙ୍କ ମୁତାବିକ, ଗୋଟିଏ ସିନ୍ରେ କାନ୍ଥରେ ଟଙ୍ଗା ହୋଇଥିବା ଫଟୋରେ ବ୍ୟକ୍ତି ସୁଟ୍ ପିନ୍ଧି ଥିଲେ।
ୟୁଜର ଶୋ’ର ବଜେଟ୍ ବିଷୟରେ ମଧ୍ୟ ପ୍ରଶ୍ନ କରିଛନ୍ତି। ଅନେକ ୟୁଜରଙ୍କ କହିବା ହେଲା ଯେ, ଶୋ ଏକ ମଜାଳିଆ, ଯାହାକୁ ଥରୁଥିଏ କୌତୁକ ଭାବେ ଦେଖିବା ଉଚିତ। ଆଉ କିଏ କହିଛନ୍ତି, ମହାଭାରତର ଆଇକନିକ୍ କ୍ୟାରେକ୍ଟରକୁ ଏଆଇ ଭର୍ଜନରେ ଦେଖି ଦୁଃଖ ଲାଗୁଛି।
ସୂଚନା ଅନୁସାରେ, ଏବେ ଶୋ’ର ୨ୟ ଏପିସୋଡ୍ ଅନଏୟାର ହୋଇଛି। ଇଣ୍ଟରନେଟ୍ରେ ଶୋ’କୁ ମିସ୍କଡ୍ ରେସପନ୍ସ ମିଳୁଛି। ଗୋଟେପଟେ ଫିଲ୍ମମେକିଂରେ ଏଆଇ ଟେକନିକ୍ର ବ୍ୟବହାର ନକରିବା କଥା ହେଉଛି, ଅନ୍ୟପଟେ ମହାଭାରତ ଭଳି ପ୍ରୋଜେକ୍ଟକୁ ଏଆଇ ଭର୍ଜନରେ ନେଇ ମେକର୍ସ ବଡ଼ ଏକ୍ସପେରିମେଣ୍ଟ କରିଛନ୍ତି। ଦେଖିବାକୁ ରହିଲା ତାଙ୍କର ଏହି ରିସ୍କ କେତେ ଫଳପ୍ରଦ ସାବ୍ୟସ୍ତ ହେଉଛି।




